Swastik Tv News Odisha

Sadhu Bani – ଆଇନାରେ ମୁହଁ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ , ନଚେତ୍ ଆସିପାରେ ଏହି ଭୟଙ୍କର ପରିସ୍ଥିତି ଦେଖନ୍ତୁ

0

ସମାଜରେ ସୁଖରେ ଜୀବନ ଅତିବାହିତ କରିବା ପାଇଁ କେତେକ ନିତୀ ନିୟମ ମାନି ଚଳିବାକୁ ପଡିଥାଏ । ଯାହା ଆମ ଜୀବନକୁ ସରସ ସୁନ୍ଦର ଭାବରେ ଗଢିତୋଳିବା ପାଇଁ ସାହାର୍ଯ୍ୟ କରେ । କିଛି ଲୋକମାନେ ବହୁତ କମ୍ ପରିଶ୍ରମରେ ବହୁତ କିଛି ପ୍ରାପ୍ତ କରିଥାନ୍ତି ଅର୍ଥାତ୍ ଆର୍ଥିକ କ୍ଷେତ୍ରରେ ମଧ୍ୟ ସ୍ୱଚ୍ଛଳ ହୋଇଥାନ୍ତି । ଏମିତି କିଛି ବ୍ୟକ୍ତି ମାନେ ମଧ୍ୟ ରହିଥାନ୍ତି , ଯେଉଁମନେ ଅନେକ ପରିଶ୍ରମ କରି ମଧ୍ୟ , କିଛି ଫଳପ୍ରଦ ହୋଇ ନଥାଏ । ତେଣୁ କୁହାଯାଏ , ବଡ ତଥା ଗୁରୁଜନ ମାନଙ୍କ ଦ୍ୱାରା କୁହାଯାଇଥିବା ଅନେକ ଉପଦେଶ ଆମ ଜୀବନରେ ଅନେକ ସଫଳତା ଆଣି ଦେଇଥାଏ । ତେବେ ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ନିତିବାଣୀ ବିଷୟରେ ,ତାହା ଜାଣିବା ଅତ୍ୟନ୍ତ ଜରୁରୀ ଅଟେ ।

1. ମଳିନ ପଡିଯାଇଥିବା ଆଇନା ବା ଜାଲ ଜାଲିଆ ହୋଇଯାଇଥିବା ଆଇନାରେ କେବେହେଲେ ମୁହଁ ଦେଖନ୍ତୁ ନାହିଁ । ମୁଣ୍ଡରେ ତେଲ ମାରି ସାରିବା ପରେ ସେହି ତେଲ ହାତରେ ଶରୀରର ଅନ୍ୟ କୌଣସି ଅଙ୍ଗରେ ସ୍ପର୍ଶ କରନ୍ତୁ ନାହିଁ । ଏହା ଆମଙ୍ଗଳ ସୂଚକ , ପାଳନ କଲେ ମଙ୍ଗଳ ହେବ ।

2. କେଶ ଉପୁଡୁଥିଲେ ଲୁଣ ଗୁଣ୍ଡ ଏବଂ ଦୁଦୁରା ପତ୍ର ରସ 7 ଦିନ ଲେଖାଏଁ ମୁଣ୍ଡରେ ଲଗାନ୍ତୁ ।

3. ଘରେ ଯେଉଁ ତରକାରୀ କରୁଛନ୍ତି , ତାହା ଲୁହା କଢେଇରେ କଲେ ବହୁତ ଶୁଭ ହୋଇଥାଏ , ଲୁହା ତାୱାରେ ରେ ରୁଟି କଲେ ମଧ୍ୟ ବହୁତ ଶୁଭ ହୋଇଥାଏ । କିନ୍ତୁ ଧ୍ୟାନ ରଖିବେ ଲୁହା ପାତ୍ରରେ କେବେହେଲେ ଭୋଜନ କରନ୍ତୁ ନାହିଁ ।

4. ଭୂମିରେ ପଡିଥିବା ଫୁଲ କିମ୍ୱା ଆପେ ଝଡିଥିବା ଫୁଲ ଠାକୁରଙ୍କ ପୂଜା ପାଇଁ ଯୋଗ୍ୟ ନୁହଁ । କିନ୍ତୁ ସେଫାଳୀ , ବଉଳ , ତୁଳସୀପତ୍ର , ବେଲପତ୍ର ଏଗୁଡିକ ଝଡିଥିଲେ ମଧ୍ୟ ଦେବପୂଜ୍ୟ ।

5. ବର୍ଷା ଦିନରେ ବିଜୁଳି , ଘଡଘଡି ମାରିବା ସମୟରେ ଯଦି ବାହାରକୁ ଯାଆନ୍ତି , ତେବେ ସାତ ଥର ଦଧିଚି ବୋଲି ଉଚ୍ଚାରଣ କରି ଯାଆନ୍ତୁ । ଘଡଘଡିରେ ଆପଣଙ୍କର କୌଣସି କ୍ଷତି ହେବ ନାହିଁ ।

6. ଗୁରୁଜନଙ୍କ ପାଖରେ ବସିବା ବେଳେ ବଡ ପାଟିରେ ହସନ୍ତୁ ନାହିଁ ଏବଂ ନିଜର ଆଙ୍ଗୁଳି ଫୁଟାନ୍ତୁ ନାହିଁ । ଗୁରୁଜନଙ୍କ ପାଖରେ ବସିବା ବେଳେ ଏପରି ଭାବରେ ବସନ୍ତୁ ଯେପରି ନିଜର ଗୋଡର ବୁଢା ଆଙ୍ଗୁଠି କିମ୍ୱା କାନି ଆଙ୍ଗୁଠି ତାଙ୍କୁ ଦେଖା ନଯିବ ।

7. ରବିବାର ଦିନ ବେଲଗଛ ମୂଳରେ ଧୂପ ଜାଳାନ୍ତୁ , ନାଲି ରଙ୍ଗର ଫୁଲ ରଖି ପୂଜା କରନ୍ତୁ ଏବଂ ପ୍ରଦକ୍ଷିଣ କରନ୍ତୁ । ଏପରି ସାତଟି ରବିବାର କରିବା ଦ୍ୱାରା ମନସ୍କାମନା ନିଶ୍ଚିତ ପୂରଣ ହୁଏ ।

8. କାର୍ଯ୍ୟରେ ସଫଳତା ମିଳୁ ନଥିଲେ , ଚାନ୍ଦିରେ ମଦ୍ରିକା କରି ଗୁରୁବାର ଦିନ ଶିବଲିଙ୍ଗରେ ଛୁଆଇଁ କାଣି ଆଙ୍ଗୁଠି ରେ ଧାରଣ କଲେ ଶୁଭ ଫଳ ମିଳିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.