ବନ୍ଧୁମାନେ ସାଧାରଣତଃ ପ୍ରେଗନେନ୍ସି ମହିଳା ମାନଙ୍କୁ ପିଲାର ଗ୍ରୋଥ ଉପରେ ନଜର ରଖିବା ପାଇଁ ଓ ଡେଲିଭରି ତାରିଖରେ ଆଦି ଜାଣିବା ପାଇଁ ଅଲ୍ଟ୍ରାସାଉଣ୍ଡ କରିବାକୁ ପଡିଥାଏ ।ହେଲେ ଏହି ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ରେ କଣ ରହିଛି କଣ ନାହିଁ ତାହା ସାଧାରଣ ଲୋକମାନେ ଭୁଜି ପାରନ୍ତି ନାହିଁ ।ଏହା ବ୍ୟତି ବହୁତ ସମୟରେ ଡାକ୍ତର ମନେ ରୋଗୀ ଙ୍କୁ ଡ଼ରେଇ ଦେଇ ସିଜରିଆନ କରିବାକୁ କହିଥାନ୍ତି ।ହେକେ ଆପଣ ଯଦି ଥରେ ଏହି ରିପୋର୍ଟକୁ ବୁଜିଯିବେ ତାହେଲେ ଆପଣଙ୍କ ର ସବୁ ଡର ଛାଡିଯିବ ।ତେବେ ଆସନ୍ତୁ ଏବେ ଓଡ଼ିଆ ରେ ଏହି ରିପୋର୍ଟକୁ ବୁଝିବା ।
ତେବେ ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ରେ ଅନେକ ସର୍ଟ ଫର୍ମ ଲେଖା ଯାଇଥାଏ ସେସବୁର ଅର୍ଥ ଆସନ୍ତୁ ଜାଣି ବୁଝିବା ।
LMP-Last Menstrual Period
ତେବେ ଗର୍ଭବତୀ ହେବା ପୂର୍ବରୁ ଯେଉଁ ଶେଷ ପିରିୟଡ଼ ହେଇଥିଲା ତାହାର ତାରିଖ ।ଏହା ଜାଣିବା ପାଇଁ ପ୍ରତ୍ୟେକ ଗର୍ଭବତୀ ମହିଳା ନିଜର ଶେଷ ପିରିୟଡ଼ ତାରିଖ ଜାଣିବା ଜରୁରୀ ଅଟେ ।
EDD-Estimated Delivery Date
ପ୍ରସବ ହେବାର ଅନୁମାନ ତାରିଖ
ଶେଷ ମାସିକ ପିରିୟଡ଼ ହେବାର ତାରିଖ ଠାରୁ 9 ମାସ 10 ଦିନ ଛାଡ଼ିଯେଉଁ ତାରିଖ ରେ ପିଲା ହେବ ହେବ ସେହି ତାରିଖ ।ବେଳେ ବେଳେ ଏହି ତାରିଖ ପୂର୍ବରୁ ବି ପିଲା ଜନ୍ମ ହେଇଯାଏ ।
GA-Gestational Age
ଗର୍ଭରେ ଥିବା ଶିଶୁ ବୟସ କେତେ, ଆଉ ଏହା ଶିଶୁର ଓଜନ ଓ ଆକାର ଦେଖି ଅନୁମାନ କରାଯାଏ ।ତେବେ ବହୁତ ସମୟରେ ପିଲାର ଓଜନ କମ ବେଶୀ ବି ହେଇପାରେ ।
EFW-Estimated Fetal Waight
ଶୁଶୁର ଆନୁମାନିକ ଓଜନ, ଆଉ ଏହି ଓଜନ ଜାଣି ପିଲା କେତେ ସପ୍ତାହ ର ତାହା କହିବାକୁ ସହଜ ହୁଏ ।ତେବେ 9 ମାସରେ ହେଉଥିବା ଅଲ୍ଟ୍ରାସାଉଣ୍ଡ ରିପୋର୍ଟ ରେ ପିଲାର ଓଜନ 2.5 କେଜି ରୁ 3.5 କେଜି ଥାଏ ତାହେଲେ ନର୍ମାଲ ଡେଲିଭରି ହେଇଥାଏ ।3.5କେଜି ଥିଲେଆଉ ପିଲାର ପଜିସନ ଠିକ ନଥିଲେ ସିଜରିଆନ କରିବାକୁ ପରାମର୍ଶ ଦେଇଥାନ୍ତି ଡାକ୍ତର ।
Placenta:-
ତେବେ ଏହାକୁ ଫୁଲ ବୋଲି କୁହାଯାଏ,ତେବେ ଏହି ନାଡୀ ଦେଇ ପିଲାକୁ ଖାଦ୍ୟ ଯାଇଥାଏ ।ତେବେ ଏହା ଗର୍ଭାଶୟ ର ଗୋଟିଏ ପାଖକୁ ରହିଥାଏ ,ତେବେ ରିପୋର୍ଟରେ antetior Placenta ଲେଖାଥାଏବତହେଲେ ସେତେବେଳେ ତାହା ଗର୍ଭାଶୟ ର ଉପର ଭାଗରେ ରହିଥାଏ ।ତେବେ ଯେତେବେଳେ ରିପୋର୍ଟ ରେ No Placenta previa ଲେଖାଯାଏ ତେବେ ସେଥିରେ କିଛି ଅସୁବିଧା ନଥାଏ ।ଆଉ ଯେତେବେଳେ Placenta previa ଲେଖାଯାଏ ଏଥିରେ ସିଚୁଏସନ ଖରାପ ଥାଏ ।
Liquor:-Aminotic fliud volume
ଗର୍ଭାଶୟ ରେ ଥିବା ପନିର ପରିମାଣ,ଏହାର ପରିମାଣ 8-18 ଭିତରେ ଥିଲେ ନର୍ମାଲ ଡେଲିଭରି ହେଇଥାଏ ।
fetal HR:- fetal heart rate
ଶିଶୁର ହୃଦସ୍ପନ୍ଦନ ଯାହା 137 ରୁ 158 ଭିତରେ ରହିଥାଏ ।
presentaion:-
ଏଥିରେ ଶିଶୁ ର position ଦେଖା ଯାଏ ତେବେ cephalic ପୋଷିସନ ରେ ଶିଶୁର ମୁଣ୍ଡ ତଳକୁ ଓ ଗୋଡ଼ ଉପରକୁ ଥାଏ breech position ରେ ଶିଶୁର ମୁଣ୍ଡ ଉପରକୁ ଥାଏ ଓ ଗୋଡ଼ ତଳକୁ ଏଥିରେ ଡେଲିଭରି କଷ୍ଟ ହେଇଥାଏ ।
ତେବେ ଆପଣ ମାନେ ଏମିତି ସବୁ ଯଦି ଏହି ଅଲ୍ଟ୍ରାସାଉଣ୍ଡ ରିପୋର୍ଟକୁ ବୁଝି ପାରିବେ ତାହେଲେ ନିଶ୍ଚିତ ଆଗରୁ ଜାଣି ପାରିବେ ଡେଲିଭରି ନର୍ମାଲ ହେବ କି ସିଜରିଆନ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।