ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ , ସର୍ବପ୍ରଥମେ ତାଙ୍କର ଏହା ଜାଣିବାକୁ ଇଚ୍ଛା ହୋଇଥାଏ ଯେ ତାଙ୍କ ପେଟରେ ବଢୁଥିବା ଶିଶୁ ପୁଅ ନା ଝିଅ । କାରଣ ଆସିବାକୁ ଥିବା ଶିଶୁର ସ୍ୱାଗତ ସେହି ଅନୁସାରେ କରିପାରିବେ । ଆମ ଦେଶରେ ଆଉ ବିଦେଶରେ ଏମିତି କିଛି ମୁରବୀ ଅଛନ୍ତି , ଯେଉଁମାନେ ଫେସ୍ ରିଡିଙ୍ଗ ବା ଶରୀରର ହେଉଥିବା ପରିବର୍ତ୍ତକୁ ଦେଖି ବତେଇ ଦିଅନ୍ତିକି ଗର୍ଭରେ ବଢୁଥିବା ଶିଶୁ ପୁଅ ନା ଝିଅ । ଏହା ସବୁବେଳେ ସଠିକ୍ ହେବ ବୋଲି କୌଣସି ଗ୍ୟାରଣ୍ଟି ନାହିଁ , ବେଳେବେଳେ ଏହା ସଠିକ୍ ହୁଏ ତ କେତେବେଳେ ଭୁଲ ମଧ୍ୟ ପ୍ରମାଣିତ ହୋଇଥାଏ ।
1. ପେଟର ଆକାର :-
ଯଦି ପ୍ରେଗନେଣ୍ଟ ମହିଳାର ପେଟର ଆକାର ଗୋଲ ଏବଂ ବାହାରପଟକୁ ଫୁଲିଥାଏ ତେବେ ଏହା ପୁଅ ହେବାର ଲକ୍ଷଣ । ଅନ୍ୟପକ୍ଷେ ଯଦି ପେଟର ଆକାର ଚଉଡା ଅଛି ଏବଂ ଗୋଲେଇ ଅଛି ତେବେ ଏହା ଝିଅ ହେବାର ଲକ୍ଷଣ ଅଟେ ।
2. ମିଞ୍ଜାସ୍ ରେ ପରିବର୍ତ୍ତନ :-
ଯେଉଁ ମହିଳାଙ୍କ ପ୍ରେଗନେନ୍ସି ର ପ୍ରଥମ 3 ମାସ ରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ , ତେବେ ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଅନ୍ୟପକ୍ଷରେ ପେଟରେ ଝିଅ ଥିଲେ ମା ମାନେ ମେଳାମେଳା ଭାବନା ପ୍ରକାଶ କରିଥାନ୍ତି ।
3. ଖାଦ୍ୟରୁ ଘୃଣା ହେବା :-
ପ୍ରେଗନେନ୍ସି ସମୟରେ ଅନେକ ମହିଳା ପ୍ରଚୁର ପରିମାଣରେ ଖାଦ୍ୟ ଖାଇଥାନ୍ତି , ଆଉ କେତେକ ମହିଳାଙ୍କୁ ଖାଦ୍ୟରୁ ଘୃଣା ହୋଇଥାଏ । ଏକ ଗବେଷଣାରୁ ଜଣାଯାଇଛି ଯେ ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣାଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ଅଧିକ ହୋଇଥାଏ । ସେମାନଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ ।
4. ଖାଇବା ସୋଡା ଟେଷ୍ଟ :-
ଗୋଟିଏ ପାତ୍ରରେ ସକାଳ ପରିସ୍ରା ନେବେ , ଏଥିରେ ଗୋଟିଏ ଚାମଚ ବେକିଙ୍ଗ ସୋଡା ପକାଇବେ । କୁହାଯାଏ ଯେ ଯଦି ବେକିଙ୍ଗ ସୋଡା ପକାଇଲା ପରେ ପରିସ୍ରାରେ ଫେଣ ବା ଫୋଟକା ହେବାକୁ ଲାଗେ ତେବେ ଗର୍ଭରେ ଝିଅ ଅଛି । ଯଦି ସୋଡା ପକାଇଲା ପରେ ପରିସ୍ରାରେ ଫେଣ ନଆସେ ତେବେ ଗର୍ଭରେ ଥିବା ଶିଶୁ ପୁଅ ହୋଇଥାଏ ।
5. ଚଟପଟା କିମ୍ୱା ମିଠା ଖାଇବାର ଇଚ୍ଛା ହେବା :-
ପ୍ରଗନେନ୍ସି ସମୟରେ ଯଦି ମହିଳାଙ୍କୁ ମିଠା ଅଧିକ ଖାଇବାର ଇଚ୍ଛା ହୁଏ , ତେବେ ତାଙ୍କ ପେଟରେ ଝିଅ ହୋଇଥାଏ । ଅନ୍ୟପଟେ ଯଦି ତାଙ୍କୁ ଅଧିକ ଖଟା ଚଟପଟା ମସଲଯୁକ୍ତ ଖାଦ୍ୟ ଖାଇବାକୁ ଇଚ୍ଛା ହୁଏ । ତେବେ ଏହା ପୁଅ ହେବାର ଲକ୍ଷଣ ଅଟେ ।
6. ତ୍ୱଚା ସମ୍ୱନ୍ଧୀୟ ସମସ୍ୟା ହେବା :-
ଯଦି ମହିଳାଙ୍କ ପେଟରେ ପୁଅ ଥାଏ ତେବେ ତାଙ୍କ ଫେସ୍ ରେ ବ୍ରଣ ଆଦି ସମସ୍ୟା ଦେଖାଦିଏ । ଅନ୍ୟପକ୍ଷେ ଯଦି ମହିଳାଙ୍କ ଫେସ୍ ରେ ରୂପ ରଙ୍ଗ ନିଖାର ଆସିଥାଏ ତେବେ ଏହା ଝିଅ ହେବାର ଲକ୍ଷଣ ହୋଇଥାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।