ପିଲା ଛୁଆ ହେଉନି କି ? କଣ କରିବେ | Dr. Harshita

ଆଜିକାଲି ସମୟରେ ସମୟରେ INFERTILITY ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି ।ବହୁତ ସମୟରେ ପୁରୁଷ ମାନଙ୍କ ପାଇଁ ବି ମହିଳା ଗର୍ଭବତୀ ହେଇ ପାରନ୍ତି ନାହିଁ ।ଏହାଛଡ଼ା ମହିଳା ମାନଙ୍କ ପାଖରେ ବି ଅନେକ କାରଣ ରହିଥାଏ ଯେଉଁଥି ପାଇଁ ବନ୍ଧ୍ୟା ଦୋଷ ସମସ୍ୟା ଦେଖାଯାଏ ।ଯେମିତି ବହୁତ ସମୟରେ ପିରିୟଡ଼ ସାଇକେଲ ଠିକ ନଥିଲେ ବୟସ ଅଧିକ ଥିଲେ ବି ପିଲା ନହେବା ସମସ୍ୟା ଦେଖାଯାଏ ।ତେବେ ପିଲା ନହେବା କୁ ନେଇ ଡାକ୍ତର କଣ କହୁଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା ।

ବନ୍ଧ୍ୟା ଦୋଷର କାରଣ:-

-ତେବେ ପୁରୁଷ ଓ ମହିଳା ଉଭୟଙ୍କ ପାଖରେ ଏହି ଦୋଷ ରହିଥାଏ । ତେବେ ମହିଳା ଙ୍କର ଇ ରେଗୁଲାର ପିରିୟଡ଼ ହେଲେ, ଓଜନ ଅଧିକ ଥିଲେ,ବୟସ ଅଧିକ ଥିବା ଓ ଓଭାରୀ ରେ କୌଣସି ପ୍ରକାରର ଇଂଫେକ୍ଷ୍ନ ହେଲେ ଏସବୁ କାରଣ ଅଟେ ବନ୍ଧ୍ୟା ଦୋଷର ।

-ତେବେ ପୁରୁଷ ଙ୍କ କ୍ଷେତ୍ରରେ ଯେତେବେଳେ ସ୍ପର୍ମ କାଉଣ୍ଟ କମିଯାଏ ସେତେବେଳେ ବନ୍ଧ୍ୟା ଦୋଷ ଦେଖାଯାଏ ।ଏହା ବ୍ୟତୀତ ଡ୍ରଇଂସ, ସ୍ମକିଂ କରୁଥିଲେ, ହାର୍ନିଆ ପରି କିଛି ସର୍ଜିକଲ ଅପରେସନ ହେଇଥିଲେ ବି ପିଲା ନହେବାର ସମ୍ଭାବନା ରହିଥାଏ ।

ପିଲା ନହେବାର ଚିକିତ୍ସା:-

-ତେବେ ଯେତେବେଳେ ଏମିତି ସମସ୍ୟା ପୁରୁଷ ଓ ମହିଳା ଙ୍କ ପାଖରେ ଦେଖାଯାଏ, ସେତେବେଳେ ସେମାନେ ଡାକ୍ତର ଙ୍କ ପାଖକୁ ଗଲେ ବିଭିନ୍ନ ପ୍ରକାର ଟେଷ୍ଟ କରିବାକୁ ପଡିଥାଏ ।ଯେଉଁ ଟେଷ୍ଟ ରେ ଅଣ୍ଡା ର କ୍ବାଲିଟି ଚେକ କରିବା ସହିତ ସ୍ପର୍ମ କ୍ୱାଣ୍ଟିଟି ବି ଚେକ କରାଯାଇଥାଏ ।ଏସବୁ ବ୍ୟତୀତ IUE ଓ IVF ପ୍ରସେସ ରେ ବି ପିଲା କନସିଭ କରାଯାଇ ପାରିବ ।

ପିଲା ପ୍ଲାନିଂ କରିବାର ସଠିକ ସମୟ:-

-ତେବେ ସାଧାରଣତଃ 25 ରୁ 45 ବୟସ ଭିତରେ ପିଲା କନସିଭ କରିବାର ଉଚିତ ସମୟ ।ହେଲେ ପ୍ରାୟତଃ 40 ବର୍ଷ ପରେ ପିଲା ଜନ୍ମ ହେବା ଖୁବ ଅଳ୍ପ କେସ ରେ ଦେଖିବାକୁ ମିଳିଥାଏ ।ତେବେ ମହିଳା ଙ୍କ କ୍ଷେତ୍ରରେ ବୟସ ଯେତେ ବଡି ବଡି ଯିବ ସେମାନଙ୍କ ର ଅଣ୍ଡା ର କ୍ୱାଲିଟି ଓ କ୍ୱାଣ୍ଟିଟି ପରିମାଣ କମିବା ଆରମ୍ଭ ହୁଏ ।ଏହା ବ୍ୟତୀତ ପିରିୟଡ଼ ବି ଠିକରେ ହେଇ ନଥାଏ ତେଣୁ ସେମାନଙ୍କ ବୟସ ଅଧିକ ହେଲେ ପିଲା କନସିଭ ସହଜ ହେଇ ନଥାଏ ।

ବନ୍ଧ୍ୟା ଦୋଷର ନିରାକରଣ:-

-ତେବେ ବନ୍ଧ୍ୟା ଦୋଷ ର ନିରାକରଣ ପାଇଁ ଆପଣଂକୁ ଠିକ ସମୟ ଅନୁସାରେ ପିଲା ପ୍ଲାନିଂ କରିବା ଉଚିତ ।ଏହା ବ୍ୟତୀତ ରାତିରେ ଅଧିକ ସମୟ ମୋବାଇଲ ଦେଖନ୍ତୁ ନାହିଁ ଏମିତି ହେଲେ ଶରୀର ରେ କିଛି ହରମୋନ ରିଆକ୍ସନ ଘଟିଥାଏ ।ଆଉ ଅଧିକ ଜଙ୍ଗ ଫୁଡ଼ ଓ ପ୍ରସେସ ଫୁଡ଼ କୁ ଖାଇବା ବନ୍ଦ କରନ୍ତୁ, ପ୍ରତ୍ୟେକ ଦିନ କିଛି ଏକ୍ସାସାଇଜ କରିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment