Sadhu Bani – ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ର କୁ ୩ ଥର ଜପ କରନ୍ତୁ, ତା’ ପରେ ଦେଖନ୍ତୁ ଚମତ୍କାର

ପ୍ରଭୁ ହନୁମାନ ଜୀ ଙ୍କ ପିଲା ଦିନର ଅବତାର ବିଷୟରେ ଆପଣ ମାନେ ନିଶ୍ଟୟ ଜାଣିଥିବେ , ଏହି କାହାଣୀ ମଧ୍ୟ ଆଗରୁ ଶୁଣିଥାଇ ପାରନ୍ତି । ଯେ ପିଲାଦିନେ ଯେତେବେଳେ ହନୁମାନ ଜୀଙ୍କୁ ଅତ୍ୟଧିକ ଭୋକ ଲାଗିଥିଲା ତ ସେତେବେଳେ ଆକାଶରେ ଚମକୁଥିବା ସୂର୍ଯ୍ୟଙ୍କୁ ଦେଖି ଗୋଟିଏ ଫଳ ଭାବିଥିଲେ । ହନୁମାନଙ୍କ ପାଖରେ ଏମିତି ଶକ୍ତି ଥିଲା ଯେ ଯାହାଦ୍ୱାରା ସେ ଉଡି ଉଡି ସୂର୍ଯ୍ୟଙ୍କୁ ଖାଇବାକୁ ଆଗକୁ ବଢି ଚାଲିଲେ । କିନ୍ତୁ ସେତେବେଳେ ଦେବରାଜ ଇନ୍ଦ୍ର ଶସ୍ତ୍ର ଦ୍ୱାରା ପ୍ରହାର କରିଥିଲେ , ଯାହାକି ସେ ମୂର୍ଚ୍ଛିତ ହୋଇଗଲେ । ହନୁମାନ ଜୀଙ୍କର ମୂର୍ଚ୍ଛିତ ହେବା ପରେ ଯେତେବେଳେ ବାୟୁ ଦେବ ଜାଣି ପାରିଲେ ସେ ମଧ୍ୟ ଅତ୍ୟଧିକ ରାଗିଗଲେ ।

କିନ୍ତୁ ଯେତେବେଳେ ସମସ୍ତ ଦେବତା ମାନେ ବୁଝିପାରିଲେ ଯେ ହନୁମାନ ଜୀ ଭଗବାନ ଶିବଙ୍କର ଅବତାର ବୋଲି , ସେତେବେଳେ ସମସ୍ତ ଦେବତା ମାନେ ହନୁମାନ ଜୀଙ୍କୁ ଶକ୍ତି ପ୍ରଦାନ କଲେ । ହନୁମାନ ଚାଳିଶାର ପାଠ ମଙ୍ଗଳବାର ଓ ଶନିବାର ରେ କରିଲେ ଏହା ଅତ୍ୟନ୍ତ ଶୁଭକାର୍ଯ୍ୟ ବୋଲି କୁହାଯାଏ । ହନୁମାନ ଚାଳିଶାରେ ଏମିତି କିଛି ଚୈପଇ ରହିଛି ଯାହାକୁ ପଢିବା ଦ୍ୱାରା ଆପଣଙ୍କ ଜୀବନରେ ସବୁ ଦୁଃଖ ସବୁ କଷ୍ଟ ତୁରନ୍ତ ଦୂର ହୋଇଯିବ ।

ପ୍ରଥମ ଚୈପଇଟି ହେଉଛି ” ଭୂତ ପିସାଚ ନିକଟ ନେହିଂ ଆରୈ ।
ମହାବୀର ଜବ ନାମ ସୁନାରୈ ।।

ଏହି ଚୈପଇ କୁ ନିରନ୍ତର ଜପ କରିବା ଦ୍ୱାରା କାହାର ଭୟ ରହିଛି ମନରେ ତେବେ ଏହି ମନ୍ତ୍ର କୁ ବା ଏହି ଚୈପଇ କୁ ନିତ୍ୟ ଜପ କରିବା ଦ୍ୱାରା ଆପଣଙ୍କୁ ସବୁ ଦୁଃଖ କଷ୍ଟରୁ ମୁକ୍ତି ମିଳିଯିବ । ଆପଣଙ୍କର ସବୁ ଭୟ ଦୂର ହୋଇଯିବ । ଆପଣଙ୍କ ମନରେ କୌଣସି ପ୍ରକାର ଭୟ ରହିବ ନାହିଁ ।

ଦ୍ୱିତୀୟ ଚୈପଇ ଟି ହେଉଛି – ” ନାସୈ ରୋଗ ହରୈ ସବୁ ପୀରା ।
ଜପତ ନିରନ୍ତର ହନୁମତ ବୀରା ।।

ଯଦି କୌଣସି ବ୍ୟକ୍ତି ରୋଗରେ ସର୍ବଦା ବୁଡି ରହିଛି ଏବଂ ଅନେକ ଚିକିତ୍ସା କଲେ ମଧ୍ୟ ସୁଖ ପାଇଁ ପାରୁନାହିଁ । ସ୍ୱାସ୍ଥ୍ୟରେ ଉନ୍ନତି ଘଟୁନାହିଁ , ତେବେ ଏହି ମନ୍ତ୍ର ବା ଚୈପାଇ କୁ ନିରନ୍ତର ଜପ କରିବା ଦ୍ୱାରା ଆପଣଙ୍କର ସମସ୍ତ ରୋଗ ଠାରୁ ନିଶ୍ଚିତ ମିଳିଯିବ । ଏହାକୁ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଏହି ଦୁଇ ଚୈପଇ କୁ ନିଶ୍ଚିତ ଭାବରେ ନିରନ୍ତର ଜପ କରନ୍ତୁ । ଅତିକମ ରେ 3 ଥର ଜପ କରନ୍ତୁ , ଜପ କରିବା ଦ୍ୱାରା ହନୁମାନ ଜୀଙ୍କର ଆଶୀର୍ବାଦ ଆପଣଙ୍କୁ ନିଶ୍ଚିତ ଭବାରେ ପ୍ରାପ୍ତ ହୋଇଥାଏ । ତେଣୁ ଆପଣ ମାନେ ରାତିରେ ଶୋଇବା ପୂର୍ବରୁ ଏହି ଦୁଇ ଚୈପଇକୁ 3 ଥର ନିଶ୍ଚୟ ଜପ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment