Swastik Tv News Odisha

Parents Tips – ସିନ୍ଦୁର ଡବାରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ୍… ମିଳିବ ସୁଖଶାନ୍ତି

0

ହିନ୍ଦୁ ଧର୍ମରେ ସବୁ ବିବାହିତ ମହିଳାଙ୍କୁ ସିନ୍ଦୁର ଲଗାଉଥିବାର ଅବଶ୍ୟ ଦେଖିଥିବେ । ହିନ୍ଦୁ ଧର୍ମ ମାନ୍ୟତା ଅନୁସାରେ ସିନ୍ଦୁରକୁ ବିବାହିତ ମହିଳାର ସୁହାଗର ପ୍ରତୀକ ବୋଲି ମାନାଯାଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ ସିନ୍ଦୁର ଲଗାଇବାର କିଛି ମାନ୍ୟତା ରହିଅଛି , ଯାହାର ପାଳନ କରିବା ଅନିବାର୍ଯ୍ୟ ଅଟେ । ତେବେ ଆସନ୍ତୁ ଜାଣିବା ସିନ୍ଦୁର ପିନ୍ଧିବାର ନିତି ନିୟମ ବିଷୟରେ ।

1. ନିଜ ଟଙ୍କାରେ ସିନ୍ଦୁର କିଣନ୍ତୁ :-

ବିବାହିତ ମହିଳା ମାନଙ୍କୁ ସବୁବେଳେ ସିନ୍ଦୁର ନିଜ ଟଙ୍କାରେ କିଣିକି ଲଗାଇବା ଉଚିତ୍ । କୌଣସି ଅନ୍ୟର ଟଙ୍କାରେ କିଣାଯାଇଥିବା ସିନ୍ଦୁର ଲଗାଇବା ଠାରୁ ବଞ୍ଚିତ ରହିବା ଉଚିତ୍ ।

2. ଅନ୍ୟର ସିନ୍ଦୁର ବ୍ୟବହାର କରନ୍ତୁ ନାହିଁ :-

କୌଣସି ବି ପରିସ୍ଥିତି ହେଉନା କାହିଁକି ବିବାହିତା ମହିଳାଙ୍କୁ କୌଣସି ଅନ୍ୟ ମହିଳାର ସିନ୍ଦୁରକୁ ଆଣି ନିଜ ମଥାରେ ଭରିବା ଉଚିତ୍ ନୁହେଁ । ଅନ୍ୟ ମହିଳାର ସିନ୍ଦୁରକୁ ନିଜ ମଥାରେ ଭରିବା ବହୁତ ଅଶୁଭ ହୋଇଥାଏ । ଏପରି କରୁଥିବା ମହିଳାଙ୍କ ସ୍ୱାମୀଙ୍କୁ ଧନ ସମ୍ୱନ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ ।

3. ଉପହାରରେ ମିଳିଥିବା ସିନ୍ଦୁର :-

ବିବାହିତ ମହିଳାଙ୍କୁ ଉପହାରରେ ମିଳିଥିବା ସିନ୍ଦୁରକୁ ଉପଯୋଗ କରିବା ଠାରୁ ବଞ୍ଚିତ ରହିବା ଦରକାର , କାରଣ ଶାସ୍ତ୍ର ଅନୁସାରେ ଉପହାରରେ ମିଳିଥିବା ସିନ୍ଦୁର ର ଉପଯୋଗ କରିବା ଅଶୁଭ ମାନାଯାଇଥାଏ ।

4. ସିନ୍ଦୁର ଲଗାଇ ଗାଧନ୍ତୁ ନାହିଁ :-

ମହିଳାଙ୍କୁ ସିନ୍ଦର ଲଗାଇ ଗାଧୋଇବା ଉଚିତ୍ ନୁହେଁ ସବୁବେଳେ ଗାଧୋଇ ସାରି ପୂଜାପାଠ କରି ସାରି ସିନ୍ଦୁର ଲଗାଇବା ଉଚିତ୍ । ସିନ୍ଦର ଲଗାଇବା ସମୟରେ ସବୁବେଳେ ନିଜ ସ୍ୱାମୀଙ୍କର ଲମ୍ୱାଆୟୁ ସଫଳତା ବିଷୟରେ ଚିନ୍ତା କରିବା ଆବଶ୍ୟକ ।

5. ପିରିୟଡ୍ସ ସମୟରେ ସିନ୍ଦର ଲଗାନ୍ତୁ ନାହିଁ :-

ପିରିୟଡ୍ସ ସମୟରେ ସିନ୍ଦୁର ଲଗାନ୍ତୁ ନାହିଁ , କାରଣ ସିନ୍ଦୁର ଏହି ସମୟରେ ଲଗାଇଲେ ସିନ୍ଦୁରର ଅପମାନ ହୋଇଥାଏ ।

6. ସିନ୍ଦର ତଳେ ପଡିବା ଅଶୁଭ :-

ସିନ୍ଦୁର ତଳେ ପଡିବା ବହୁତ ବଡ ଅଶୁଭ ବୋଲି ମାନାଯାଏ , ଏଥିପାଇଁ ଏହାକୁ ସବୁବେଳେ ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ । ସିନ୍ଦୁର ଯଦି ତଳେ ପଡେ ଘରକୁ ଅଶୁଭତ୍ୱର ଆଗମନ ହୋଇଥାଏ ।

7. କାହା ସାମ୍ନାରେ ଲଗାନ୍ତୁ ନାହିଁ :-

ସିନ୍ଦୁରକୁ କେବେବି କାହା ସାମ୍ନାରେ ଲଗାନ୍ତୁ ନାହିଁ , କାହା ସାମ୍ନାରେ ସିନ୍ଦୁର ଲଗାଇବା ଦ୍ୱାରା ଆପଣଙ୍କ ସମ୍ପର୍କରେ ନଜର ଲାଗିଥାଏ ଏବଂ ଆପଣଙ୍କ ସ୍ୱାମୀଙ୍କର ପ୍ରେମ ମଧ୍ୟ କମି ଯାଇଥାଏ ।

8. ସିନ୍ଦୁରରେ ପଇସା ରଖନ୍ତୁ :-

ଆପଣ ସିନ୍ଦୁରରେ ଗୋଟେ ପଇସା ନିଶ୍ଚୟ ରଖନ୍ତୁ ଏହାକୁ ବହୁତ ଅଧିକ ଶୁଭ ମନାଯାଏ । ଏପରି କଲେ ମା ପାର୍ବତୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ , ଏଥିପାଇଁ ଆପଣ ଆପଣଙ୍କ ସିନ୍ଦୁରରେ ଗୋଟେ ପଇସା ପକାଇ ରଖନ୍ତୁ ।

9. ଝଗଡା ଦୂର କରିବା ପାଇଁ :-

ଯଦି ଘରେ ଆପଣଙ୍କ ସ୍ୱାମୀ ସହିତ ଲଢେଇ ଝଗଡା ହେଉଥାଏ ତ ଏହିସବୁକୁ ଦୂର କରିବା ପାଇଁ ଆପଣ ସୋରିଷ ତେଲରେ ଟିକିଏ ସିନ୍ଦୁର ମିଶେଇ ଆପଣଙ୍କ ଘରର ମୁଖ୍ୟଦ୍ୱାରରେ ସ୍ୱସ୍ତିକ ବା ଓମ୍ ର ଚିହ୍ନ ବନାନ୍ତୁ । ଏହାଦ୍ୱାରା ଆପଣଙ୍କ ସ୍ୱାମୀଙ୍କ ପ୍ରେମ ଆପଣଙ୍କ ପାଇଁ ବଢିଥାଏ ଏବଂ ଝଗଡା ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.