ବନ୍ଧୁଗଣ ଆପଣ ଦୈନନ୍ଦିନ ଜୀବନରେ ଅନେକ କିଛି କାର୍ଯ୍ୟ ଆପଣ କରୁଛନ୍ତି,ହେଲେ ଆପଣ ଜାଣିଛନ୍ତି କି କଉଁ କାର୍ଯ୍ୟ ଆପଣଙ୍କର ଶୁଭ ଓ କଉଁ କାର୍ଯ୍ୟ ଆପଣଙ୍କର ଅଶୁଭ |ମୁଁ ଆଜି ଆପଣକୁ କିଛି ଅନୁଚିନ୍ତା ମାଧ୍ୟମରେ ଏହି ଶୁଭ ଅଶୁଭ ବିଷୟରେ ଜଣେଇବି, ଯାହାକି ଆପଣଙ୍କ ପାଇଁ ଅତ୍ୟନ୍ତ ଭଲ ହେବ |ଆସନ୍ତୁ ଜାଣିବା ଏହି ଗୁଡିକ କଣ-
– ଆପଣ ପ୍ରତ୍ୟକ ଦିନ ଠାକୁର ପୂଜା ପାଇଁ ଫୁଲ, ତୁଳସୀ ପତ୍ର ଓ ବେଲ ପତ୍ର ସଂଗ୍ରହ କରୁଥିବେ ନିଶ୍ଚିତ, ହେଲେ ଭୂମିରେ ପଡି ଯାଇଥିବା ଫୁଲ କିମ୍ବା ଆପେ ଆପେ ଝଡି ପଡ଼ିଥିବା ଫୁଲ ଏ ଗୁଡିକ ଠାକୁର ପାଖରେ ଲାଗିବା ପାଇଁ ଯୋଗ୍ୟ ନୁହଁ |କିନ୍ତୁ ଯଦି ଶେଫାଳିକ, ବଉଳ,ତୁଳସୀ ପତ୍ର କିମ୍ବା ବେଲ ପତ୍ର ଝଡି ପଡିଥାଏ ବା ଭୂମିରେ ପଡିଥାଏ ତେବେ ଏଗୁଡିକ ଠାକୁର ପୂଜାରେ ଲାଗିପରିବ, ଏଥିରେ କୌଣସି ଦୋଷ ନାହିଁ |
-ଝିଟିପିଟି ଉପରେ ଚାଲୁ ଚାଲୁ ଯଦି ଆପଣଙ୍କ ମୁଣ୍ଡରେ ପଡେ ତେବେ ତାହା ଶୁଭ ସଂକେତ, ଆପଣକୁ ରାଜ୍ୟଲାଭର ସୁଯୋଗ ମିଳିପାରେ |ଯଦି ପିଠିରେ ପଡେ ତେବେ ଐଶର୍ଯ୍ୟ ଲାଭ କରିବେ,ଯଦି ଡାହାଣ ହାତ କିମ୍ବା ଡାହାଣ ଗୋଡ଼ରେ ପଡେ ତେବେ ଏହା ବହୁତ ଶୁଭ ହୋଇଥାଏ |ଯଦି ବାମ ଗୋଡ କିମ୍ବା ହାତରେ ପଡେ ତାହା ଅଶୁଭ, ଯଦି ଝିଟିପିଟି ଛାତିରେ ପଡେ ତେବେ ମୃତ୍ୟୁ ଦଣ୍ଡପରି ଯୋଗ ରହିଥାଏ |ତେବେ ଆପଣ ଏହି ନିୟମକୁ ମନି ସାବଧାନ ରହିଲେ ଭଲ |
-ଆପଣଙ୍କ ଘରେ ସବୁବେଳେ କିଛି ଟକ ଟକ ଶବ୍ଦ ଶୁଣୁଛନ୍ତି କିମ୍ବା ଖରାପ ସ୍ବପ୍ନ ଦେଖୁଛନ୍ତି, କିଛି ଅଶୁଭ ଆପଣଙ୍କ ଘରେ ଘଟୁଛି ବୋଲି ଆପଣ ଜାଣୁଛନ୍ତି ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଖଣ୍ଡେ ଖବର କାଗଜରେ ଅଳ୍ପ ଲୁଣ ରଖିଦିଅନ୍ତୁ |ଏହି ଲୁଣକୁ ଆପଣଙ୍କ ଘରରେ ଯେକୌଣସି କଣରେ ରଖିଦିଅନ୍ତୁ,ପରଦିନ ସକାଳ ଏହି ଲୁଣପୁଟୁଳାକୁ ନେଇ ଅଧୁଆମୁହଁରେ କାହାସହ କଥା ନହୋଇ କୌଣସି ବହିଯାଉଥିବା ପାଣି କିମ୍ବା ନଈରେ ପକାଇଦିଅନ୍ତୁ, ଦେଖି ଆପଣଙ୍କ ଘରୁ ଅଶୁଭତ୍ୱ ଦୂର ହୋଇଯିବ |
-ଆପଣ ଯଦି ସର୍ବଦା ଟେନସନ କିମ୍ବା ମାନସିକ ଚିନ୍ତାରେ ରହୁଛନ୍ତି ତେବେ ଆପଣ ଯୋଡିଏ ବାଉଁଶରେ ତିଆରି ବଂଶୀକୁ ଛକ ଚି଼ହ୍ନକରି ନିଜର ଡ୍ରଇଂ ରୁମରେ ସଜାଇ ରଖନ୍ତୁ, ଏହା ଦ୍ଵାରା ଆପଣଙ୍କ ମାନସିକ ଅଶାନ୍ତି ଦୂର ହେବା ସହ ମନ ଆପଣଙ୍କ ସର୍ବଦା ପ୍ରଫୁଲ୍ଲ ରହିବ |
-ଆଣ୍ଠୁଗଣ୍ଠି ଜନିତ ସମସ୍ୟାରେ ଆପଣ ପୀଡିତ ହେଉଥିଲେ, ଆପଣ ଦିନରେ ଯେତେଥର ଚାହା ପିଉଛନ୍ତି ଅଦା ମିଶା ଚାହା ପିଅନ୍ତୁ, ଦିନରେ ଖାଇବା ସମୟରେ 6ଗୋଟି ଲବଙ୍ଗ ଚୁବାଇ ଖାଆନ୍ତୁ ଏବଂ ଯେତେବେଳେ ଆପଣ ପାଣି ପିଉଛନ୍ତି ସେତବେଳେ ବସିକି ପିଅନ୍ତୁ |ଆପଣଙ୍କ ଏହି ସମସ୍ୟା ଧୀରେ ଧୀରେ ଭଲ ହୋଇଯିବ |
-ଆପଣଙ୍କ ଘରର ତୁଳସୀ ଚଉରା ଘରୁ ବାହାରିବାର ଡାହାଣ ପଟରେ ରହିବା ଆବଶ୍ୟକ |ଯଦି ଆପଣ କୌଣସି ଶୁଭ କିମ୍ବା ମଙ୍ଗଳିକ କାର୍ଯ୍ୟରେ ବାହାରିଛନ୍ତି ତେବେ ଆପଣ ତୁଳସୀ ମାଟି ମୁଣ୍ଡରେ ଲଗାଇ ଗଲେ ସୁଫଳ ମିଳିଥାଏ |
-ସୁନା ଆପଣ କେବେବି ବାମ ହାତରେ ପିନ୍ଧନ୍ତୁ ନାହିଁ, ଆପଣ ଯଦି ସୁନା ଘରେ ରଖୁଛନ୍ତି ତେବେ ଏହାକୁ ନାଲି କିମ୍ବା ହଳଦିଆ କପଡା ଗୁଡ଼ାଇ ରଖନ୍ତୁ , ତାହା ଦ୍ଵାରା ସୁନା ବୃଦ୍ଧି ହୋଇଥାଏ |ଏହିପରି କଲେ ଆପଣଙ୍କ ପାଇ ମଙ୍ଗଳ ଅଟେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।
אני מאוד ממליץ על אתר הזה כנסו עכשיו ותהנו ממגוון רחב של בחורות ברמה מאוד גבוהה. רק באתר ישראל נייט לאדי https://romantik69.co.il/