Femily Tips – ଶୀଘ୍ର ଗର୍ଭବତୀ ( Quick pregnancy ) ହେବାର ସହଜ ଉପାୟ

ବନ୍ଧୁମାନେ ମାଆ ହେବା ପ୍ରତ୍ୟେକ ନାରୀକୁ ଏକ ନୂଆ ଖୁସି ଦେଇଥାଏ, ତେଣୁ ପ୍ରତ୍ୟେକ ନାରୀଙ୍କ ପାଇଁ ମାତୃତ୍ୱ ଏକ ବହୁତ ବଡ଼ ସୌଭାଗ୍ୟ ଅଟେ ।ତେବେ ବର୍ତ୍ତମାନ ସମୟରେ ପ୍ରେଗନେଣ୍ଟ ହେବା ଖୁବ କଷ୍ଟ ହେଇ ସାରିଲାଣି ।ଦିନକୁ ଦିନ ସ୍ୱାମୀ ସ୍ତ୍ରୀ ଙ୍କର ଯେତେ ଚେଷ୍ଟା କଲା ପରେ ବି ପ୍ରେଗନେଣ୍ଟ ହେବା ଅସମ୍ଭବ ହେଇ ପଡୁଛି ।ଆଉ ନାରୀ ମାନଙ୍କର ଏହି ଦୁଃଖ କୁ ଦୂର କରିବା ଖୁବ କଷ୍ଟ କିନ୍ତୁ ଯଦି ନାରୀ ଓ ପୁରୁଷ ଉଭୟ ଚାହିଁବେ ତାହେଲେ ଅଳ୍ପ ଚେଷ୍ଟାରେ ନିଜକୁ ପରିବର୍ତ୍ତନ କରି ଖୁବ ଜଳଦି ପ୍ରେଗନେଣ୍ଟ ହେଇ ପାରିବେ ।ତେବେ ଆମେ ଆଜି ଆପଣଙ୍କ ପାଇଁ ଏମିତି କିଛି ଉପାୟ ନେଇ ଆସିଛୁ ଯାହାକୁ ମାନିଲେ ଆପଣଙ୍କ କନସିଭ କରିବା ସହଜ ହେବ ।

1.ଯେଉଁ ବି ମହିଳା ମାନେ ପ୍ରେଗନେଣ୍ଟ ହେବାକୁ ଚାହୁଁଛନ୍ତି ସେମାନେ ପ୍ରଥମେ ଗର୍ଭ ନିରୋଧକ ବଟିକା ସେବନ କୁ ବନ୍ଦ କରନ୍ତୁ ।ଅର୍ଥାତ ଯେଉଁ ସମୟରେ ଆପଣ ନିଷ୍ପତ୍ତି ନେଉଛନ୍ତି ପ୍ରେଗନେନ୍ସି ପାଇଁ ସେବେ ଠାରୁ 3 ମାସ ଯାଏ ଏହି ବଟିକା ଖାଇବା ବନ୍ଦ କରନ୍ତୁ ତାପରେ ପ୍ରେଗନେନ୍ସି ପାଇଁ ଚେଷ୍ଟା କରନ୍ତୁ ।

2.ଠିକ ସମୟରେ ସହବାସ ହେବା ଦ୍ବାରା ଜଳଦି ପ୍ରେଗନେନ୍ସି କନସିଭ ହୁଏ ।ତେବେ ଜଣେ ମହିଳା ର ମାସିକ ଧର୍ମ ଅନୁସାରେ ତାଙ୍କର ଅଭଲ୍ୟୁସନ ପିରିୟଡ଼ ରହିଥାଏ ଯେଉଁ ସମୟରେ ରିଲେଶନ ରଖିଲେ ପ୍ରେଗନେଣ୍ଟ ହେବ ସହଜ ହେଇଥାଏ ।ତେବେ ସମସ୍ତ ମହିଳା ଙ୍କ ପାଇଁ ଏହି ସମୟ ଅଲଗା ଅଲଗା ହେଇଥାଏ ।

3.ପିରିୟଡ଼ ଆରମ୍ଭ ହେବାର 11 ଦିନ ଛାଡ଼ି ଦେଲା ପରେ 5 ଦିନ ଯାଏ ଲଗାତାର ରିଲେଶନ ରଖିଲେ କନସିଭ କରିବା ସହଜ ହୁଏ ।ଏହା ବ୍ୟତୀତ ପୁରୁଷ ର ସ୍ପର୍ମ ମହିଳା ର ଶରୀର ଭିତରେ 2 ରୁ ୩ ଦିନ ରହିଥାଏ ତେଣୁ ଏହି 5 ଦିନରେ ପ୍ରତି 24 ଘଂଟା କୁ ଥରେ ରିଲେଶନ ରଖିବା ଉଚିତ ।

4.ରିଲେଶନ ରଖିବା ପରେ ମହିଳା ମାନେ ପ୍ରାୟ 30 ମିନିଟ ଯାଏ ବେଡ଼ରେ ଶୋଇ ରହିବା ଉଚିତ ।ଏମିତି କଲେ ପୁରୁଷ ର ସ୍ପର୍ଶ ଅଣ୍ଡା ସହିତ ମିଶିବାରେ ସହଜ ହେଇଥାଏ ।

5.ନିଶା ଦ୍ରବ୍ୟ ରୁ ମୁକ୍ତ ରୁହନ୍ତୁ, ଯଦି ଆପଣ କିମ୍ବା ଆପଣଙ୍କ ପାର୍ଟନର କୌଣସି ପ୍ରକାର ନିଶା ସେବନ କରୁଛନ୍ତି ତାହେଲେ ସେମାନଙ୍କ ପାଖରେ ପ୍ରେଗନେଣ୍ଟ ହେବା ସହଜ ନୁହେଁ ।

6.ମହିଳା ମାନେ ପ୍ରତ୍ୟେକ ଦିନ ଏକ୍ସାସାଇଜ କରିବା ସହିତ ସୁଷମ ଖାଦ୍ୟ ଖାଇବା ଦ୍ଵାରା ଏହା ପ୍ରେଗନେନ୍ସି କନସିଭ କରାଇବା ସହଜ କରାଇଥାଏ ।ପ୍ରେଗନେନ୍ସି ପାଇଁ ଚେଷ୍ଟା କରିଥିଲେ ଫାଷ୍ଟ ଫୁଡ଼ ଓ ଜଙ୍କ ଫୁଡ଼ ଖାଇବାରୁ ଦୁରେଇ ରୁହନ୍ତୁ ।

7.ଅଧିକ ଷ୍ଟେର୍ସ ବା ଚିନ୍ତାରୁ ଦୁରେଇ ରୁହନ୍ତୁ, ପ୍ରେଗନେଣ୍ଟ ହେବାକୁ ଚାହୁଁଥିଲେ ସବୁବେଳେ ନିଜକୁ ଖୁସି ରଖନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment