Reducing Belly Fat – ପେଟ କମାଇବା ପାଇଁ ଡାଏଟ୍‌ | କଣ ଖାଇବେ ଏବଂ କଣ ଖାଇବେ ନାହିଁ ?

ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ନିଜ ଶରୀରର ଓଜନକୁ ନେଇ ଅଧିକ ଚିନ୍ତିତ ରହୁଛନ୍ତି, ଯଦି ଶରୀରରେ ଅଧିକ ଫେଟ ଜମା ହୋଇଯାଏ ତେବେ ଏମିତି ହେବା ନିଜର ସୌନ୍ଦର୍ଯ୍ୟ କମିବା ସହିତ ପେଟ ଅଧିକ ବାହାରି ପଡେ |ଏହି ପେଟରେ ଫେଟ ଜମିବା ଭଳି ସମସ୍ୟାକୁ ରୋକିବା ପାଇଁ ଅନେକ କିଛି କଥା ମାନି ଚାଲିବାକୁ ହୋଇଥାଏ ଯାହା ଦ୍ଵାରା ଆପଣଙ୍କ ଶରୀରରେ ଫେଟ ଜମା ହୋଇନଥାଏ |ଆମର ଖରାପ ଜୀବନ ଶୈଳୀ କାରଣରୁ କିମ୍ବା ଖାଦ୍ୟ ପେୟରେ କୌଣସି ନିୟମିତତା ନଥିବାରୁ ଆମେ ଫେଟ ଭଲ ସମସ୍ୟାରେ ସମ୍ମୁଖୀନ ହେଉଛି | ମୁଁ ଆଜି ଆପଣଙ୍କୁ ଆପଣଙ୍କ ପେଟର ଫେଟ କମିବା କିପରି ଡାଏଟ ମେଣ୍ଟେନ କରିବା ଉଚିତ ସେ ବିଷୟରେ ଜଣେଇବି, ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହିପରି ଘଟଣା ସମ୍ୱନ୍ଧରେ ସମ୍ପୂର୍ଣ କଥା ଜାଣିବା |

ପ୍ରଥମେତଃ ଆପଣ ନିଜର ଶରୀରର ଆବଶ୍ୟକ ଅନୁଯାଇ ତାହା ଠାରୁ ଅଧିକ ଖାଦ୍ୟ ଖାଇବା ଦ୍ଵାରା ଆପଣଙ୍କ ଶରୀର ଓଜନ ବୃଦ୍ଧି ହୋଇଥାଏ, ଏହା ସହିତ ଶରୀରର ଏହିପରି ଅଧିକ ଖାଦ୍ୟ ପଦାର୍ଥ ଫେଟ ଆକାରରେ ଜମା ହୋଇଯାଏ | ତେଣୁ ଆପଣ ପ୍ରଥମେ ନିଜର ଖାଦ୍ୟ ପେୟ ଉପରେ ଧ୍ୟାନ ଦେବା ନିହାତି ଆବଶ୍ୟକ, ଆପଣ ନିଜର ପରିଶ୍ରମକୁ ଲକ୍ଷ୍ୟ ରଖି ଖାଦ୍ୟ ଖାଇବା ଉଚିତ |ଆପଣ ସର୍ବଦା ଯଦି ଅଧିକ ପରିଶ୍ରମ କାର୍ଯ୍ୟ କରୁଛନ୍ତି ତେବେ ଆପଣ ଅଧିକ ଖାଦ୍ୟ ଖାଇବା ଉଚିତ ଯାହା ଦ୍ଵାରା ଅପଣଂକକୁ ଅଧିକ ଏନର୍ଜି ଦେଇଥାଏ |ଏହା ସହିତ ଆପଣ ସର୍ବଦା ବାଲାନ୍ସ ଡାଏଟ ଖାଇବା ଉଚିତ |

ଯଦି ଆପଣ ଅଫିସିଆଲି କିମ୍ବା ଅନ୍ୟ କୌଣସି ବସି ରହି କାର୍ଯ୍ୟ କରୁଛନ୍ତି ତେବେ ଆପଣ କମ ଖାଦ୍ୟ ଖାଆନ୍ତୁ ନହେଲେ ଏହିପରି ଖାଦ୍ୟ ପରିମାଣ ଅଧିକ ହେଲେ ତାହା ଫେଟ ଆକାରରେ ଜମା ହୋଇଯିବ |ଆପଣ ପ୍ରତ୍ୟେକ ଦିନ ସକାଳ କିଛି ଲିକୁଇଡ ଜାତୀୟ ଖାଦ୍ୟ ଖାଇବା ପାଇଁ ଚେଷ୍ଟା କରନ୍ତୁ, ପରେ ଆପଣ ଦିପହରେ ଅଳ୍ପ ଭାତ କିମ୍ବା ରୁଟି ଖାଆନ୍ତୁ |ଏହା ସହିତ ଆପଣ ସବୁଜ ପନିପରିବା ଜାତୀୟ ଖାଦ୍ୟ ଖାଆନ୍ତୁ, ଆପଣ ଅଧିକ ନନ ଭେଜ ଖାଆନ୍ତୁ ନାହିଁ କାରଣ ଏହା ଶୀଘ୍ର ହଜମ ହୋଇନଥାଏ |ଏହା ସହିତ ଏଥିରେ ଅଧିକ ଫେଟ ରହିଥାଏ, ପରେ ଆପଣ ସଂନ୍ଧ୍ୟରେ ଅଳ୍ପ ଫଳ କିମ୍ବା ଛେନା ଖାଇବା ପାଇଁ ଚେଷ୍ଟା କରନ୍ତୁ, ପରେ ଆପଣ ଦିନରେ କରନ୍ତୁ |ସପ୍ତାହରେ ଅତି କାମରେ ଗୋଟିଏ ଦିନ ସମ୍ପୂର୍ଣ ହାଲକା ଫୁଡ ଖାଇ ରହିବା ପାଇଁ ଚେଷ୍ଟା କଲେ ଆପଣଙ୍କ ଫେଟ କମିବା ସହିତ ଆପଣ ପେଟ ମଧ୍ୟ କମିଯିବ |

ଏହା ସହିତ ଆପଣ ଠାରେ ଯଦି ଅଧିକ ଫେଟ ଦେଖା ଯାଉଥାଏ, ତେବେ ଆପଣ ପ୍ରତ୍ୟେକ ଦିନ ସକାଳ ଏକ୍ସସାରସାଇଜ କରି ନିଜ ଶରୀରର ଫେଟ କମାଇବା ପାଇଁ ଚେଷ୍ଟା କଲେ ତାହା ନିଶ୍ଚିତ ସଫଳ ହେବ |ଆପଣ ପ୍ରତ୍ୟେକ ଦିନ ବ୍ୟୟାମ ସହିତ ଏକ୍ସସାରସାଇଜ କଲେ ଆପଣଙ୍କ ପେଟର କମିବା ସହିତ ଆପଣ ସ୍ଲିମ ମଧ୍ୟ ହୋଇଯିବେ |ଏହା ସହିତ ଆପଣ ସୁନ୍ଦର ମଧ୍ୟ ଦେଖାଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment