ପେଟରେ ଥିବା ଶିଶୁ ( ପୁଅ ନା ଝିଅ ) କେମିତି ଜାଣିବେ ? । Pregnancy Tips

ବନ୍ଧୁଗଣ ବର୍ତମାନ ମହିଳାମାନେ ପେଟରେ ପିଲା ରହିବା ଠାରୁ ସର୍ବଦା ଚିନ୍ତାରେ ରୁହନ୍ତି ଯେ ତାଙ୍କ ପେଟରେ ଥିବା ଶିଶୁ ପୁଅ କି ଝିଅ |ଯଦି ଆମ ଦେଶରେ ଲିଙ୍ଗ ନିରୂପଣ କରିବା ଠିକ କଥା ନୁହଁ ତେବେବି ଏହି କଥା ଆମ ମନରେ ସର୍ବଦା ପ୍ରଶ୍ନ ହୋଇ ରହିଥାଏ |ଆମ ଦେଶରେ କିମ୍ବା ବିଦେଶ ମାନଙ୍କରେ ଏମିତି କିଛି ବ୍ୟକ୍ତି ଅଛନ୍ତି ଯଉଁମାନେ ଗର୍ଭବତୀ ମହିଳାର ଫେସରୁ ଏବଂ ତାଙ୍କର ଶରୀର ପରିବର୍ତନରୁ ଜାଣିପାରନ୍ତି ଯେ ଗର୍ଭରେ ଥିବା ଶିଶୁ ପୁଅ କି ଝିଅ |କିନ୍ତୁ ଅନୁମାନ ସର୍ବଦା ଠିକ ହୋଇନଥାଏ ବେଳେ ବେଳେ ଏହା ଭୁଲ ମଧ୍ୟ ହୋଇଯାଏ,ମୁଁ ଆଜି ଆପଣକୁ କିଛି ଲକ୍ଷଣ ବିଷୟରେ କହିବି ଯାହାଦ୍ଵାରା ଆପଣ ଜାଣିପାରିବେ ଗର୍ଭରେ ଥିବା ଶିଶୁ ପୁଅ କି ଝିଅ |କିନ୍ତୁ ଏହା ସବୁବେଳେ ସତ ହୋଇନଥାଏ ତେଣୁ ଆପଣ ଏହି ଲକ୍ଷଣକୁ ଆଧାର କରି ଭୃଣ ନଷ୍ଟ କରିବାର ଭୁଲ କରିବେ ନାହିଁ |ତେବେ ଆସନ୍ତୁ ଏହି ଲକ୍ଷଣ ଗୁଡିକ କଣ

ଲକ୍ଷଣ

ପ୍ରଥମ -ଗର୍ଭବତୀ ମହିଳାର ପେଟର ଆକାର, ଗର୍ଭବତୀ ମହିଳାର ପେଟର ଆକାର ଯଦି ଗୋଲ ହୋଇ ଆଗକୁ ଫୁଲିବା ପରି ଜଣାପଡେ ତେବେ ଗର୍ଭସ୍ତଶିଶୁ ପୁଅହେବ ବୋଲି ଅନୁମାନ କରାଯାଏ |ଯଦି ପେଟର ଆକାର ଗୋଲ ଏବଂ ଚଉଡା ଥାଏ ତେବେ ଗର୍ଭସ୍ତ ଶିଶୁ ଝିଅହେବ ବୋଲି କୁହାଯାଏ |

ଦ୍ୱିତୀୟ -ସାଇକୋଲୋଜିରୁ ଜଣାଯାଇଛି ଯେ ଯଦି ଗର୍ଭବତୀ ମହିଳା ପ୍ରଥମ ତିନିମାସ ଦୁଃଖରେ ରହେ ଅର୍ଥାତ ତାର ମନରେ କିଛି ଦୁଃଖ ଥିବାର ଜଣାଯାଏ ତେବେ ତାର ଗର୍ଭସ୍ତ ଶିଶୁ ପୁଅବୋଲି ଜଣାଯାଏ, କିନ୍ତୁ ଅନ୍ୟପକ୍ଷେ ଖୁସି ମିଜାଜରେ ରହୁଥିବା ମହିଳାର ପେଟର ଝିଅ ରହିଛି ବୋଲି ଜଣାଯାଏ |

ତୃତୀୟ -ଗର୍ଭବତୀ ମହିଳାର ଖାଇବାରୁ ଜଣାଯାଏ ଯେ ଗର୍ଭସ୍ତ ଶିଶୁ କଣ ହେବ, ଯଦି ଏହିସମୟରେ ଖାଦ୍ୟପ୍ରତି ଘୃଣା ହୋଇଯାଏ ଏବଂ ଖାଇସାରିବା ପରେ ବାନ୍ତି ହୋଇଥାଏ ତେବେ ଏଥିରୁ ଲାଗେକି ପୁଅ ହେବ ବୋଲି ମାତ୍ର ଅଧିକ ଏହି ସମୟରେ ଅଧିକ ଖାଇବାପାଇଁ ଇଚ୍ଛା ହେଉଥିଲେ ଗର୍ଭସ୍ତ ଶିଶୁ ଝିଅ ଅଛି ବୋଲି ଜଣାଯାଏ |

ଚତୁର୍ଥ -ସକାଳର ପ୍ରଥମ ପରିସ୍ରାକୁ ଏକ ପାତ୍ରରେ ରଖି ସେଥିରେ ଯଦି ଏକ ଚାମୋଚ ଖାଇବସୋଡ଼ା ପକାଇଲା ପରେ ଏଥିରୁ ଫୋଟକା ଆସେ, ତେବେ ଗର୍ଭସ୍ତ ଶିଶୁ ଝିଅ ହେବ ବୋଲି ଜଣାଯାଏ ଏବଂ ଯଦି ଏହି ପରିସ୍ରାରେ କୌଣସି ପରିବର୍ତନ ନଆସେ ତେବେ ପୁଅ ହେବ ବୋଲି ଜଣାଯାଏ |

ପଞ୍ଚମ -ଏହି ଗର୍ଭବତୀ ସମୟରେ ଯଦି ଅଧିକ ମିଠା ଖାଇବାପାଇଁ ଇଛାହୁଏ ତେବେ ଗର୍ଭସ୍ତ ଶିଶୁ ଝିଅ ହେବ କିନ୍ତୁ ଯଦି ଖଟା, ଚଟପଟା କିମ୍ବା ମସଲା ଜାତୀୟ ଖାଦ୍ୟ ଖାଇବା ପାଇଁ ଇଚ୍ଛା ହୁଏ ତେବେ ଗର୍ଭସ୍ତ ଶିଶୁ ପୁଅ ଅଛି ଜଣାଯାଏ |

ଷଷ୍ଠ -ଗର୍ଭବତୀ ସମୟରେ ଏକ୍ସପଟ ଲୋକେ କହନ୍ତି କି ଯଦି ଗର୍ଭବତୀର ପେଟରେ ପୁଅ ଥାଏ ତେବେ ମୁହଁରେ ବ୍ରଣ ପରି ଅନେକ ସମସ୍ୟା ଦେଖାଯାଏ, କିନ୍ତୁ ଯଦି ଝିଅ ଥାଏ ତେବେ ଗର୍ଭବତୀ ମହିଳା ଅଧିକ ସୁନ୍ଦର ଦେଖାଯାନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment