ପୁରୁଣା brush କୁ ଫିଙ୍ଗିବା ପୂର୍ବରୁ ଏହି ଭିଡିଓ କୁ ନିହାତି ଦେଖନ୍ତୁ | ପ୍ରତ୍ୟେକ ମହିଳା ଥରୁଟିଏ ନିଶ୍ଚୟ ଦେଖନ୍ତୁ ଏହି Video

ହଁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ କିଛି ଶିଖିବା ପାଇଁ ମିଳିଥାଏ | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେହି ଭିଡ଼ିଓ ରେ ଦେଖିବାକୁ ମିଳିଛି ସୁନ୍ଦର ଭାବରେ ଅଦରକାରୀ ଜିନିଷ ରୁ କେଉଁ ଭଳି ଭାବରେ ଦରକାରୀ ଜିନିଷ ପ୍ରସ୍ତୁତ କରି ପାରିବା ସେହି ବିଷୟରେ କିଛି ସହଜ ଉପାୟ | ଯାହା କୁ ଆମେ ମାନେ ବିନା ଖର୍ଚ୍ଚ ରେ ମଧ୍ୟ ବ୍ୟବହାର କରି ପାରିବା ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

କୁହାଯାଏ ବୁଦ୍ଧି ଥିଲେ ଉପାୟ ଆସି ଯାଇଥାଏ, ଆଉ ଆମେ ମାନେ ଅଦରକାରୀ ଜିନିଷ ରୁ ମଧ୍ୟ ଦରକାରୀ ଜିନିଷ ପ୍ରସ୍ତୁତ କରି ହୁଏ |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ବ୍ରସ ସାହାଯ୍ୟ ରେ କେଉଁ ଭଳି ଭାବରେ ଆମେ ମାନେ ଅଦରକାରୀ ହେଲା ପରେ ତାହାକୁ ନ ଫିଙ୍ଗି ଦରକାର ରେ ଲଗାଇ ପାରିବା ସେ ବିଷୟରେ ଏହି ଭିଡ଼ିଓ ଟିରେ କୁହାଯାଇଛି |

ଆବଶ୍ୟକୀୟ ଉପକରଣ :-

ଅଦରକାରୀ ବ୍ରସ, ପୁରୁଣା ଲେଗିନ୍ସ ପ୍ୟାଣ୍ଟ

ପ୍ରସ୍ତୁତି ପ୍ରଣାଳୀ :-

ତେବେ ଅଦରକାରୀ ବ୍ରସ 5-10 ଟି ଆମେ ଯୋଗାଡ଼ କରିବା | ଆଉ ତାହା ପରେ ସେହି ବ୍ରସ ରେ ଆମେ ତାହାର ମୁଣ୍ଡ ପଟେ ଯେଉଁ ପଟେ ଆମେ ଦାନ୍ତ ସଫା କରିଥାଉ ତାହାକୁ କାଟିକି ବାହାର କରିନେବା | ଏହା ପରେ ଆମେ ବଳକା ଅଂଶ ଗୁଡିକୁ ନେଇକି ଗ୍ୟାସ ଚଳେଇକି ତରଳାଇ ଭଲ ଭାବରେ ଯୋଡ଼ି ଦେବା ଓ ଏକ ବାଡ଼ି ଭଳି କାଠି ପ୍ରସ୍ତୁତ କରିବା | ତାହା ପରେ ଆମେ ମାନଙ୍କୁ ଆବଶ୍ୟକ ପଡିବ ତାହା ହେଉଛି ଲେଗିନ୍ସ ପ୍ୟାଣ୍ଟ ଯାହାକୁ ଆପଣ ମାନେ ବ୍ୟବହାର କରିବେ ନାହିଁ |ସେହି ପ୍ୟାଣ୍ଟ କୁ ନେଇ ଗୋଡ଼ ଆଡକୁ କାଟି ନେବା ଆଉ ତାହା ପରେ ପତଳା ପତଳା କରି କାଟିବା ଯେମିତି ତାହା ପୁରା ପୁରୀ କାଟି ନ ଯାଏ | ତାହା ପରେ ସେହି ଲେଗୁନ୍ସ ପ୍ୟାଣ୍ଟ ରେ ବ୍ରସ ର ଦଣ୍ଡ କୁ ଗୋଡ଼େଇବା ଓ ଏକ ସଫା କରିଵା ସାମଗ୍ରୀ ପ୍ରସ୍ତୁତ କରିବା |

ବ୍ୟବହାର :-

ସେହି ସଫା କରିବା ଜିନିଷ କୁ ଆମ୍ଭେ ମାନେ ଆମର ଶୋଇବା ବେଡ଼ କୁ ଝାଡ଼ିବା ପାଇଁ ଓ ତାହା ସହିତ ଅନ୍ୟ ଛୋଟ ଛୋଟ ଘର ଉପକରଣ ଗୁଡିକୁ ସଫା କରିବା ପାଇଁ ମଧ୍ୟ ବ୍ୟବହାର କରି ପାରିବା |

ତେବେ ଏହା ଥିଲା ଅଦରକାରୀ ବସ୍ତୁ ରୁ ଦରକାରୀ ବସ୍ତୁ ତିଆରି କରିବାର ସହଜ ଉପାୟ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment