Life Style – ପସନ୍ଦ କରନ୍ତୁ ଏହି 3ଟି ରୁ ଗୋଟିଏ ଗୋଲାପ ଓ ଜାଣନ୍ତୁ ନିଜର ଭବିଷ୍ୟତ କିପରି ରହିବ – ଆପଣ କିପରି ବ୍ୟକ୍ତି ଅଟନ୍ତି

ବନ୍ଧୁମାନେ ଆମ ଦୁନିଆରେ ରହୁଥିବା ଯେମିତି ଦେଖିବାକୁ ଭିନ୍ନ ହେଇଥାନ୍ତି ଠିକ ସେହିପରି ସମସ୍ତଙ୍କ ର ଆଚାର ବ୍ୟବହାର ବି ଅଲଗା ହେଇଥାଏ ।ସେଥିପାଇଁ କୋଉ ମଣିଷ କେମିତି ତାହା କହିବା ବହୁତ କଷ୍ଟ ।ଏହା ବ୍ୟତୀତ ଆମେ ସବୁବେଳେ ଭବିଷ୍ୟତ କୁ ନେଇ ଚିନ୍ତାରେ ରହିଥାଉ ଭବିଷ୍ୟତରେ କଣ ହେବ କଣ ନାହିଁ ତା ଉପରେ ଜାଣିବାକୁ ଚେଷ୍ଟା କରୁ ।ଆଉ ଏହିସବୁ ର ଉତ୍ତର ଆମକୁ ସହଜରେ ମିଳି ନଥାଏ କିନ୍ତୁ ଆଜି ସେସବୁ ର ଉତ୍ତର ପାଇଯିବେ ଏହି 3ଟି ଗୋଲାପ ର ରଙ୍ଗ ରୁ ।

ଯଦି ଆପଣ ନିଜ ବିଷୟରେ ବା ନିଜ ଭବିଷ୍ୟତ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତାହେଲେ ତଳେ ଥିବା ତିନୋଟି ନାଲି, ନୀଳ ଓ ହଳଦିଆ ଗୋଲାପ ରୁ ଗୋଟିଏ ରଙ୍ଗର ଗୋଲାପ ବାଛନ୍ତୁ ।ଆଉ ସେହି ରଙ୍ଗର ଗୋଲାପ ହିଁ ବତାଇବ ଆପଣ କେମିତି ବ୍ୟକ୍ତି ଓ ଆପଣଙ୍କ ଭବିଷ୍ୟତରେ କଣ ହେବ ।

ନୀଳ ରଙ୍ଗର ଗୋଲାପ:-

ଏହି ରଙ୍ଗର ଗୋଲାପ କୁ ବାଛିଥିବା ବ୍ୟକ୍ତି ମାନେ ଖୁବ ସ୍ୱାଭିମାନ ଓ ଆଶାବାଦୀ ଅଟନ୍ତି ।ଏହାଛଡା ଆପଣ ସ୍ୱାର୍ଥୀ ଅଟନ୍ତି କାହାଠାରୁ କିଛି ସାହାଯ୍ୟ ନେବାକୁ ପସନ୍ଦ କରନ୍ତି ନାହିଁ ଆଉ ନିଜ ପାର୍ଟନର ପ୍ରତି ସମର୍ପିତ ଅଟନ୍ତି ।ଏହି ଵ୍ୟକ୍ତି ମାନେ ଖୁବ ସଚୋଟ ଆଉ ସବୁବେଳେ ନିଜ କାମରେ ଧ୍ୟାନ ଦେଇଥାନ୍ତି ।ଏମାନେ ଅଯଥାରେ କାହା କଥାରେ ମୁଣ୍ଡ ପୁରାନ୍ତି ନାହିଁ ।ନିଜର ଅର୍ଥ କୁ ଅଯଥାରେ ଖର୍ଚ୍ଚ କରନ୍ତି ନାହିଁ ଏହିପାଇଁ ଲୋକମାନେ ଆପଣଂକୁ ଲୋଭି ଭାବିଥାନ୍ତି କିନ୍ତୁ ଆପଣ ହୃଦୟ ରୁ ଖୁବ ଭଲ ।

ନାଲି ରଙ୍ଗର ଗୋଲାପ:-

ନାଲି ରଙ୍ଗର ଗୋଲାପ କୁ ବାଛିଥିବା ବ୍ୟକ୍ତି ଖୁବ ସହଜରେ କାହା ସହିତ ବି ମିଶି ଯାଆନ୍ତି ହେଲେ ଏମାନେ ସାମାନ୍ୟ କ୍ରୋଧି ଅଟନ୍ତି ।ମିଛ ଆପଣ ପସନ୍ଦ କରନ୍ତି ନାହିଁ ଓ ନିଜ ଜୀବନସାଥି ଠାରୁ ସଚୋଟତା ଆଶା କରନ୍ତି ।ଏହି ବ୍ୟକ୍ତିମାନେ ଖୁବ ରୋମାଣ୍ଟିକ ହେଇଥାନ୍ତି ଆଉ ଏମାନଙ୍କ ମ୍ୟାରେଜ ଲାଇଫ ଖୁବ ଭଲରେ ବିତିଥାଏ ।ଏହାଛଡା ଏହି ବ୍ୟକ୍ତିମାନଙ୍କର ହୃଦୟ ଖୁବ କୋମଳ ଯେଉଁଥି ପାଇଁ ଛୋଟ ଛୋଟ କଥାରେ ଆଖିରୁ ଲୁହ ଖରେଇଥାନ୍ତି ।ଆଉ ଏମାନେ ସବୁବେଳେ ଭଲ ଖାଇବା ଓ ଭଲ ପିନ୍ଧିବା ପ୍ରତି ଧ୍ୟାନ ଦେଇଥାନ୍ତି ।

ହଳଦିଆ ରଙ୍ଗର ଗୋଲାପ:-

ହଳଦିଆ ରଙ୍ଗର ଗୋଲାପ ବନ୍ଧୁତା ର ପ୍ରତିକ ଅଟେ ଆଉ ଏହି ଗୋଲାପ କୁ ବାଛିଥିବା ଲୋକମାନେ ସବୁବେଳେ ନିଜେ ଖୁସିରେ ରହିବା ସହିତ ଅନ୍ୟମାନଙ୍କୁ ବି ଖୁସିରେ ରଖିଥାନ୍ତି ।ଏହା ବ୍ୟତୀତ ଆପଣ ଅନ୍ୟକୁ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି ଆଉ ଖୁବ ଜଲଦି କାହା ସାଙ୍ଗରେ ମିତ୍ର ହେଇଯାନ୍ତି ।ଏହି ବ୍ୟକ୍ତିମାନେ ଧାର୍ମିକ ପ୍ରକୃତି ର ହେବା ସହିତ କାହାର ଖରାପ ଚିନ୍ତା କରି ନଥାନ୍ତି ।ଏହି ବ୍ୟକ୍ତି ଯେଉଁଠି ବି ଥିଲେ ଉନ୍ନତି କରିଥାନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment