Swastik Tv News Odisha

Sadhu Bani – ଜାଣନ୍ତୁ ଅତି ଶୀଘ୍ର ଧନ ଅର୍ଜନ କରିବାର ସହଜ ଉପାୟ । ଆଜିର ୨୦+ ଅନୁଚିନ୍ତା

0

ଜୀବନକୁ ସରସ ସୁନ୍ଦର ଭାବରେ ଗଢିତୋଳିବା ପାଇଁ ସମାଜର କେତେକ ଗୁରୁତ୍ୱପୂର୍ଣ୍ଣ ନୀତି ନିୟମକୁ ମାନି ଚଳିବାକୁ ପଡିଥାଏ । ଯାହାଦ୍ୱାରା ଜୀବନରେ କୌଣସି ପ୍ରକାର ବାଧାବିଘ୍ନ ଆସି ନଥାଏ , ମୁନୁଷ୍ୟ ସୁଖରେ ଜୀବନ ଅତିବାହିତ କରିଥାଏ । ମନୁଷ୍ୟ ସୁଖରେ ଜୀବନ ବିତାଇବା ପାଇଁ ଆର୍ଥର ଆବଶ୍ୟକତା ପଡିଥାଏ , କିନ୍ତୁ ଅନେକ ସମୟରେ ଆର୍ଥିକ ସଙ୍କଟ ଦେଖା ଯାଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଶୀଘ୍ର ଧନ ଅର୍ଜନର ଉପାୟ ବିଷୟରେ ଜଣେଇବୁ , ଯାହାଫଳରେ ଆପଣ ମାନଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯିବ । ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ ।

1. ରୋଷେଇ ଘରକୁ ସର୍ବଦା ପରିଷ୍କାର ରଖନ୍ତୁ , ତା ସହିତ ରୋଷେଇ ଘରେ କେବେହେଲେ ଡଷ୍ଟବିନ ରଖନ୍ତୁ ନାହିଁ ଏବଂ କୌଣସି ଠାକୁରଙ୍କ ଫୋଟ ଲଗାନ୍ତୁ ନାହିଁ । ଏହା ପାଳନ କଲେ ମଙ୍ଗଳ ହେବ ।

2.ଅନେକ ମହିଳା ମାନେ ଛାତ ଉପରେ ଚାଉଳ ଗହମ ଧୋଇବାସହ ଲୁଗା ମଧ୍ୟ ସଫା କରିଥାନ୍ତି , କିନ୍ତୁ ଏପରି ଭୁଲରେ ମଧ୍ୟ କରନ୍ତୁ ନାହିଁ । କାରଣ ଛାତ ଉପରକୁ ସର୍ବଦା କେତୁର ଦୃଷ୍ଟିଥାଏ ତେଣୁ ଏପରି ଭୁଲ କରନ୍ତୁ ନାହିଁ ।

3. ଶୋଇବା ଘରେ କେବେହେଲେ ଧଳା ରଙ୍ଗର ମାରବଲ ଲଗାନ୍ତୁ ନାହିଁ , କାରଣ ଧଳା ରଙ୍ଗର ମାରବଲ୍ ବା ଟାଇଲ୍ ମନ୍ଦିରରେ ଲଗାନ୍ତୁ । ଶୋଇବା ଘରେ ଲଗେଇଲେ ସେ ଘରେ ରହୁଥିବା ନାରୀ ଙ୍କର ମନ ସର୍ବଦା ଅଶାନ୍ତ ରହିଥାଏ ।

4. ମନ୍ଦିରରୁ ଯଦି ଆପଣଙ୍କର ଜୋତା ଚୋରୀ ହୁଏ , ତେବେ ଆପଣ ମାନେ ମନଦୁଃଖ କରନ୍ତୁ ନାହିଁ । ଜାଣି ରଖନ୍ତୁ ଆପଣଙ୍କର ସେହି ଦିନ ଠାରୁ ଶୁଭ ସମୟ ଆରମ୍ଭ ହେବାକୁ ଯାଉଛି ।

5. ଯଦି ପରିବାର ଭିତରେ ସର୍ବଦା ଅଶାନ୍ତି ଲାଗି ରହୁଥାଏ , ଆପଣଙ୍କ ଘରର ନୈରୁତ କୋଣ ରେ ଛୋଟ ଲାଲ ବଲଟିକୁ ଜାଳେଇ ରଖନ୍ତୁ । ବଲ୍ ଜଳିବାର ଦେଢମାସ ପରେ ଆପଣଙ୍କର ମନ ମାଳିନ୍ୟ ଦୂର ହୋଇଯିବ ।

6. ଭୂମି ପୂଜା , ବାସ୍ତୁଶାନ୍ତି ବା ଗୃହପ୍ରବେଶ ଯେଉଁ ଦିନ କରିବେ ସେହି ବାର ମଙ୍ଗଳବାର ବା ଶନିବାର ନହେବା ବହୁତ ଭଲ ହୋଇଥାଏ ଏହି ଦୁଇ ବାରରେ ଏହି 3 ଟି କାର୍ଯ୍ୟ କରିବା ଉଚିତ୍ ହୋଇ ନଥାଏ ।

7. ଯଦି କୌଣସି ଘରେ ବାରମ୍ୱାର କଳିଝଗଡା ବା ମନମାଳିନ୍ୟ ଦେଖା ଦେଉଥାଏ , ସେହି ଘରର ମୁଖ୍ୟ ଯିଏ ତାଙ୍କ ଶୋଇବା ଖଟ ତଳେ ଗୋଟିଏ ଢାଳରେ ପାଣି ଆଣି ରଖିବେ । ସକାଳୁ ଉଠି ସେହି ପାଣି ଢାଳଟିକୁ ଧରି ଇଶ୍ୱରଙ୍କୁ ସ୍ମରଣ କରି ଗୋଟିଏ ଅଶ୍ୱସ୍ତ ବୃକ୍ଷ ମୂଳେ ପାଣିକୁ ଢାଳିଦେବେ । ଏହିପରି ସାତ ଦିନ କରନ୍ତୁ ସମସ୍ତ ମନମାଳିନ୍ୟ ଦୂର ହୋଇଯିବ ।

8. ଖୁବ୍ ଶୀଘ୍ର ଧନ ଅର୍ଜନ କରିବା ପାଇଁ ଆପଣଙ୍କ ଘରେ ରହିଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି ବା ଫୋଟ ବସିଥିବା ଅବସ୍ଥାରେ ପୂଜା କରିବା ଉଚିତ୍ । କିନ୍ତୁ ଦୋକାନରେ ଯେଉଁମାନେ ଲକ୍ଷ୍ମୀଙ୍କ ପୂଜା କରୁଛନ୍ତି ତାହା ଠିଆ ହୋଇଥିବା ଲକ୍ଷ୍ମୀଙ୍କ ଫୋଟ ବା ମୂର୍ତ୍ତି ପୂଜା କରିବା ଉଚିତ୍ । ଏହା କରିବା ଦ୍ୱାରା ଧନ ଅର୍ଜନ କରିବାରେ ସହଜ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.