ବନ୍ଧୁଗଣ ଆପଣ ଜାଣିଥିବେ ମନୁଷ୍ୟ ଶରୀରରେ ସବୁଠାରୁ ମୁଖ୍ୟ ଅର୍ଗାନ ହେଉଛି ତାହାର ଲିଭର, ଯଦି ବ୍ୟକ୍ତି ଲିଭର ଠିକ ରହିଛି ତେବେ ତାହାର କୌଣସି ଚିନ୍ତା ନଥାଏ |ବ୍ୟକ୍ତି ପାଖରର ଯଦି ଲିଭର ଜନିତ କୌଣସି ସମସ୍ୟା ଦେଖାଯାଏ ତେବେ ସେ ସର୍ବଦା ଚିନ୍ତାରେ ରହିଥାଏ କାରଣ ଯଦି ଆମ ଶରୀରରେ ଲିଭର ଫାଂକ୍ସନ କରିବା ବନ୍ଦ କରିଦିଏ ତେବେ ମନୁଷ୍ୟ ମୃତ୍ୟୁ ମୁଖରେ ପଡ଼ିଯାଏ ତେଣୁ ସର୍ବଦା ଲିଭର ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ |ମୁଁ ଆଜି ଆପଣଙ୍କୁ ଆମର ଲିଭର କିପରି ସୁସ୍ଥ ରହିବ ସେଥିପାଇଁ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ ଜଣେଇବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଆମର ଲିଭରକୁ ସମ୍ପୂର୍ଣ ସୁସ୍ଥ ରଖିବା ପାଇଁ ଏକ. ସୁନ୍ଦର ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-
ଧନିଆ ପତ୍ର
ପ୍ରସ୍ତୁତି :-
ଆପଣ ଲିଭର ଜନିତ ଯେକୌଣସି ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ଧନିଆ ପତ୍ରର ଆବଶ୍ୟକତା ରହିଛି, ଏହି ଧନିଆ ପତ୍ର ଆପଣ ଦଶ ଗ୍ରାମ ନେଇ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ |ପରେ ଆପଣ ଏକ ପତ୍ର ଗ୍ୟାସରେ ବସାନ୍ତୁ ଏବଂ ସେଥିରେ ଦୁଇ ଗ୍ଲାସ ପାଣି ନିଅନ୍ତୁ, ଏହି ପାଣି ଫୁଟାନ୍ତୁ ପାଣି ଫୁଟିବା ସମୟରେ ଆପଣ ଏଥିରେ ଧୋଇ ରଖିଥିବା ଧନିଆ ପତ୍ର ତାର ଡେଫା ସହିତ ପକାଇ ତାହାକୁ ଭଲ ଭାବରେ ଫୁଟାନ୍ତୁ ଯେପରି ପାଣି ଫୁଟି ଏକ ଗ୍ଲାସ ହୋଇଯିବ |ପରେ ଆପଣ ଗ୍ୟାସ ବନ୍ଦ କରି ଦିଅନ୍ତୁ ପରେ ଆପଣ ଏହି ପାଣିକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ, ପରେ ଏହି ଡ୍ରିଙ୍କ ହାଲକା ଉଷମ ଥିବା ସମୟରେ ଏହାକୁ ଏକ ଗ୍ଳାସକୁ ଛାଣି ନିଅନ୍ତୁ |
ବ୍ୟବହାର :-
ଆପଣ ପ୍ରସ୍ତୁତ କରି ରଖିଥିବା ଡ୍ରିଙ୍କ ପ୍ରତ୍ୟକ ଦିନ ସକାଳ ଖାଲି ପେଟରେ ଚାହା ପିଇବା ପରି ଧୀରେ ଧୀରେ ଏହାର ସେବନ କରନ୍ତୁ, ଆପଣ ଯେତେବେଳେ ଏହି ଡ୍ରିଙ୍କ ସେବନ କରିବେ ତାହା ସଙ୍ଗେ ସଙ୍ଗେ ପ୍ରସ୍ତୁତ କରି ପିଇବେ |ଏହି ଡ୍ରିଙ୍କ ଆପଣ କିଛି ଦିନ ଲଗାତାର ଭାବରେ ପିଇବା ପାଇଁ ଚେଷ୍ଟା କରନ୍ତୁ ଦେଖିବେ ଆପଣଙ୍କ ଲିଭର ଜନିତ ସମସ୍ତ ସମସ୍ୟା ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ |ଏହା ସହିତ ଆପଣ ନିଜର ଜୀବନ ଶୈଳୀରେ ପରିବର୍ତନ ଆଣିବାକୁ ଚେଷ୍ଟା କରନ୍ତୁ, ଏହା ସହିତ ଆପଣ ଅଧିକ ପାଣି ପିଇବା ସହିତ ଜଙ୍କ ଫୁଡ କିମ୍ବା ଅଇଲି ଜାତୀୟ ଫୁଡ ଠାରୁ ସମ୍ପୂର୍ଣ ଦୁରେଇ ରୁହନ୍ତୁ |ଏହହି ପରି ଆପଣ ସମସ୍ତ କଥା ମାନି ଚଳିବା ଦ୍ଵାରା ଆପଣଙ୍କ ଲିଭର ସମ୍ପୂର୍ଣ ସୁସ୍ଥ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।