ହଁ ଦର୍ଶକ ବନ୍ଧୁ ବାସ୍ତୁ ଶାସ୍ତ୍ରରେ ଅନେକ ନିୟମ ରହିଛି ଯାହାକୁ ଆମେ ମାନି ଚଳିଲେ ଏହାର ଖରାପ ପ୍ରଭାବ ଆମ ଉପରେ ଆଉ ପଡି ନ ଥାଏ | ତାହା ବ୍ୟତୀତ ଆମ କୁ ବାସ୍ତୁ ଦୋଷ ଭଳି କୌଣସି ସମସ୍ୟା ଲାଗି ନ ଥାଏ | ଆଉ ଦେଖା ଯାଏ କି ଯଦି ଆମେ ବାସ୍ତୁ ଶାସ୍ତ୍ର ର କିଛି ଟା ନିୟମ କୁ ଅନୁସରଣ କରିକି ଚଳିବା ତାହେଲେ ଆମର ଜୀବନ ରେ କିଛି ବି ସମସ୍ୟା ଉପୁଜିବ ନାହିଁ | ଆଉ ଯାହା ବି ସମସ୍ୟା ସବୁ ଆସିବ ଆମ ଜୀବନରେ ସବୁ କିଛି ଅତି ସହଜରେ ଦୂରେଇ ଯିବ | ତାହେଲେ ଆସନ୍ତୁ ଆଜି ଆମେ ଦେଖିବା କି କେଉଁ ସବୁ ଜାଗାରେ କେଉଁ ଜିନିଷ ରହିଲେ ତାହା ଆମ ବାସ୍ତୁ ଶାସ୍ତ୍ର ଉପରେ କୌଣସି ପ୍ରଭାବ ପକାଇ ନ ଥାଏ ସେ ବିଷୟରେ |
ତେବେ ଆମେ ମାନେ ଜାଣି ରଖିବା ନିହାତି ଆବଶ୍ୟକ କି ଘଣ୍ଟା କୁ ସବୁବେଳେ ଆମେ କାନ୍ଥ ର ଉତ୍ତର ଆଉ ପୂର୍ବ ଦିଗରେ ଟାଙ୍ଗିବା ଆବଶ୍ୟକ ହୋଇଥାଏ | ଯଦି ଆମେ ଏହାକୁ ଆଉ କୌଣସି ଦିଗରେ ଟାଙ୍ଗୀଛୁ ତାହେଲେ ଏହା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ | ଏହା ବ୍ୟତୀତ ଆପଣ ମନେ ମନେ ରଖିବା ଉଚିତ କି ମୃତ ବ୍ୟକ୍ତି ବା ମରିଯାଇଥିବା ବ୍ୟକ୍ତି ଙ୍କ ଫୋଟ କୁ ସବୁବେଳେ ଦକ୍ଷିଣ ଟେ ବା ପଶ୍ଚିମ ଦିଗରେ ଟାଙ୍ଗିବା ଭଲ ହୋଇଥାଏ |
ତାହା ଛଡା ଆମେ ଯଦି ଶ୍ରାଦ୍ଧ ଦେଉଥିବା ତାହେଲେ ମଧ୍ୟ ଦକ୍ଷିଣ କୁ ମୁହଁ କରିକି ଦେବା ଆବଶ୍ୟକ ହୋଇଥାଏ | ତେବେ ଆପଣ ଯେତେବେଳେ ଦେବ ପୂଜା କରୁଛନ୍ତି ତେବେ ଆପଣ ଙ୍କ ମୁହଁ ସବୁବେଳେ ଉତ୍ତର କୁ ବା ପୂର୍ବ କୁ ରହିବା ନିହାତି ଆବଶ୍ୟକ ହୋଇଥାଏ |ତେବେ ଆପଣ ମାନେ ଯେତେବେଳେ ଟିଭି ଲଗାଉଛନ୍ତି ତାହେଲେ ତାହାକୁ ଆପଣ ମାନେ ଉତ୍ତର ବା ପୂର୍ବ ଦିଗରେ ଲଗାଇବା ନିହାତି ଜରୁରୀ ହୋଇଥାଏ | ତାହା ବ୍ୟତୀତ ଆପଣ ମାନେ ଯଦି ଲକ୍ଷ୍ମୀ ଙ୍କୁ ପୂଜା କରୁଛନ୍ତି ତାହେଲେ ଆପଣ ଙ୍କର ଲକ୍ଷ୍ମୀ ଙ୍କର ମୁହଁକୁ ସବୁବେଳେ ପୂର୍ବ ଦିଗକୁ କରିକି ରଖିବା ଭଲ ହୋଇଥାଏ |
ଯଦି ଆପଣଙ୍କର ଘରେ ମିରର ଲଗାଉଛନ୍ତି, ତାହେଲେ ମନେ ରଖିବେ ଆପଣ ଶୋଇଥିବା ସମୟରେ ଯେମିତି ଆପଣଙ୍କର କୌଣସି ଅଙ୍ଗ ଆପଣଙ୍କର ମୀରର ରେ ଦେଖା ନ ଯାଏ, ନହେଲେ ଆପଣଙ୍କର ମୁଣ୍ଡ ବ୍ୟଥା ହୋଇଥାଏ |ଆହୁରି ମଧ୍ୟ ମନେ ରଖିବେ କୁ ବୃନ୍ଦା ବତୀ ଙ୍କ ମୁହଁ ସବୁବେଳେ ପଶ୍ଚିମ କୁ ରହିବା ଭଲ ହୋଇଥାଏ | ଅନ୍ୟ କୌଣସି ଦେବତା ଙ୍କ ମୁହଁ ପୂର୍ଵ କୁ ରହିବା ଭଲ ହୋଇଥାଏ ନ ତେବେ ବୃନ୍ଦା ବତୀ ଙ୍କୁ ପୂର୍ବ ରେ ବସାଇ ପଶ୍ଚିମ କୁ ମୁହଁ କରିକି ପୂଜା କରିବା ଭଲ ହୋଇଥାଏ |
ତେବେ ଏହିଭଳି ଭାବରେ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାରର ନକାରାତ୍ମକ ଶକ୍ତି ଦୂରେଇ ଯାଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।