Swastik Tv News Odisha

Sadhu Bani – ଅଶୁଭତ୍ୱ କୁ ଦୂର କରିବା ପାଇଁ ଗୁରୁବାର ଦିନ ଏହା ନିଶ୍ଚୟ ପାଳନ କରନ୍ତୁ…

0

ମଣିଷ ଜୀବନରେ ଅନେକ ଅନେକ ପ୍ରକାର ଅଶାନ୍ତି ଲାଗି ରହିଥାଏ ଏବଂ ବିଭିନ୍ନ ପ୍ରକାର ରୋଗର ସମସ୍ୟା ମଧ୍ୟ ଦେଖାଯାଇଥାଏ । ଏହିସବୁ ଚିନ୍ତାରେ ଲୋକମାନେ ବହୁତ ବିବ୍ରତ ହୋଇଥାନ୍ତି , ତେବେ ଆଜି ଆମେ ଆପଣ ମାନଙ୍କୁ କେତେକ ଶିକ୍ଷଣୀୟ ଉପଦେଶ ଜଣେଇବୁ । ଯାହାର ସଦୁପଯୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ କଷ୍ଟ ଯନ୍ତ୍ରଣା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପଦେଶ ଗୁଡିକ ବିଷୟରେ ।

1. ପ୍ରତ୍ୟେକ ଦିନ ଭଗବତ୍ ଗୀତାର ଗୋଟିଏ ଶ୍ଲୋକ ପାଠ କରନ୍ତୁ , ଯଦି କୌଣସି ଅଶୁଭ ହେଉଛି ବୋଲି ଅନୁଭବ କରନ୍ତି ତେବେ ଗୁରୁବାର ଦିନ ସାତୋଟି ‘ ଗୀତା ‘ ବହି ସାତୋଟି ବ୍ରାହ୍ମଣଙ୍କୁ ଦାନ କରନ୍ତୁ । ଏହାଛଡା ଗର୍ଭବତୀ ମହିଳା ମାନେ ଗୀତା ପାଠ କରିବା ଅତ୍ୟନ୍ତ ଜରୁରୀ ଅଟେ ।

2. ଘର ଭିତରେ ଚୁଚୁନ୍ଦ୍ରା ଦେଖାଦେଲେ କିମ୍ୱା ଘର ପାଖରେ କୋଇଲି ରାବିଲେ ଶୁଭ ସମୟ ଆଗମନର ସୂଚନା ମିଳିଥାଏ ।

3. ଅମାବାସ୍ୟା ଦିନ ଘର ସଫା କରି ଅଦରକାରି ଜିନିଷ କୁ ଫୋପାଡି ହେବା ଉଚିତ୍ ।

4. ଜନ୍ମ ମାସ , ଦିନ ଓ ନକ୍ଷତ୍ର ରେ ପୁଅ ଝିଅଙ୍କର ବିବାହ କରିବା ଉଚିତ୍ ନୁହେଁ ।

5. ସୂର୍ଯ୍ୟ ଉଦୟ ସମୟରେ କୁଆ ଘରର ପୂର୍ବ କିମ୍ୱା ପଶ୍ଚିମ ଦିଗରେ ବସି ରାବିଲେ ଶୁଭ ସୂଚନା ମିଳିଥାଏ । ସୂର୍ଯ୍ୟ ଉଦୟ ସମୟରେ କୁଆ ଘରର ଉତ୍ତର କିମ୍ୱା ଦକ୍ଷିଣ ଦିଗରେ ବସି ରାବିଲେ ଅଶୁଭ ସୂଚନା ମିଳିଥାଏ ।

6. ମଙ୍ଗଳବାର ଦିନ ଟଙ୍କା କରଜ କରନ୍ତୁ ନାହିଁ କିନ୍ତୁ କରଜ ଟଙ୍କା ସୁଝିଲେ ମଙ୍ଗଳ ହୋଇଥାଏ ।

7. ସୂର୍ଯ୍ୟ ପୂଜା ସମୟରେ ବେଲପତ୍ର ଓ ଟଗରଫୁଲ ବ୍ୟବହାର କରନ୍ତୁ ନାହିଁ ।

8. ଯାତ୍ରା ଆରମ୍ଭ ପୂର୍ବରୁ ଏହିପରି କରିବା ଉଚିତ୍ , ରବିବାର ମୁଣ୍ଡରେ ହାତ ଦେଇ ଯାତ୍ରା ଆରମ୍ଭ କରିବା ଉଚିତ୍ । ସୋମବାର ମୁହଁ ରେ , ମଙ୍ଗଳବାର ଗଳାରେ , ବୁଧବାର ପେଟରେ , ଗୁରୁବାର ଜଙ୍ଘର ଦୁଇପଟେ , ଶୁକ୍ରବାର କାନରେ , ଶନିବାର ପିଠିରେ ହାତ ଦେଇ ଯାତ୍ରା ଆରମ୍ଭ କରନ୍ତି ତେବେ ଶୁଭଫଳ ମିଳିଥାଏ ।

9. ସୋମବାର ଦିନ ଗୋରୁଗାଇ କିଣନ୍ତୁ ନାହିଁ କିମ୍ୱା ବିକନ୍ତୁ ନାହିଁ । ସୋମବାର ଦିନ ପିଲାମାନଙ୍କର ଖାତା ବହି କିଣିବା ଶୁଭ ହୋଇଥାଏ ।

10. ଭାତ ପରସିବା ପରେ ହାଣ୍ଡିକୁ ପୁରା ଖାଲି କରିବା ଉଚିତ୍ ନୁହେଁ ଏବଂ ରୁଟି ପରସିବା ପରେ ରୁଟି ରଖୁଥିବା ଯାଗାକୁ ଖାଲି କରିବା ଉଚିତ୍ ନୁହେଁ ।

11. ଠାକୁର ପୂଜା କରିବା ସମୟରେ ଯଦି ଅତିଥି ଆସି ଦୁଆର ମୁହଁରେ ଡାକନ୍ତି କିମ୍ୱା ଝିଟିପିଟି ସତ୍ ସତ୍ ଶବ୍ଦକରେ , ସେହି ଦିନଟି ଶୁଭ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.