ପ୍ରେଗନେଣ୍ଟ ହେବା ପ୍ରତ୍ୟେକ ନାରୀଙ୍କ ପାଇଁ ଖୁବ ସୌଭାଗ୍ୟ ର କଥା,ତେବେ ବହୁତ ସମୟରେ ମହିଳା ମାନେ ପ୍ରେଗନେଣ୍ଟ ଅଛନ୍ତି ବୋଲି ଜାଣି ପାରନ୍ତି ନାହିଁ ।ତେବେ ଯେତେବେଳେ ଜଣେ ମହିଳା ପ୍ରେଗନେଣ୍ଟ ଥାଆନ୍ତି ସେତେବେଳେ ତାଙ୍କ ଶରୀରରେ ଅନେକ ହର୍ମୋନାଲ ପରିବର୍ତ୍ତନ ହୁଏ ।ଆଉ ଏହି ପରିବର୍ତ୍ତନ ଯୋଗୁଁ କିଛି ସିମଟର୍ମ ବି ଦେଖିବାକୁ ମିଳେ ତାଙ୍କ ଶରୀରରେ ଯାହାକୁ ଜଣେ ମହିଳା ନଜର ଦେଲେ ହିଁ ଜାଣିପାରିବେ କି ସେ ପ୍ରେଗନେଣ୍ଟ ଅଛନ୍ତି ବୋଲି ।
ସ୍ପର୍ମ ସହିତ ଅଣ୍ଡା ର ମିଶିବା ପରେ ସେତେବେଳେ ତାହା ଗୋଟିଏ ଯାଇଗୋଟ ରେ ପରିଣତ ହେଇଥାଏ ।ତେବେ ଯାଇଗୋଟ କୁ ଗର୍ଭାଶୟ ପର୍ଯ୍ୟନ୍ତ ପହଁଚିବା ଭିତରେ 5 ରୁ 7 ଦିନ ସମୟ ଲାଗିଥାଏ । ଶେଷରେ ସେହି ଯାଇଗୋଟ ଗର୍ଭାଶୟ ଭିତରେ ଇମ୍ପ୍ଲାଣ୍ଟ ହୁଏ, ହେଲେ ଇମ୍ପ୍ଲାଟେସନ ହେବା ସମୟରେ କିଛିଟା ଲକ୍ଷଣ ନାରୀଙ୍କ ଶରୀରରେ ଦେଖିବାକୁ ମିଳିଥାଏ ।ଆଉ ଯଦି ଜଣେ ନାରୀ ସେହି ଲକ୍ଷଣ ଗୁଡିକୁ ଜାଣି ପାରିବେ ତାହେଲେ ସେ ନିଶ୍ଚିତ ଗର୍ଭବତୀ ଅଛନ୍ତି କି ନାହିଁ ତାହାର ଅନୁମାନ ଲଗେଇ ନେବେ ।
ସଫଳ ଇମ୍ପ୍ଲାଟେସନ ର ଲକ୍ଷଣ:-
1.ଇମ୍ପ୍ଲାଟେସନ ବ୍ଲିଡୀଂ-
ଯେତେବେଳେ ଯାଇଗୋଟ ବା ଭ୍ରୁଣ ଟି ଗର୍ଭାଶୟ ଲାଗି ରହି ନିଜ ପାଇଁ ଜାଗା ତିଆରି କରେ ସେତେବେଳେ ମହିଳାଙ୍କ ଙ୍କ ପିଙ୍କ ରଙ୍ଗର ହାଲକା ବ୍ଲଡ଼ କ୍ଳଟ ଆସିଥାଏ ।ଆଉ ଏହା ଖୁବ କମ ସମୟ ପାଇଁ ଏହା ପିରିୟଡ଼ ପରି ହେଇ ନଥାଏ ।
2.ଇମ୍ପ୍ଲାଟେସନ କ୍ରାମ୍ପ:-
ତେବେ ଇମ୍ପ୍ଲାମେଣ୍ଟ ହେବା ସମୟରେ ତଳି ପେଟରେ ହାଲୁକା ବ୍ୟଥା (cramp)ଆସିଥାଏ ।ତେବେ ଯେମିତି ପିରିୟଡ଼ ପେନ ହେଲା ପରି ଲାଗେ, ପିଠି ଓ ଆଣ୍ଠୁଗଣ୍ଠି ବି ଯନ୍ତ୍ରଣା ହେଇଥାଏ ।ଏହି ଲକ୍ଷଣ ଦେଖିବାକୁ ପାଇଲେ ଜାଣିବେ ଏହା ଇମ୍ପ୍ଲାମେଣ୍ଟସନ ସଫଳ ହେବାର ଲକ୍ଷଣ ଅଟେ ।
3.ସେନସିଟିଭ ବ୍ରେଷ୍ଟ:-
ପିରିୟଡ଼ ଆସିବା ପୂର୍ବରୁ ବ୍ରେଷ୍ଟ ଭାରି ଭାରି ଲାଗିବା,ଇମ୍ପ୍ଲାଟେସନ ସଫଳ ପୂର୍ବକ ହେଇଥିଲେ ବ୍ରେଷ୍ଟ ରେ ଟେଣ୍ଡର ନେସ ଆସିଥାଏ ତେଣୁ ବ୍ରେଷ୍ଟ ଭାରି ଲାଗେ ।ଏହା ଛଡା ନିପୁଲ ଚାରିପଟେ କଳା ଦାଗ ଦେଖାଯିବ ପ୍ରେଗନେନ୍ସି କନସିଭ ର ସୂଚନା ଦିଏ ।
4.ମୁଡ ସୁଇଂ:-
ମୁଡ ସୁଇଂ ରେ ଅଚାନକ ଆପଣଙ୍କ ଟେଷ୍ଟ ରେ ପରିବର୍ତ୍ତନ ଆସିବ,ଅଚାନକ ଆପଣଂକୁ ଚିଡିଛିଡା ଲାଗିବ।ଖାଦ୍ୟ ପେୟରେ ରୁଚି ବଦଳିବାକୁ ଲାଗିବ , ଏମିତି ଲକ୍ଷଣ ଦେଖାଦେବା ବି ପ୍ରେଗନେଣ୍ଟ ଥିବାର ସୂଚନା ଦିଏ ।
5.Mourning sinkness:-
-ସକାଳୁ ଉଠିବା ମାତ୍ରେ ଥକା ଲାଗିବା, ବାନ୍ତି ହେବା ଆଦି ସକାଳେ ଦେଖାଦେଲେ ଜାଣିବେ ଏହା ପ୍ରେଗନେଣ୍ଟ ଥିବାର ଲକ୍ଷଣ ଅଟେ ।
6.ଉତାପ କମିଯିବା:-
ଆଉ ଏହି ସମୟ ଭିତରେ ମହିଳା ଙ୍କ ଶରୀର ରେ ଉତାପ କମିଯାଏ,ତେଣୁ ଏହି ମହିଳା ମାନେ ଏହି ତାପମାତ୍ରା କମିବା ଯଦି ଜାଣିପାରୁଥିବେ ତାହେଲେ ଜାଣିବେ ଆପଣଙ୍କର ଇମ୍ପ୍ଲାମେଣ୍ଟ ସଫଳ ହେଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।