Study Tips – ପାଠ ମନେ ରଖିବାର ମନ୍ତ୍ର / ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣିତ କିଛି ତଥ୍ୟ

ବନ୍ଧୁଗଣ ବର୍ତମାନ ପ୍ରାୟ ଅଧିକାଂଶ ପିଲାମାନଙ୍କ କ୍ଷେତ୍ରରେ ପାଠ ପଢିବା ନେଇ ଅଧିକ ସମସ୍ୟା ସୃଷ୍ଟି ହେଉଛି, ସେମାନେ ଯେତେ ପାଠ ପଢିଲେ ମଧ୍ୟ ତାଙ୍କର ମନେ ରହୁନାହାନ୍ତି |ଏଥିପାଇଁ ସେମାନଙ୍କୁ ନିଜର କେରିଅର ଗଢିବା ପାଇଁ ବହୁତ କଷ୍ଟ ହୋଇଥାଏ,ଯେତେ ପଢିଲେ ମଧ୍ୟ ତାଙ୍କର କୌଣସି ପାଠ ମନେ ରହିନଥାଏ |ଏଥିପାଇଁ ସବୁ ପିଲାମାନଙ୍କ ସହିତ ତାଙ୍କର ପରିବାର ଲୋକ ମଧ୍ୟ ଚିନ୍ତାରେ ରହିଥାନ୍ତି, ଯଦି ଆପଣଙ୍କ ବାସ୍ତୁ ଦୋଷ ଥାଏ ତେବେ ଏହା ମଧ୍ୟ ଆପଣଙ୍କ ପାଠ ପଢ଼ାରେ ବାଧା ସୃଷ୍ଟି କରିଥାଏ |ମୁଁ ଆଜି ଆପଣଙ୍କୁ ପିଲାମାନଙ୍କ ପାଠ କିପରି ମନେ ରହିବ ସେ ବିଷୟରେ କିଛି ଟିପ୍ସ ଆପଣଙ୍କୁ ଜଣେଇବି |ଯାହାକୁ ଆପଣ ମାନିବା ଦ୍ଵାରା ଆପଣଙ୍କ ପିଲାର ମନେ ରଖିବା ଶକ୍ତି ନିଶ୍ଚିତ ବୃଦ୍ଧି ପାଇବ, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଟିପ୍ସ ଗୁଡିକ ବିଷୟରେ ସମ୍ପୂର୍ଣ କଥା ଜାଣିବା |

1:-ବିଦ୍ୟାର ଦେବି ମା ସରସ୍ବତୀ ଅଟନ୍ତି, ଆପଣ ଯଦି ନିଜର ଭକ୍ତି ସହକାରେ ଦେବୀଙ୍କ ସ୍ମରଣ କରନ୍ତି ତେବେ ଆପଣଙ୍କ ଉପରେ ତାଙ୍କର କୃପା ପଡିଥାଏ |ଯାହା ଦ୍ଵାରା ଆପଣଙ୍କ ପାଠ ପଢ଼ାରେ ଉନ୍ନତି ହେବାର ଦେଖିବାକୁ ମିଳିଥାଏ, ଆପଣ ପିଲାମାନଙ୍କ ପାଠ ପଢା ଘରେ ଯଦି ସ୍ୱରସ୍ବତୀ ଦେବୀଙ୍କ ଫୋଟୋ ରଖନ୍ତି ତେବେ ସେମାନଙ୍କ ମନ ସ୍ଥିର ରହିବା ସହିତ ପାଠ ମଧ୍ୟ ଶୀଘ୍ର ମନେ ରହିଥାଏ |

2:-ଏହା ସହିତ ଆପଣ ପିଲାଙ୍କ ପଢା ଘରେ ସୁଦ୍ଧ ଘିଅ ଦୀପଟିଏ ଲଗାଇବା ସହିତ ମା ସ୍ୱରସ୍ବତୀଙ୍କ ଯନ୍ତ୍ର ରଖନ୍ତୁ ଯାହାର ଶୁଭ ପ୍ରଭାବ ପିଲାମାନଙ୍କ ଉପରେ ପଡିଥାଏ |ସେମାନଙ୍କର ଏହାଦ୍ୱାରା ପାଠ ପଢା ପ୍ରତି ମଧ୍ୟ ଆଗ୍ରହ ସୃଷ୍ଟି ହୋଇଥାଏ ଏବଂ ତାହା ଶୀଘ୍ର ମନେ ମଧ୍ୟ ରହିଥାଏ |

3:-ପଢା ଘରେ ଯଦି ଆପଣ ମୟୂରପାଙ୍ଖ ରଖନ୍ତି ତେବେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହେବା ସହିତ ପିଲାମାନଙ୍କ ମନରୁ ମଧ୍ୟ ନକାରାତ୍ମକ ଶକ୍ତି ଦୂର ହୋଇଥାଏ |ଏହା ସହିତ ସେମାନଙ୍କ ମନ ନିର୍ମଳ ଓ ଶାନ୍ତ ମଧ୍ୟ ହୋଇଯାଏ, ପିଲାର ଯେଉଁ ବିଷୟରେ ପାଠ କମ ହେଉଥାଏ ସେଥିରେ ମୟୁର ପଙ୍ଖା ରଖିବା ଦ୍ଵାରା ତାହା ଶୁଭ ହୋଇଥାଏ |

4:-ଆପଣ ପିଲା ପାଠ ପଢ଼ୁଥିବା ସମୟରେ ଧ୍ୟାନ ଦେବା ଉଚିତ ଯେ ପିଲା ଯେପରି ପୂର୍ବ ଦିଗକୁ ମୁହଁ କରି ପାଠ ପଢୁଛନ୍ତି,କାରଣ ପୂର୍ବ ଦିଗକୁ ମୁହଁ କରି ପଢିଲେ ପାଠ ପଢିବା ପ୍ରତି ଅଧିକ ଆଗ୍ରହ ହେବା ସହିତ ପାଠ ମନେ ମଧ୍ୟ ରହିଥାଏ |

5:-ଆପଣ ଘରର ମୁଖ୍ୟ ଦ୍ଵାରରେ ହଂସର ଫୋଟୋ କିମ୍ବା ମୂର୍ତ୍ତି ରଖିବା ଦ୍ଵାରା ପିଲାମାନଙ୍କ ଅନ୍ୟମାନସ୍କ ଗୁଣ କମିଯାଏ ଏବଂ ପାଠ ପଢ଼ାରେ ମନ ଦେଇଥାନ୍ତି |ବାସ୍ତୁ ଅନୁସାରେ ମଧ୍ୟ ଏହା ବହୁତ ଶୁଭ ହୋଇଥାଏ, ଆପଣ ସର୍ବଦା ନିଜର ପିଲାମାନଙ୍କ ପାଠ ପଢା ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment