ପ୍ରଥମ ଥର ପାଇଁ ଦେଖନ୍ତୁ ମାଁ କାଳିଜାଈ ( maa Kalijai ) ଙ୍କ ଆତ୍ମକାହାଣୀ , ହୋସ ଉଡେଇଦେଲା ଭଳି ଘଟଣା…

କାନ୍ଦୁଛନ୍ତି ମା’ କାଳିଜାଇ। କାହିଁକି ସନ୍ଧ୍ୟା ହେବା ପୂର୍ବରୁ ପୂଜାରୀ ନାଉରୀ ପର୍ଯ୍ୟଟକ ମାଛ ଧରାଳି ମାନେ ସମସ୍ତେ କୂଳକୁ ଫେରି ଆସୁଛନ୍ତି। କଣ ରହିଛି ମା କାଳିଜାଇଙ୍କ ରହସ୍ୟ।। ଆଜି ଆମ ମା’ କାଳିଜାଇଙ୍କ ଆତ୍ମକାହାଣୀ ବାବଦରେ ଆପଣ ମାନଙ୍କୁ ଜଣାଇବୁ ତେବେ ଆସନ୍ତୁ ଜାଣିବା କଣ ରହିଛି ମା’ କାଳିଜାଇଙ୍କ ରହସ୍ୟ।
ଓଡ଼ିଶା ରାଜ୍ୟ ଚିଲିକା ହ୍ରଦ ମଧ୍ୟରେ ଅବସ୍ଥିତ ଏହି ମା କାଳିଜାଇଙ୍କ ଐତିହାସିକ ମନ୍ଦିର। ଏହି ମନ୍ଦିରଟିକୁ ୧୭୧୭ ମସିହାରେ ପାରିକୁଦର ରାଜା ଶ୍ରୀଜଗନ୍ନାଥ ମାନସିଂହ ନିର୍ମାଣ କରିଥିଲେ। କାଳିଜାଇ ଦୁଇଟି ପୃଥକ୍ ନା ଗୋଟିଏ ହେଉଛି କାଳୀ ଆଉ ଗୋଟିଏ ଜାଇ। ମା କାଳୀ ହିନ୍ଦୁ ଧର୍ମର ଅଧିଷ୍ଠାତ୍ରୀ ଦେବୀ ହୋଇଥିବା ବେଳେ ଜାଇ ଚିଲିକାର ବାଣପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଥିଲେ।
କିମ୍ବଦନ୍ତୀ ଅନୁସାରେ ଜାଇ ବାଣପୁର ଅଞ୍ଚଳର ସ୍ଥାନୀୟ ବାସିନ୍ଦା ଥିଲେ। ଏକ ସାଧାରଣ ଝିଅ ଯିଏକି ଅନ୍ୟ ଏକ ଦ୍ଵୀପ ପାରିକୁଦକୁ ବିବାହ କରି ଯେତେବେଳେ ସେମାନେ ଚିଲିକା ହ୍ରଦରୁ ଗୋଟିଏ ଡଙ୍ଗା ଧରି ଆର ଦ୍ଵୀପକୁ ଯାଉଥିଲେ ସେହି ସମୟରେ ଏକ ଭୟଙ୍କର ଝଡ ଆସିଥିଲା ଆଉ ଝଡ଼ର ବେଗ ଏତେ ତୀବ୍ର ରହିଥିଲା ଯେ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ବୁଡି ଯାଇଥିଲା। ଆଉ ଏହି ଡଙ୍ଗାରେ ଜାଇ ଜାଇର ବାପା ଆଉ ନାଉରିଆ ମଧ୍ୟ ବୁଡି ଯାଇଥିଲେ।
ତେବେ ଜାଇର ବାପା ଆଉ ନାଉରିଆ କୌଣସି ପ୍ରକାରେ ବର୍ତ୍ତି ଯାଇଥିଲେ ମଧ୍ୟ ଜାଇ ଗଭୀର ଗଣ୍ଡ ଭିତରେ କୁଆଡେ଼ ନିଖୋଜ ହୋଇ ଯାଇଥିଲା। ଶେଷରେ ଜାଇକୁ ଖୋଜି ଖୋଜି ସନ୍ଧ୍ୟା ହୋଇଯାଏ ଆଉ ଜାଇକୁ ନପାଇ ଘରକୁ ଫେରି ଆସନ୍ତି ଜାଇର ବାପା ଓ ନାଉରିଆ। ଆଉ ଏପଟେ ଜାଇର ଆତ୍ମା ଚିଲିକା ହ୍ରଦରେ ଅଶାନ୍ତ ହୋଇ ବୁଲୁଥାଏ। ଆଉ ଅଶାନ୍ତ ହୋଇ ଚିତ୍କାର କରୁଥାଏ ମତେ ବଞ୍ଚାଅ ବଞ୍ଚାଅ।ଏମିତି ଅନେକ ଦିନ ବିତିଗଲା ଯେତେବେଳେ ସ୍ଥାନୀୟ ନାବିକମାନେ ଓ ମାଛ ଧରାଳିମାନେ ମାଛ ଧରିବା ପାଇଁ ଚିଲିକା ହ୍ରଦ ମଧ୍ୟକୁ ଗଲେ ସେଠାରେ ଯାଇର କାନ୍ଦିବା ସ୍ୱର ସେମାନେ ଶୁଣିବା ପାଇଁ ପାଇଲେ। ଏମିତି ଅନେକ ଦିନ ବିତିଗଲା ଶେଷରେ ସେମାନେ ଜାଇକୁ ମା କାଳିଙ୍କ ଆଖ୍ୟା ଦେଇ ବିପଦ ସମୟରେ ସ୍ମରଣ କରିବାକୁ ଲାଗିଲେ। ସେହିଦିନ ଠାରୁ ମା କାଳିଜାଇଙ୍କ ନାମ କରଣ ହୋଇଥିଲା। ସେବେଠାରୁ ମା କାଳିଜାଇ ସେଠାକାର ଅଧିଷ୍ଠାତ୍ରୀ ଦେବୀ ରୂପେ ପୂଜା ପାଇ ଆସୁଛନ୍ତି।
ଏହି ମନ୍ଦିରର ଅନେକ ରୋଚକ ରହସ୍ୟ ରହିଛି। ଯେମିତିକି ଏହି ମନ୍ଦିର ମାସରେ ୨୧ ଦିନ ଖୋଲା ରହିଥାଏ। ସନ୍ଧ୍ୟା ହେବା ପୂର୍ବରୁ କେହି ଜଣେ ହେଲେ କାଳିଜାଇ ଦ୍ଵୀପରେ ରହନ୍ତି ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସନ୍ଧ୍ୟା ହେବା ପରେ ସେଠାରେ ମା କାଳିଜାଇଙ୍କ କାନ୍ଦଣା ସ୍ୱର ଶୁଭାଯାଏ। ସେଥି ପାଇଁ କେବଳ ସାଧାରଣ ଲୋକ ନୁହଁନ୍ତି ସନ୍ଧ୍ୟା ହେବା ପୂର୍ବରୁ ପୂଜାରୀ ନାଉରୀ ପର୍ଯ୍ୟଟକ ମାଛ ଧରାଳି ମାନେ ସମସ୍ତେ କୂଳକୁ ଫେରି ଆସିଥାନ୍ତି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment