ବନ୍ଧୁମାନେ ବିବାହ ପରେ ପିଲା ଟିଏ ପ୍ରତ୍ୟେକ ଦମ୍ପତି ଚାହିଁଥାନ୍ତି, ହେଲେ ବର୍ତ୍ତମାନ ସମୟରେ ପ୍ରେଗନେଣ୍ଟ ହେବା ବା ପିଲା କନସିଭ କରିବାରେ ବହୁତ ଅସୁବିଧା ହେଉଛି ।ଅନେକ ସମୟରେ ବିଭିନ୍ନ କାରଣ ପାଇଁ ଗର୍ଭଧାରଣ ହିଁ କରି ହେଉ ନାହିଁ, ଆଉ ଏପରି ସ୍ଥିତିରେ ମହିଳା ଓ ପୁରୁଷ ଉଭୟ ଖୁବ ଚିନ୍ତାରେ ପଡ଼ି ଯାଉଛନ୍ତି ।ତେବେ ବାସ୍ତବରେ ଗର୍ଭ ନରହିବା ପଛରେ କଣ କଁ କାରଣ ରହିଛି ଆଉ ତାହାର ସମାଧାନ କଣ ସେ ବିଷୟରେ ଆସନ୍ତୁ ଆଜି ଆଲୋଚନା କରିବା ।ଆଉ ଏସବୁ ବିଷୟରେ ଜାଣିବା ପରେ ଆପଣ ବହୁତ ଜଲଦି ଉପଚାର କରି ପ୍ରେଗନେଣ୍ଟ ହେଇ ପାରିବେ ।
ଗର୍ଭଧାରଣ କରି ନପାରିବାର କାରଣ:-
ବୟସ:-
ତେବେ ପୁରୁଷ ଓ ନାରୀ ଉଭୟ ଏକ ନିର୍ଦ୍ଦିଷ୍ଟ ବୟସ ପରେ ଗର୍ଭଧାରଣ କରିବାରେ ସମର୍ଥ ହେଇ ପାରନ୍ତି ନାହିଁ ।ତେବେ ପ୍ରାୟତଃ ପୁରୁଷର 40 ରୁ 50 ବୟସ ପରେ ତାଙ୍କର ଶୁକ୍ରାଣୁ ସଂଖ୍ୟା କମିଯାଏ, ଆଉ ନାରୀ ର 30 ପରେ ଅଣ୍ଡା ସଂଖ୍ୟା କମିବା ଆରମ୍ଭ ହୁଏ ।ସେତେବେଳେ ପ୍ରେଗନେଣ୍ଟ ହେବା ବହୁତ କଷ୍ଟ ହେଇଥାଏ ।
Infortility:-
ତେବେ ଯେତେବେଳେ ନାରୀର ପିରିୟଡ଼ କୁ ନେଇ କିଛି ସମସ୍ୟା ଉପୁଜିଥାଏ ଯେପରି ରେଗୁଲାର ପିରିୟଡ଼ ନହେଲେ , ଡେରିରେ ପିରିୟଡ଼ ଆସିଲେ ଆଦି, ସେତେବେଳେ ବି ପ୍ରେଗନେନ୍ସି ରେ ଅସୁବିଧା ହୁଏ ।ଆଉ ଏହା ପୁରୁଷ ଙ୍କ କ୍ଷେତ୍ରରେ ବି ଦେଖାଯାଏ ତେବେ ପ୍ରାୟତଃ 20 ରୁ 30 ପ୍ରତିଶତ ପୁରୁଷ ଏହି ଅସୁବିଧା ର ସମ୍ମୁଖୀନ ହେଇଥାନ୍ତି ।ଏହି କେଶରେ ପୁରୁଷ ର ଶୁକ୍ରାଣୁ ଠିକରେ ଗ୍ରୋଥ କି ରିଲିଜ ହେଇ ନଥାଏ ।
ଫେଲପିଅନ ଟ୍ୟୁବ ବ୍ଲକେଜ:-
ତେବେ ଫେଲପିଅନ ଟ୍ୟୁବ ଯାହା ଅଣ୍ଡା ଓ ସ୍ପର୍ମ କୁ ମିଶିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।ହେଲେ ଯେତେବେଳେ ଏହି ଟ୍ୟୁବ ବ୍ଳକେଜ ହୁଏ ସେତେବେଳେ ପ୍ରେଗନେନ୍ସି କନସିଭ ରେ ଅସୁବିଧା ଆସେ ।ତେବେ ଜଣେ ମହିଳା ଶରୀର ରେ ଦୁଇଟି ଫେଲପିଅନ ଟ୍ୟୁବ ରହିଛି ଆଉ ଗୋଟିଏ ବ୍ଳକେଜ ହେଲେ ତାହାର ଚିକିତ୍ସା କରିହୁଏ କିନ୍ତୁ ଦୁଇଟି ବ୍ଳକେଜ ହେଲେ ଅସୁବିଧା ଆସିଯାଏ ।
PCOD ସମସ୍ୟା:-
ଆପଣ ଅଧିକ ମୋଟା ହେଇଗଲେ ଓ ଜଙ୍କ ଫୁଡ଼ ଖାଇବା ଦ୍ଵାରା ବି ପ୍ରେଗନେନ୍ସି ଅସୁବିଧା ହୁଏ ।.ଷ୍ଟ୍ରେସ ଓ ଅଧିକ ଚିନ୍ତାରେ ରହିଲେ ବି ପ୍ରେଗନେନ୍ସି ସମ୍ଭବ ହେଇପାରେ ନାହିଁ ।
ଏଣ୍ଡମେଟ୍ରିୟମ ଟିସୁ ବଡ଼ିଲେ:-
ତେବେ ଶରୀର ରେ ଯେକୌଣସି ସ୍ଥାନରେ ଏହି ଟିସୁ ବଡିବା ଆରମ୍ଭ ହେଲେ ପିରିୟଡ଼ ରେ ବହୁତ କଷ୍ଟ ହେଇଥାଏ ।ଆଉ ଏମିତି କେଶ ରେ ପ୍ରେଗନେଣ୍ଟ ହେବ କଷ୍ଟ ହେଇଥାଏ ।
ଏସବୁ ବ୍ୟତୀତ କିଛି ମହିଳା ଙ୍କ ଶରୀର ର ଗଠନ ଏମିତି ହେଇଥାଏ କି ସେମାନେ ପ୍ରେଗନେଣ୍ଟ ହେଇ ପାରନ୍ତି ନାହିଁ ।ଆଉ ଡାଇବେଟିସ ଓ ଉଚ୍ଚ ରକ୍ତଚାପ ପରି ସମସ୍ୟା ଥିଲେ ବି ପ୍ରେଗନେଣ୍ଟ ହେବା ମୁସ୍କିଲ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।