ଦର୍ଶକ ବନ୍ଧୁ ଆପଣ ମାନେ ଅନେକ ଦର୍ଶନୀୟ ସ୍ଥାନ ମାନଙ୍କର ନାଁ ଶୁଣିଥିବେ ଆଉ ଜାଣିଥିବେ ମଧ୍ୟ | ତେବେ ଆଜି ଆପଣ ମାନଙ୍କୁ ଯାହା ବିଷୟରେ କହିବାକୁ ଯାଉଛି ତାହା ହେଉଛି ଛତିଶଗଡ ରାଜ୍ୟ ଜାଜଙ୍ଗିର ଓ ଚମ୍ପା ଜିଲ୍ଲା ର ଦମ୍ବରା ତହସିଲ ନିକଟସ୍ଥ ମାଣ୍ଡ ଏବଂ ମହାନଦୀ ର ସଙ୍ଗମ ସ୍ଥଳରେ ଅବସ୍ଥିତ ଏହି ଚନ୍ଦ୍ରହାସିନୀ ମନ୍ଦିର ବିଷୟରେ | ଯେଉଁଠାରେ ବିରାଜ ମାନ ହେଇଛନ୍ତି ମା ” ଚନ୍ଦ୍ରହାସିନୀ | ତେବେ ଏହି ମନ୍ଦିର କୁ ସିଦ୍ଧ ଶକ୍ତି ପୀଠ ମଧ୍ୟ କୁହାଯାଏ | କୁହାଯାଏ ଯେ ମା ଦୁର୍ଗା ଙ୍କ 52 ଟି ସିଦ୍ଧ ପୀଠ ମଧ୍ୟରୁ ଏହାକୁ ମଧ୍ୟ ଏକ ସିଦ୍ଧ ପୀଠ ମଧ୍ୟ କୁହାଯାଏ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ମା ଚନ୍ଦ୍ରହାସିନୀ ଙ୍କ ଏହି ଭବ୍ୟ ମନ୍ଦିର କିପରି ଭାବରେ ଗଠନ ହେଇଥିଲା ତାହା ବିଷୟରେ ଜାଣିବା |
ତାହେଲେ ଦର୍ଶକ ବନ୍ଧୁ ପ୍ରଥମେ ଜାଣିବା ଏହି ମନ୍ଦିର ନିର୍ମାଣ ବିଷୟରେ :-
ତେବେ କୁହାଯାଏ ଯେ ସମ୍ବଲପୁରର ରାଜା ଚନ୍ଦ୍ରହାସ ଚନ୍ଦ୍ରପୁର ବାଟ ଦେଇ ଯାଉଥିଲେ | ବାଟରେ ଯିବା ସମୟରେ ଚନ୍ଦ୍ରହାସିନୀ ମହାନଦୀ କୂଳରେ ଶୟନ କରିଥିଲେ | ତେବେ ଏହି ମହାନଦୀ କୂଳରେ ଶୋଇବା ସମୟରେ ଶୀତଳ ଜଳ ସାଙ୍ଗକୁ ଶୀତଳ ପବନ ତାଙ୍କ ଦେହ କୁ ବାଜୁଥିଲା ସେଥିପାଇଁ ସେ ମହାନଦୀ କୂଳରେ ପ୍ରତିଦିନ ଶୋଇଥାନ୍ତି | ତେବେ ଚନ୍ଦ୍ର ହାସ ସେହି ବାଟ ଦେଇ ଗଲା ବେଳେ ତାଙ୍କର ରଥ ଅକ୍ଷ ମା ” ଙ୍କ ପାଦରେ ବାଜିଯାଇଥିଲା | ତେବେ ବାଜିବା ପରେ ମା କିଛି ପ୍ରତିକ୍ରିୟା ରଖିନଥିଲେ କିନ୍ତୁ ଏମିତି କିଛି ଦିନ ଗଲା ପରେ ମା ” ଚନ୍ଦ୍ରହାସିନୀ ରାଜା ଚନ୍ଦ୍ରହାସ ଙ୍କ ସ୍ବପ୍ନକୁ ଆସିଥିଲେ ଓ ତାଙ୍କୁ ସ୍ବପ୍ନ ରେ ଦୁଇଟି ବାକ୍ୟ କହିଯାଇଥିଲେ |
ତେବେ ସେହି ବାକ୍ୟ ଟି ହେଉଛି, ଚନ୍ଦ୍ରପୁରର ମାଣ୍ଡ ଓ ମହାନଦୀ ର ସଙ୍ଗମ ସ୍ଥଳରେ ମୋର ଏକ ଭବ୍ୟ ମନ୍ଦିର ତିଆରି କରିବୁ | ତାହା ସହିତ ମୋର ମୃତ୍ତି ସ୍ଥାପନ ମଧ୍ୟ କରିବୁ | ତେବେ ଏହା କହି ମା ” ଚନ୍ଦ୍ରହାସିନୀ ସ୍ୱପ୍ନ ରୁ ଚାଲିଯାଇଥିଲେ ଏହାପରେ ରାଜା ଚନ୍ଦ୍ରହାସ ସେଠାକାର ଏକ ଜମିଦାର ସହିତ କଥା ହେଲେ ଓ ଜମିଦାର ଙ୍କୁ ଦାୟିତ୍ୱ ମଧ୍ୟ ଦେଲେ | ତେବେ ଜମିଦାର ମଧ୍ୟ ତାଙ୍କର ଦାୟିତ୍ୱ କୁ ସୁଚାରୁରୂପେ ପାଳନ କରି ମନ୍ଦିରଟି ତିଆରି କରିଲେ | ତାପରେ ମା” ଚନ୍ଦ୍ରହସାନୀ ଙ୍କୁ କୂଳ ଦେବୀ ରୂପ ପୂଜା କରିବା ଆରମ୍ଭ କରିଦେଲେ | ସେହି ଦିନଠୁ ନେଇ ଆଜି ପର୍ଯ୍ୟନ୍ତ ମା ଚନ୍ଦ୍ରହାସିନୀ ଙ୍କ ପୂଜା ଅର୍ଚ୍ଚନା ଚାଲିଆସିଛି |
ଏହି ମନ୍ଦିରରେ ଆଜି ପର୍ଯ୍ୟନ୍ତ ଯେଉଁ ସବୁ ଘଟଣା ଦୁର୍ଘଟଣା ଘଟିସାରିଛି ସେହି ଘଟଣା ମଧ୍ୟରୁ ଏବେ ଏକ ଘଟଣା ବିଷୟରେ ଆଲୋଚନା କରିବା | ତେବେ କେତେକ ସ୍ଥାନୀୟ ଲୋକଙ୍କ କହିବା କଥା ଅନୁଯାୟୀ ଥରେ ଜଣେ ଶିଶୁର ବାପା ସେହି ଶିଶୁଙ୍କୁ ମହାନଦୀ ଙ୍କୁ ଫିଙ୍ଗି ମାରିଦେବା ପାଇଁ | ମହାନଦୀ ଅଭିମୁଖେ ଆସି ଯେତେବେଳେ ସେ ମହାନଦୀ ର ସେତୁ ଉପରକୁ ଯାଇ କିଛି କଥା ନ ଭାବି ସେହି ଶିଶୁ ପୁତ୍ର କୁ ମହାନଦୀ ଗର୍ଭ କୁ ଫିଙ୍ଗି ଦେଇଥିଲେ | ଠିକ ସେତିକି ବେଳେ ମା ଚନ୍ଦ୍ରହାସିନୀ ଙ୍କ ଅପାର କୃପା ଦେଖିବାକୁ ମିଳିଥିଲା | ମା ସେହି ଶିଶୁ ପୁତ୍ର କୁ ମହାନଦୀ ଗର୍ଭ ରୁ ଉଦ୍ଧାର କରି କୂଳରେ ଆଣି ଶିଶୁ ରଖିଥିଲେ | ତେବେ ସ୍ଥାନୀୟ ଲୋକଙ୍କ କହିବା କଥା ଅନୁଯାୟୀ ଆଜି ବି ସେହି ଶିଶୁ ମା ” ଙ୍କ ସେବା ରେ ମଗ୍ନ ଅଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।