PCOS ବା PCOD ର ଲକ୍ଷଣ… PCOD ଥିଲେ କାହିଁକି ଗର୍ଭ ରହେ ନାହିଁ – Health Tips

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ତାହା ବ୍ୟତୀତ ବିଶେଷ କରିକି ଦେଖା ଯାଏ କି ପୁରୁଷ ଙ୍କ ଠାରୁ ମହିଳା ମାନଙ୍କ ଠାରେ ଅଧିକ ଅଧିକ ରୋଗ ଦେଖା ଯାଇଥାଏ, ତାହା ବ୍ୟତୀତ ସାଧାରଣତଃ ମହିଳା ମାନଙ୍କ ଠାରେ ପିରିୟଡ଼ସ ଓଃ ପ୍ରେଗନେନସି କୁ ନେଇକି ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ତାହେଲେ ଆଜି ମୁଁ ଯେଉଁ ରୋଗ ବିଷୟରେ କହିବାକୁ ଯାଉଛି ତାହା ହେଉଛି PCOS ବା PCOD ରୋଗ ବିଷୟରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭଳି ଏକ ରୋଗ ବିଷୟରେ ଅଧିକ ଆଲୋଚନା କରିବା |

PCOS ବା PCOD ରୋଗ ସାଧାରଣତଃ ମହିଳା ମାନଙ୍କ ଠାରେ ଦେଖା ଦେଇଥାଏ | ତେବେ ଏହି ପ୍ରକାରର ରୋଗ ବିଶେଷ କରିକି ମହିଳା ମାନଙ୍କର ଗର୍ଭାଶୟ ବା ଅଣ୍ଡାସୟ ରେ ଦେଖା ଦେଇଥାଏ | ତେବେ ଆମେ ଜାଣିଛୁ ଯେ ମହିଳା ମାନଙ୍କର ଗର୍ଭାଶୟ ରେ ପ୍ରଥମେ ଡିମ୍ବାଣୁ ସୃଷ୍ଟି ହୋଇଥାଏ | ଆଉ ଏହି ଡିମ୍ବାଶୟ ଧୀରେ ଧୀରେ ବଢିବାକୁ ଲାଗିଥାଏ | ଆଉ ଏହା ବଢିବା ପରେ ଗର୍ଭାଶୟ ରେ ଚାଲିଥାଏ , ଆଉ ଯଦି କୌଣସି କାରଣରୁ ଯଦି ଶୂକ୍ରାଣୁ ସହିତ ଡିମ୍ବାଣୁ ର ମିଳନ ନ ଘଟିବ ତାହେଲେ ମହିଳା ମାନଙ୍କରେ ଡିମ୍ବାଣୁ ଗୁଡିକ ନଷ୍ଟ ହୋଇଯାଇଥାଏ |ଆଉ ତାହା ପିରିୟଡ଼ସ ଆକାରରେ ମହିଳା ମାନଙ୍କର ଶରୀରରୁ ବାହାରି ଯାଇଥାଏ ଯାହାକୁ ମେନଷ୍ଟ୍ରରାଲ ସାଇକଲ କୁହାଯାଏ | ତେବେ କୌଣସି କାରଣରୁ ଯଦି ଏଥିରେ ବ୍ୟତିକ୍ରମ ଦେଖା ଯାଏ ତାହେଲେ ସେମାନଙ୍କର ଗର୍ଭାଶୟ ରେ ଗୋଟିଏ ଡିମ୍ବାଣୁ ବଦଳରେ ଅଧିକ ଡିମ୍ବାଣୁ ସୃଷ୍ଟି ହୋଇଥାଏ | ଆଉ ଯାହାକୁ ଆମେ PCOS ବା PCOD କୁହାଯାଏ |

PCOS ବା PCOD ରୋଗର ଲକ୍ଷଣ ଗୁଡିକ କଣ କଣ :-

ତେବେ ଏହି ପ୍ରକାରର ରୋଗ ର ଲକ୍ଷଣ ଗୁଡିକ ହେଉଛି ମହିଳା ମାନଙ୍କ ଠାରେ ପିରିୟଡ଼ସ ଠିକ ଭାବରେ ହୋଇ ନ ଥାଏ | ଆଉ 2-3 ମାସ ପରେ ପିରିୟଡ଼ସ ହୋଇଥାଏ, ଆଉ ଯାହା ଫଳରେ ପେଟରେ ଯନ୍ତ୍ରଣା ମଧ୍ୟ ବହୁତ ମାତ୍ରାରେ ଦେଖା ଯାଇଥାଏ | ଆଉ ବିଶେଷ ଭାବରେ ଦେଖା ଯାଇଥାଏ କି ମହିଳା ମାନଙ୍କ ଠାରେ ପୁରୁଷ ମାନଙ୍କର କେତୋଟି ଲକ୍ଷଣ ଦେଖାଯାଇଥାଏ | ତେବେ ସେହି ଲକ୍ଷଣ ଗୁଡିକ ହେଲା ମହିଳା ମାନଙ୍କ ର ଦେହରେ ଚୁଟି ଉଠିଯିବା, ନିଶ ଭଳି କେତୋଟି ଲକ୍ଷଣ ଦେଖା ଯାଏ | ଏହା ଛଡା ଓଜନ ବଢିବା ଆଉ ପ୍ରେଗନେନସି ରେ ମଧ୍ୟ ଅସୁବିଧା ହୋଇଥାଏ |

PCOS ବା PCOD ରୋଗର ଚିକିତ୍ସା ଗୁଡିକ କଣ କଣ :-

ଏହି ରୋଗ ସାଧାରଣତଃ କୌଣସି କାରଣ କୁ ନେଇକି ଅଧିକ ଚିନ୍ତାରେ ରହିଲେ ସାଧାରଣତଃ ଏହି ପ୍ରକାରର ରୋଗ ହୋଇଥାଏ | ଏହା ଛଡା ମହିଳା ମାନେ ଯଦି ଅଧିକ ନିଶା ଦ୍ରବ୍ୟର ସେବନ କରନ୍ତି ତାହା ଛଡା ଯଦି ରାତିରେ ଶୋଇବାରେ ଇମ୍ବେଲେନ୍ସ ହୁଏ ତାହେଲେ PCOS ବା ପକୋଡ଼ ଭଳି ରୋଗ ହୋଇଥାଏ | ତେବେ ରାତିରେ ଅଧିକ ସମୟ ଧରି ଚାହିଁକି ରୁହନ୍ତୁ ନାହିଁ କି ମୋବାଇଲ ମଧ୍ୟ ଚଲାନ୍ତୁ ନାହିଁ ଯାହା ଦ୍ଵାରା ଏହିଭଳି ରୋଗ ଆପଣଙ୍କ ଠାରେ ଦେଖା ଦେଇଥାଏ |

ତେଣୁ ଏହି ଭଳି ଲକ୍ଷଣ ଦେଖାଗଲେ, ଆମେ ଦର୍ଶା ଯାଇଥିବା କାର୍ଯ୍ୟ ଗୁଡିକ ଠାରୁ ସବୁବେଳେ ଦୂରେଇ ରହିବା ଆବଶ୍ୟକ ହୋଇଥାଏ | ଯାହା ଦ୍ଵାରା ଆମର PCOS ବା PCOD ଭଳି ରୋଗରୁ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment