ପୁଣି ସପନଙ୍କ ଚମତ୍କାର କଣ୍ଠରୁ ଥରେ ଶୁଣନ୍ତୁ ଏହି ସୁନ୍ଦର ଗୀତ ” ଏଥର ଫଗୁଣେ ବାଜିବ ଲୋ ବାଜା “… ମାତ୍ର 6 ଘଣ୍ଟାରେ 100k ରୁ ଅଧିକ ଲୋକ ଦେଖିସାରିଲେନି

ଖଞ୍ଜଣି ର ତାଳେ ତାଳେ ସପନ ଙ୍କ କଣ୍ଠରୁ ଶୁଣିବାକୁ ମିଳିଲା “ଏଥର ଫଗୁଣେ ବାଜିବ ଲୋ ବାଜା” ।ବନ୍ଧୁମାନେ ବହୁତ ସମୟରେ ସୋସିଆଲ ମେଫିଆରେ ଅନେକ ନୂଆ ନୂଆ ପ୍ରତିଭା ଦେଖିବାକୁ ମିଳିଥାଏ ।ଏହାଛଡା ଏହି ସୋସିଆଲ ମେଡିଆ ପ୍ଲାଟଫର୍ମ ପାଇଁ ଆଜି ଅନେକ ଲୋକମାନେ ନିଜ ପ୍ରତିଭା କୁ ଦୁନିଆ ଆଗରେ ରଖି ପାରିଛନ୍ତି ।ତେବେ ବର୍ତ୍ତମାନ ଜଣେ ସୁନ୍ଦର ସ୍ୱର ଥିବା ଯୁବକଙ୍କ ଭିଡ଼ିଓ ଟି ସୋସିଆଲ ମେଡିଆରେ ଭାଇରଲ ହେବାରେ ଲାଗିଛି ।ଯୁବକ ଜଣକ ଖଞ୍ଜଣି ବଜାଇ ଏତେ ସୁନ୍ଦର ଗୀତ ଗାଉଛନ୍ତି କି ଶୁଣିଲେ ଖୁବ ଆଶ୍ଚର୍ଯ୍ୟ ଲାଗୁଛି ।

ତେବେ କଥାରେ କୁହାଯାଏ କି ପ୍ରତିଭା କୁ ଆଗକୁ ବଡିବା ପାଇଁ ହେଲେ ପ୍ରୋତ୍ସାହନ ଆବଶ୍ୟକ, ନହେଲେ ବିନା ପ୍ରୋତ୍ସାହନ ପ୍ରତିଭା ବଣ ମଲ୍ଲୀ ପରି ବଣରେ ଝଡିପଡ଼େ ।ହେଲେ ବର୍ତ୍ତମାନ ସମୟରେ ଯେକୌଣସି ବ୍ୟକ୍ତି ନିଜ ପ୍ରତିଭା କୁ ସୋସିଆଲ ମେଡ଼ିଆ ଆଗରେ ରଖି ପାରିଲେ ତାଙ୍କୁ ଅନେକ ପ୍ରୋତ୍ସାହନ କରିବା ପାଇଁ ଅନେକ ବ୍ୟକ୍ତି ଆଗେଇ ଆସୁଛନ୍ତି ।ତେବେ ବହୁତ ସମୟରେ ଅନେକ ଲୋକମାନେ ବିନା କୌଣସି ଶିକ୍ଷାରେ ଖୁବ ସୁନ୍ଦର କଳାର ଅଧିକାରୀ ହେଇଥାନ୍ତି ।ଆଉ ସେମିତି ବ୍ୟକ୍ତିଙ୍କୁ କୁହାଯାଏ ଗଡ଼ ଗିଫ୍ଟଟେଡ ।ଯେମିତି ଆଜି ଦେଖନ୍ତୁ ସପନ ଙ୍କୁ ଯିଏ ହାତରେ ଖଞ୍ଜଣି ଧରି ନିଜ ସ୍ୱରର ଯାଦୁ ଦେଖାଇଛନ୍ତି ।

ଖଞ୍ଜଣି, ଯାହା ଗୋଟିଏ ଖୁବ ପୁରୁଣା ବାଦ୍ୟଯନ୍ତ୍ର ଯାହାକୁ ବର୍ତ୍ତମାନ ଖୁବ ବ୍ୟବହାର କରାଯାଉଥିବାର ଦେଖିବାକୁ ମିଳୁଛି ।ହେଲେ ସପନ ସେହି ଖଞ୍ଜଣି କୁ ବଜାଇବା ସହିତ “ଏଥର ଫଗୁଣେ ବାଜିବ ଲୋ ବାଜା” ଗୀତ ଟିକୁ ଗାଉଛନ୍ତି ।ଖଞ୍ଜଣି ର ତାଳ ସାଙ୍ଗକୁ ସପନ ଙ୍କର ସ୍ୱରର ଗୀତକୁ ଖୁବ ସୁନ୍ଦର କରି ଦେଇଛି ,ଆଉ ଏବେ ଯିଏ ବି ଏହି ଗୀତ ଶୁଣୁଛି ସେ ସପନ ଙ୍କ ତାରିଫ ନକରି ରହି ପାରୁନି ।ବିନା କୌଣସି ସଙ୍ଗୀତ ଶିକ୍ଷା ବିନା କୌଣସି ସ୍ୱର ସଂଯୋଜନା ରେ ସପନ ଗୀତ କୋଉ ରେକଡ଼ିଂ ଗୀତ ଠାରୁ କମ ଲାଗୁନି ।

ତେବେ ବର୍ତ୍ତମାନ ସପନ ର ଏହି ଗୀତ ଗାଉଥିବା ଭିଡ଼ିଓ ଟି ସୋସିଆଲ ମେଡିଆରେ ଛାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଦିନକୁ ଦିନ ଭିଡ଼ିଓ ଟିର ଭିୟୁର ସଂଖ୍ୟା ବଡିବାରେ ଲାଗିଛି ।ସାଧାରଣ ଡ୍ରେସ ପିନ୍ଧି କେହି ଯେ ଏତେ ସୁନ୍ଦର ଗୀତ ଗାଇ ପାରେ ତାହା ହୁଏତ ସପନ ଙ୍କୁ ଦେଖି ଆପଣ ନିଶ୍ଚିତ ବୁଝି ପାରୁଥିବେ ।ତେବେ ଏମିତି ଅନେକ ପ୍ରତିଭା ଆମ ଆଖି ଆଗରେ ଅଛନ୍ତି ଯାହାଙ୍କୁ ଗୋଟିଏ ଛୋଟ ପ୍ରେରଣା ଦରକାର ତାହେଲେ ସପନ ଙ୍କ ପରି ଅନେକ ପ୍ରତିଭା ଦୁନିଆ ଆଗକୁ ଆସି ପାରିବେ ଓ ନିଜ କଳା କୁ ଦୁନିଆ ଆଗରେ ରଖିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment