ରସିକିଆ ଟ୍ୟୁସନ ସାର ! ପିଲାକୁ ପଢ଼ିବାକୁ ଆସି ମାଆକୁ ପଢାଇଲେ ପ୍ରେମ ପାଠ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ଗ୍ରାମ ପଞ୍ଚାୟତ ମାଟିଆପଡ଼ା ଗାଁରେ ଦେଖୁବାକୁ | ସୂଚନା ଅନୁଯାୟୀ ଟିଉସନ ସାର ଙ୍କ ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା 3ବର୍ଷର ପୁଅକୁ ସବୁଦିନ ପାଇଁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲେ | ଶେଷରେ ବାତ୍ସଲ୍ୟ ମମତା ଭୁଲିଯାଇ ମହିଳା ଜଣକ ପ୍ରେମିକ ଟିଉସନ ସାର ଙ୍କ ସହ ମିଶି ପୁଅକୁ ହତ୍ୟାକରି ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁଯାୟୀ ଦୁହିଡ଼ିପୁର ଗାଁର ରଶ୍ମିତା ନାଥ ମାଟିଆପଡ଼ା ଗାଁର ସୁକାନ୍ତ ନାଥଙ୍କୁ ଗତ 7 ବର୍ଷ ତଳେ ପ୍ରେମ ବିବାହ କରିଥିଲେ | ତେବେ ସେମାନଙ୍କର 3ଟି ପିଲା ଥିବାବେଳେ ସୁକାନ୍ତ ବିଦେଶରେ କାମ କରନ୍ତି ସୁକାନ୍ତ ବିଦେଶ ନ ଯିବା ପୂର୍ବରୁ ମୁମ୍ବାଇରେ କାମକଲା ବେଳେ ରଶ୍ମିତା ଙ୍କୁ ନେଇ ରଖୁଥିଲେ ସେଠାରେ ପଡ଼ୋଶୀ ଭାବେ ଗୁପ୍ତିରା ଗାଁର ଲକ୍ଷ୍ମୀଧର ବାଇ ରହୁଥିଲେ | ତେବେ ପିଲାଙ୍କ ଉଚ୍ଚ ପାଠ ସକାଶେ ରଶ୍ମିତା ପଟ୍ଟାମୁଣ୍ଡାଇରେ ଘରେ ଭଡ଼ା ନେଇ ରହୁଥିଲେ ଓ ପିଲାଙ୍କୁ ପାଠ ପଢାଇବା ପାଇଁ ଜଣେ ଟିଉସନ ମାଷ୍ଟର ତାଙ୍କ ଘରକୁ ଆସୁଥିଲେ | ତେବେ ଏମିତି କିଛି ଦିନ ଗଲା ପରେ ରଶ୍ମିତା ଓ ଟିଉସନ ସାର ଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ ଓ ଧୀରେ ଧୀରେ ତାହା ଶାରୀରିକ ସମ୍ପର୍କ ଆଡକୁ ଆଗେଇ ଯାଇଥିଲା |

ଯେଉଁ ଦିନ ଟିଉସନ ଛୁଟି ରହୁଥିଲା ରଶ୍ମିତା ଙ୍କ ପିଲାମାନେ ମାମୁ ଘରକୁ ଚାଲିଯାଉଥିଲେ ଓ ଏପଟେ ସ୍ବାମୀଙ୍କ ଅନୁପସ୍ଥିତିରେ ପୁରୁଣା ପ୍ରେମିକ ଟିଉସନ ମାଷ୍ଟର ଲଷ୍ମୀଧର ସେଠାକୁ ଯିବା ଆସିବା କରୁଥିଲେ ଓ ତାଙ୍କ ସହିତ ଶରୀରୀକ ସମ୍ପର୍କ ରଖୁଥିଲେ | କିନ୍ତୁ ରଶ୍ମିତାଙ୍କ ପ୍ରେମରେ କଣ୍ଟା ସାଜିଥିଲା 3ବର୍ଷର ସାନପୁଅ ଏହାକୁ ନେଇ ବିଭିନ୍ନ ସମୟରେ ରଶ୍ମିତା ଓ ଟିଉସନ ମାଷ୍ଟର ଲକ୍ଷ୍ମୀଧରଙ୍କ ମଧ୍ୟରେ କଳହ ଲାଗି ରହୁଥିଲା |ଶେଷରେ ସାନପୁଅକୁ ହଟାଇବାକୁ ଉଭୟେ ପ୍ରେମୀ ଯୁଗଳ ନିଷ୍ପତ୍ତି ନେଇଥିଲେ | ନାଟକୀୟ ଢଙ୍ଗରେ ପୁଅକୁ ହତ୍ୟାକରି ଛାତ ଉପରୁ ପଡ଼ି ଯାଇଥିବା କହି ରଶ୍ମିତା ମୃତ ଶିଶୁପୁତ୍ରକୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ଆଣିଥିଲେ |

ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ପରେ କାହାକୁ କିଛି ନ ଜଣାଇ ନେଇ ପୋତିଦେଇଥିଲେ | ତେବେ ଲକ୍ଷ୍ମୀଧର ରଶ୍ମିତାଙ୍କ ବାପଘରକୁ ଯାଇଥିଲେ ରଶ୍ମିତାଙ୍କ ବଡ଼ପୁଅ ଓ ଝିଅ ଲକ୍ଷ୍ମୀଧରଙ୍କୁ ଚିହ୍ନିବା ସହ ମା’ର ପ୍ରେମ କାହାଣୀ ମାମୁଘରେ କହିଥିଲେ | ଏହାପରେ ଗ୍ରାମବାସୀ ଲକ୍ଷ୍ମୀଧରଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ରଶ୍ମିତା ଓ ଲକ୍ଷ୍ମୀଧରଙ୍କୁ ଅଟକ ରଖି ପଚରାଉଚରା କରିଥିଲା | ପରେ ଉଭୟେ ସାନପୁଅକୁ ମାରିଦେଇଥିବା କଥା ପୋଲିସ ଜାଣିବାକୁ ପାଇଥିଲା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment