Sadhu Bani – ପୂଜାଘରେ କେବେବି ଧୂପକାଠି ଜାଳନ୍ତୁ ନାହିଁ, ବରଂ କରନ୍ତୁ ଏହି କାମ

ତେବେ ବନ୍ଧୁଗଣ ଆମ ହିନ୍ଦୁ ସମାଜରେ ପୂଜା ପାଠ କୁ ନେଇକି ବହୁତ ଶାସ୍ତ୍ର ଆଉ ପରମ୍ପରା ରହିଛି | ଆଉ ଯେଉଁ ଶାସ୍ତ୍ର ଅନୁସାରେ ମଧ୍ୟ ଆମେ ପୂଜା ପାଠ କରିଥାଉ ଓ ଯାହା ଫଳରେ ଆମ ଉପରେ ଭଗବାନ ମଧ୍ୟ ସନ୍ତୁଷ୍ଟ ହୋଇଥାନ୍ତି | କିନ୍ତୁ ଏହି ପୂଜା ପାଠ କ୍ଷେତ୍ରରେ ମଧ୍ୟ ଆମେ ଅଜାଣତରେ ଅନେକ ଭୁଲ କରିଥାଉ, ଆଉ ଯାହା ପାଇଁ ଅନେକ ସମୟରେ ଆମେ ଦୁଃଖ ଆଉ ଅସୁବିଧାର ସ୍ୱୀକାର ମଧ୍ୟ ହେଇଥାଉ | ତେବେ ଆଜି ମୁଁ ଯେଉଁ କଥାଟି ବିଷୟରେ ଆଲୋଚନା କରିବାକୁ ଯାଉଛି ତାହା ହେଉଛି ଧୂପ କାଠିର ବ୍ୟବହାର ବିଷୟରେ | ଆଉ ଏହି ଧୂପ କାଠି କୁ କେଉଁ କେଉଁ ସ୍ଥାନରେ ଜଳାଇଲେ ଆମର ମଙ୍ଗଳ ହୋଇଥାଏ , ଆଉ କେଉଁ ସ୍ଥାନ ରେ ଧୂପ କାଠି ଜାଳିବା ଆମ ପାଇଁ ଖରାପ ହୋଇଥାଏ | ଆସନ୍ତୁ ତାହା ଉପରେ ଟିକିଏ ନଜର ପକାଇବା |

ତେବେ ଆମ ସନାତନ ଧର୍ମ ର ନିୟମ ଅନୁସାରେ ଧୂପ କାଠି ର ବ୍ୟବହାର କୁ ସମ୍ପୂର୍ଣ୍ଣ ଭାବରେ ବର୍ଜନ କରା ଯାଇଛି |ତେବେ ବନ୍ଧୁଗଣ ଥରେ ଭାବନ୍ତୁ ବାଉଁଶ କାଠ ରୁ ତିଆରି ଧୂପକାଠି କୁ ଜାଳିକି ଆମେ କେମିତି ଠାକୁରଙ୍କୁ ପ୍ରସନ୍ନ କରି ପରିବା | ତେଣୁ ବାଉଁଶ କାଠିରେ ତିଆରି ଧୂପକାଠି କୁ ଜାଳିବା ପାଇଁ ପୁରା ପୁରି ବର୍ଜନ କରାଯାଇଛି | ତେବେ ଏହି ଧୂପକାଠି କୁ ଜାଳିବା ଦ୍ଵାରା ପିତୃ ଦୋଷ ଲାଗିଥାଏ ବୋଲି କୁହାଯାଏ |

ତେବେ ଆମ ହିନ୍ଦୁ ଧର୍ମରେ ଧୂପକାଠି କୁ ପୂଜା ପର୍ବରେ ଜାଳିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଛି |ତେବେ ସବୁ ଜାଗାରେ ଲେଖା ଯାଇଛି ଦୁପ ବୋଲି ଜାଳନ୍ତୁ |କାରଣ ଧୂପକାଠି ରେ କେମିକାଲ ରୁ ତିଆରି ହୋଇଥାଏ , ଆଉ ଯାହା ଆମ ଶରୀର ପାଇଁ ମଧ୍ୟ ଆଦୁ ଠିକ ହୋଇ ନ ଥାଏ ବୋଲି କୁହାଯାଇଛି |ତେବେ ପୁରୁଣା କାଳିଆ ଗୋଟିଏ ଢଗ ରହିଛି ବାଉଁଶ ଜାଳିଲେ ବଂଶ ଜଳିଯାଏ ବୋଲି |

ତାହା ବ୍ୟତୀତ ଦୁପ ଜାଳିବା ଦ୍ଵାରା ସକାରାତ୍ମକ ଶକ୍ତି ଘରେ ସୃଷ୍ଟି ହୋଇଥାଏ, ଆଉ ଯାହା ଘରକୁ ପବିତ୍ର ରଖୁଥାଏ | ଏହା ବ୍ୟତୀତ ଏହା ଆମ ମନକୁ ଶାନ୍ତି ଯୋଗାଇଥାଏ | ତେବେ ଏହା ଆମ ପରିବେଶରେ ଥିବା ସମସ୍ତ ନକାରାତ୍ମକ ଶକ୍ତି କୁ ମଧ୍ୟ ଦୂର କରି ଦେଇଥାଏ |ତେବେ କେତେକ ବିଶେଷ ସୂତ୍ର ରୁ ମଧ୍ୟ ଜଣା ପଡିଛି କି ଧୂପକାଠି ରେ ପୋଲି ଆରୋମେଟିକ ନାମକ କେମିକାଲ ନିର୍ଗତ ହୋଇଥାଏ ଏହାକୁ ଜାଳିବା ଫଳରେ | ଯାହା ଆମ ଶରୀର ପାଇଁ ମଧ୍ୟ ବହୁତ ଖରାପ ହୋଇଥାଏ | ତେଣୁ ଏହା ଥିଲା ଆଜିର ଧୂପକାଠି କେଉଁଠି ବ୍ୟବହାର କରିବେ ଆଉ କୋଉଠି ନାହିଁ ସେହି ବିଷୟରେ କିଛି କଥା | ଯାହା ଆମ ପାଇଁ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment