Health Tips – ପ୍ରତିଦିନ କେବଳ ଏହାର 2 ଟି ପତ୍ର ଖାଆନ୍ତୁ ଜୀବନ ଥିବା ଯାଏ ଆଣ୍ଠୁ ଗଣ୍ଠି ବିନ୍ଧିବ ନାହିଁ ଗ୍ୟାରେଣ୍ଟି

ଆପଣ ମାନେ ସମସ୍ତେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ଥିଲେ ମଧ୍ୟ ସେହି ସମସ୍ୟା କୁ ସମାଧାନ ପାଇଁ ଆମ ପାଖରେ ବିଭିନ୍ନ ପ୍ରକାରର ଉପାୟ ଗୁଡିଓ ମଧ୍ୟ ରହିଥାଏ | ବେଳେ ବେଳେ ଦେଖା ଯାଇଥାଏ କି ଆମର ଦେହ ରେ ସମସ୍ୟା ଗୁଡିକ ଏତେ ବଢ଼ି ଯାଇଥାଏ କି ସେଥିରୁ ମୁକ୍ତି ପାଇବା ପାଇଁ ମଧ୍ୟ ଆମକୁ ବହୁତ କଷ୍ଟ ହୋଇଥାଏ | ତେବେ କୁହାଯାଉଛି କି ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ମଧ୍ୟ ଏଭଳି ଏକ ସମସ୍ୟା ଅଟେ ଯେଉଁଥିପାଇଁ ଆମେ ଅନେକ ସମୟରେ ଅନେକ କଷ୍ଟ ଭୋଗିଥାଉ ବୋଲି କୁହାଯାଇଥାଏ | ତାହେଲେ ଆସନ୍ତୁ ବନ୍ଧୁଗଣ ସେହି ଭଳି ସମସ୍ୟା ରୁ ମୁକ୍ତି ପାଇବା ପାଇଁକି କଣ ରହିଛି ଘରେଇ ଉପଚାର ସେ ବିଷୟରେ ଜାଣିବା |


କୁହାଯାଉଛି କି ଆମ ଶରୀରରେ ଯଦି ଗିରିଶ ଵା ସେଲୋବିଆଲ ଫ୍ଲୁଇଡ କମିବାକୁ ଲାଗିଥାଏ ତାହେଲେ ଆମର ଶରୀରରେ ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ଗୁଡିକ ଦେଖିବାକୁ ମିଳିଥାଏ ଓ ଯାହା ଯୋଗୁଁ ଆମେ ବିଶେଷ ଭାବରେ କଷ୍ଟ ପାଇଥାଉ | ଏହା ସହିତ କୁହାଯାଉଛି କି ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ଗୁଡିକ ବିଶେଷ ଭାବରେ ବୟସ୍କ ବ୍ୟକ୍ତି ମାନଙ୍କ ନିକଟରେ ଅଧିକ ଦେଖା ଯାଇଥାଏ | ତାହେଲେ ଆସନ୍ତୁ ଜାଣିବା ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ କଣ ରହିଛି ଘରେଇ ଉପଚାର |

ଆବଶ୍ୟକୀୟ ଉପକରଣ :-

ସିଂରାହରୀ ପତ୍ର, ଶୁଣ୍ଠି ପାଉଡର

ପ୍ରସ୍ତୁତି ପ୍ରଣାଳୀ :-

ଏହି ସହଜ ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ଆମେ ମାନେ ପ୍ରଥମେ 2-4 ଟି ସିଂରାହାରି ପତ୍ର କୁ ନେବା ଆଉ ତାହା କୁ ଭଲ ଭାବରେ ପାଣି ରେ ଧୋଇ ଦେବା | ଆଉ ସେହି ପତ୍ର କୁ ଛୋଟ ଛୋଟ ଖଣ୍ଡ କରିକି ହେମା ଦସ୍ତା ସାହାଯ୍ୟ ରେ ଭଲ ଭାବରେ ଛେଞ୍ଚି ଦେବା | ତାହା ପରେ ଗ୍ୟାସ ରେ ଗୋଟିଏ ଗ୍ଲାସ ପାଣି ନେଇକି ତାହାକୁ ଭଲ ଭାବରେ ଗରମ କରିବା ଆଉ ଏହି ପତ୍ର ର ଛେଞ୍ଚା କୁ ସେହି ଗରମ ଫୁଟା ପାଣି ରେ ପକାଇବା ଓ ତାହା ପରେ ଗୋଟିଏ ଚାମଚ ଶୁଣ୍ଠି ପାଉଡର ପକାଇବା ଓ ତାହାକୁ ଭଲ ଭାବରେ ଫୁଟାଇବା | 15 ମିନିଟ ଫୁଟି ସାରିବା ପରେ ଗ୍ୟାସ କୁ ବନ୍ଦ କରିକି ତାହାକୁ ସେମିତି ଢାଙ୍କୁଡ଼ି ଦେଇକି 5 ମିନିଟ ରଖିଦେବା | ତାହା ପରେ ସେହି ପାଣି କୁ ଭଲ ଭାବରେ ଛାଣି ଦେବା |

ବ୍ୟବହାର :-

ଏହି ପାଣି କୁ ଆମେ ମାନେ ପ୍ରତେକ ଦିନ ଖାଲି ପେଟ ରେ ସେବନ କରିଲେ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ଦୂର ହୋଇଯିବ |ଏହା ବ୍ୟତୀତ ଆମେ ମାନେ ଆକୃଟ କୁ ପାଣି ରେ ଭିଜେଇ ତାହାକୁ ସକାଳେ ଖାଇବା ଆବଶ୍ୟକ ହୋଇଥାଏ ଓ ପ୍ରତେକ ଦିନ ପଇଡ଼ ପାଣି ପିଇବା ମଧ୍ୟ ଏହି ଭଳି ଆଣ୍ଠୁ, ଗଣ୍ଠି ଜନିତ ସମସ୍ୟା ରୁ ମୁକ୍ତ କରି ପାରିଥାଏ |

ତେବେ ଏହା ଥିଲା ଆଣ୍ଠୁ, ଗଣ୍ଠି ଓ ଜୋଏଣ୍ଟ ପେନ ଭଳି ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment