ଦେଖନ୍ତୁ Shocking ଭିଡ଼ିଓ : ରାତି ହେଲେ ମୁଁ ହୋଇଯାଏ ଭାଲୁ… ଭିଡ଼ିଓ ଦେଖିଲେ ହୋସ ଉଡିଯିବ…

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆପଣ ମାନଙ୍କର ସାମ୍ନା କୁ ଆସିଥାଏ ଯାହା କୁ ଦେଖିଲେ ଆପଣ ମାନେ ଜାଣି ପାରିବେ କେଉଁ ଭଳି ଭାବରେ ଆଜି କାଲି ଚୋରି ଆଉ ଡକାୟତୀ ର ମାତ୍ରା ଦିନ କୁ ଦିନ ବଢିବାରେ ଲାଗୁଛି |ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥିରେ ଦେଖିବାକୁ ମିଳିଛି କେଉଁ ଭଳି ଭାବରେ ଲୁଟେରା ଜଣଙ୍କ ଭାଲୁ ମୁଖା ପିନ୍ଧି କରୁଥିଲେ ଚୋରି ଆଉ ଡକାୟତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏହି ଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ରେ |ଆଉ ଯେଉଁଠି ଚୋରି କରିବା ସମୟରେ ଉଦଳା ଥାନା ପୋଲିସ ସେହି ଡକାୟତ ମାନଙ୍କୁ ଗିରଫ କରିଥିଲା ଆଉ ସେହି ସମୟରେ ଲୁଟେରା ମାନେ ମୁହଁ ରେ ଭାଲୁ ମୁଖା ପିନ୍ଧିଥିବାର ଦେଖିବାକୁ ମିଳିଥିଲା |ଆଉ ତାହା ସହିତ ଦେଖା ଯାଇଥିଲା କି ହାତରେ ଛୁରୀ ଆଉ ଶାବଳ ଧରି ଲୁଟେରା ମାନେ ଯାଉଥିଲେ ଘର କୁ ଲୁଟିବା ପାଇଁ | ଆଉ ତାହା ସହିତ କୁହାଯାଉଛି କି ଏହି ଡକାୟତ ମାନଙ୍କର ଘର ହେଉଛି ଭଦ୍ରକ |କିନ୍ତୁ ସେମାନେ ଭଦ୍ରକ, ବାଲେଶ୍ୱର ଓ ମୟୁରଭଞ୍ଜ ଅଞ୍ଚଳରେ ସେମାନଙ୍କର ଡକାୟତି କାର୍ଯ୍ୟ ଚାଲୁ ରଖିଥିଲେ ବୋଲି କୁହାଯାଉଛି |

ତାହା ସହିତ ଯାହା ଜଣା ପଡିଛି କି ସେହି ଲୁଟେରା ମାନଙ୍କର ବୟସ 19-21 ବର୍ଷ ମଧ୍ୟରେ ହୋଇଥିବା ବେଳେ ସେମାନେ ଘରର କାନ୍ଥ କୁ ଶାବଳ ସାହାଯ୍ୟ ରେ ଭାଙ୍ଗି ଚୋରି କାର୍ଯ୍ୟ କୁ ଚାଲୁ ରଖୁଥିଲେ | ଏହା ବ୍ୟତୀତ ଯାହା କୁହାଯାଉଛି କି ଲୁଟେରା ମାନଙ୍କୁ ଉଦଳା ପୋଲିସ ବଡ଼ବାଲି କେନାଲ ନିକଟରେ ଗିରଫ କରିଥିବା କଥା ମଧ୍ୟ କୁହାଯାଉଛି |ଆଉ ଯେଉଁ ଘଟଣା କୁ ନେଇକି ପୋଲିସ ମଧ୍ୟ ସେମାନଙ୍କ ଉପରକୁ ଚଢ଼ାଉ କରିଥିବା କଥା ସାମ୍ନାକୁ ଆସିଛି |

ତେବେ ଉଦଳା ଓ କପ୍ତିପଦା ଅଞ୍ଚଳରେ ଚୋରି କରୁଥିବା ସମୟରେ ଧରା ପଡିଥିଲା ଲୁଟେରା ମାନଙ୍କର ନାଁ ହେଉଛି ଟଣା ମୁଣ୍ଡା, ବାପୁନ ସିଂ, ରାଜା ମୁଣ୍ଡା ଓ ତାହା ସହିତ ଚୁଗୁଲୀ ମୁଣ୍ଡା | ତେବେ ସେମାନଙ୍କୁ ପୋଲିସ ଗିରଫ କରିବା ସହିତ ମାରନାସ୍ତ୍ର ଓ ମୋବାଇଲ ମଧ୍ୟ ଜବତ କରିଛି ପୋଲିସ ବୋଲି କୁହାଯାଉଛି | ଆଉ ଏହି ଭଳି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବା ସହିତ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment