ବନ୍ଧୁଗଣ ଆପଣ ଘରେ ପ୍ରତ୍ୟେକ ଦିନ ପୂଜା ପାଠ କରୁଥିବେ ନିଶ୍ଚିତ |ଯଦି ଆପଣଙ୍କ ମନରେ ପୂଜା କରିବା ସମୟରେ ଯଦି ଖରାପ ଭାବନା ଆସୁଛି ତେବେ ଆପଣ ବ୍ୟସ୍ତ ହୋଇପଡୁଛନ୍ତି ନିଶ୍ଚିତ | ଏହି ଖରାପ ଭାବନା ଦ୍ଵାରା ଆପଣଙ୍କ ପୂଜା ପାଠ ବିଫଳ ହୋଇଯିବ ବୋଲି ଭାବୁଥିବେ |ଏଥିପାଇଁ ଆପଣ ବ୍ୟସ୍ତ ହୁଅନ୍ତି ନାହିଁ, ଏହା ଦ୍ଵାରା ଆପଣନଙ୍କ ପୂଜା ବିଫଳ ହୋଇଥାଏ କି ପାପ ମଧ୍ୟ୍ୟ ଲାଗେ ନାହିଁ |ପୂଜା କରିବା ସମୟରେ ଏମିତି ଚିନ୍ତା ଆସିବାର ଅନେକ ଧାର୍ମିକ ଓ ବୈଜ୍ଞାନିକ କାରଣ ରହିଛି |
ବନ୍ଧୁଗଣ ବ୍ରହ୍ମ, ବିନ୍ଦୁ,ଉପନିଷଦ ଏହା ମନର ଦୁଇଟି କଥା କହିଥାଏ, ଗୋଟେ ସୁଧ ମନ ଓ ଅନ୍ୟଟି ଅଶୁଦ୍ଧ ମନ |ଯେଉଁ ମନରେ କାମନା ବାସନା ଆସିଥାଏ ଏହାକୁ ଅଶୁଦ୍ଧ ମନ କୁହାଯାଏ |ଏବଂ ଯେଉଁ ମନରେ କାମନା ବାସନା ନଥାଏ ତାହାକୁ ସୁଦ୍ଧ ମନ କୁହାଯାଏ | ଆପଣ ଯଦି ସୁଦ୍ଧ ମନର ମାଲିକ ହେବାପାଇଁ ଚାହୁଁଛନ୍ତି ତେବେ ପୂଜା ସମୟରେ ଖରାପ ଚିନ୍ତା ଆସିଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ତାହାକୁ ଆସିବାପାଇଁ ଦିଅନ୍ତୁ |ଯେଉଁ ଭଳି ମାଟିରେ କୂଅ ଖୋଳିଲେ ପ୍ରଥମେ ମଇଳା ପାଣିବାହାରେ ଓ ସେହି ପାଣି ବାହାରି ଧିରେ ଧୀରେ ସଫା ହୋଇଯାଏ ସେହିପରି ପୂଜା ପାଠ କଲେ ଏହିପରି ଭାବନା ଧୀରେ ଧୀରେ କମିଯାଏ |
ଏହା କେବଳ ଆପଣଙ୍କ ସହ ନୁହଁ ଏହା ପ୍ରାୟ ସମସ୍ତଙ୍କ ସହ ହୋଇଥାଏ |ଅନେକ ଉପଲବ୍ଧି ହାସଲ କଲା ପରେ ମଧ୍ୟ୍ୟ ବେଳେ ବେଳେ ଏହି ବିଷୟ ବାସନା ମନରେ ଜାଗ୍ରତ ହୋଇଯାଏ |କାରଣ ଏହି କାମ, କ୍ରାଧ,ଲୋଭ, ମୋହ ଏହା କେତେବେଳେ ବି ମନକୁ ଆସିପାରେ |ଏଥିପ୍ରତି ଆପଣ ଧ୍ୟ୍ୟନ ନଦେଇ ପୂଜା ଅର୍ଚନା କେବେବି ବନ୍ଦ କରନ୍ତୁ ନାହିଁ | ଏହା ଏମିତି ଏକ ଜିନିଷ ଯାହା ଆପଣଙ୍କ ମନକୁ ସୁଦ୍ଧ କରିବା ସହିତ ଶାନ୍ତି ମଧ୍ୟ୍ୟ ଆଣିଦେଇଥାଏ | ମନ କୁଆଡେ ବି ଯାଉ ହେଲେ ନିଜ ତନକୁ ଭଗବାନ ପାଖରେ ରଖନ୍ତୁ, ଦେଖିବେ ମନରୁ ଖରାପ ଚିନ୍ତା ଧୀରେ ଧୀରେ ଉଭେଇ ଯାଇ ଭଲ ଚିନ୍ତା ନିଶ୍ଚିତ ଆସିବ |
ହଁ ବନ୍ଧୁଗଣ ମନକୁ ନିଜ ବସରେ ରଖିବା ଏତେ ସହଜ ନୁହଁ, ଉପନିଷଦରେ କୁହାଯାଇଛି ହାତୀ ଯେପରି ମହନ୍ତ ବିନା ବସି ରହିନଥାଏ ସେହିପରି ମନ କୁ ଆଧ୍ୟାତ୍ମିକ, ସତସଙ୍ଗ, ବିଦ୍ୟା, କାମନା ର ତ୍ୟାଗ ଏବଂ ପ୍ରାଣାୟାମ ବିନା ବସରେ କରିବା ସହଜ ନୁହଁ | ଏହି ଚାରୋଟି ଉପଯୋଗ ରେ ମନକୁ ବସରେ କରାଯାଇପାରେ, ଦୀପରେ ପ୍ରକାଶକୁ ଛାଡି ଅନ୍ଧାରକୁ ଯେପରି ହୋଇଥାଏ ମନକୁ ବଳ ପୂର୍ବକ ବସ କରିବା ମଧ୍ୟ୍ୟ ସେହିପରି ହୋଇଥାଏ | ଏହି ମନ ବିଚଳିତ ହେବାର ବୈଜ୍ଞାନିକ କାରଣ ଯଦି ଦେଖିବା ତେବେ ଲୋକମାନଙ୍କ ମାନସିକ ଚିନ୍ତା,ଉଚିତ ଆହାର ନମିଳିବା ଓ ଏକା ରହିବା ଆଦି କାରଣରୁ ମନକୁ ବସରେ ରଖିପାରନ୍ତି ନାହିଁ |ତେବେ ବନ୍ଧୁଗଣ ଧ୍ୟ୍ୟନ ଏକ ଉଚିତ ମାର୍ଗ ମନକୁ ବସ କରିବା ପାଇଁ ତେବେ ଆପଣ ପ୍ରତ୍ୟେକ ଦିନ କିଛି ସମୟ ଧ୍ୟ୍ୟନ କରନ୍ତୁ ଦେଖିବେ ମନ ଧୀରେ ଧୀରେ ବସ ହୋଇଯିବା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।