Sadhu Bani – କର୍ପୁର ଆପଣଙ୍କୁ କରିବ ଧନୀ କରନ୍ତୁ ଏହି ୮ଟି ଛୋଟିଆ ଉପାୟ

ବନ୍ଧୁମାନେ ଆମ ଜୀବନରେ ଅନେକ ସମସ୍ୟା ଓ ବାଧା ଆସିଥାଏ,ଆଉ ଏଥିପାଇଁ ଆମ ଜୀବନ ଦୁଃଖ ରେ ଭରିଯାଏ ।ହେଲେ ଆପଣ ଯଦି ଆଗରୁ ଟିକିଏ ଚେଷ୍ଟା କରିବେ, ଆଉ ଶାସ୍ତ୍ର ରେ କୁହାଯାଇଥିବା ନିୟମ ଗୁଡିକୁ ପାଳନ କରିବେ ତାହେଲେ ବହୁତ ବଡ଼ ବଡ଼ ବିପଦରୁ ଟଳି ଯିବେ ।ତେବେ ସମୁଦ୍ର ଶାସ୍ତ୍ର, ବାସ୍ତୁ ଶାସ୍ତ୍ର ଓ ଜ୍ୟୋତିଷ ବିଦ୍ୟା ସବୁଥିରେ ଏମିତି କିଛି ଉପାୟ ବିଷୟରେ କୁହାଯାଇଛି ଯାହା ଆପଣଙ୍କ ଜୀବନ କୁ ସରସ ଓ ସୁନ୍ଦର କରିପାରିବ ।ଆଉ ଆଜି ଆମେ ଏହା ଜାଣିବା କି କର୍ପୂର କୁ ବ୍ୟବହାର କରି କେମିତି ନିଜର ସବୁ ସମସ୍ୟା ରୁ ମୁକ୍ତି ପାଇପାରିବେ ।

ସାଧାରଣତଃ ପ୍ରତ୍ୟେକ ଘରେ ପୂଜାରେ କର୍ପୂର ବ୍ୟବହାର କରାଯାଏ, ଆଉ କର୍ପୂର ର ସୁଗନ୍ଧରେ ସବୁଆଡେ ପବିତ୍ର ବାତାବରଣ ସୃଷ୍ଟି ହୁଏ ।ହେଲେ ଏ ବ୍ୟତୀତ ବି ଆପଣ ଯଦି କର୍ପୂର କୁ ୮ଟି ଭିନ୍ନ ଭିନ୍ନ ଉପାୟରେ ବ୍ୟବହାର କରିବେ ତାହେଲେ ଆପଣଙ୍କର ଧନ ସମ୍ପତ୍ତି ର ଅଭାବ ଦୂର ହେବା ସହିତ ଅନ୍ୟ ସମସ୍ୟା ଗୁଡିକର ଅନ୍ତ ହେବ ।ତେବେ ଆସନ୍ତୁ ଜାଣିବା ଆଉ କୋଉ କୋଉ ଉପାୟରେ କର୍ପୂର ବ୍ୟବହାର କଲେ କୋଉ ଲାଭ ମିଳିଥାଏ ।

1-ଯଦି କୋଉ ବ୍ୟକ୍ତିଙ୍କର କାଳସର୍ପ ଯୋଗ ବା ପିତୃ ଦୋଷ ଆଦି ରହିଥାଏ ତେବେ ନିଜ ବାର୍ଥ୍ରୂମରେ କିଛି କର୍ପୂର ରଖି ନିଶ୍ଚିନ୍ତ ହେଇଯାନ୍ତୁ, କାରଣ ଏଥିରେ ଆପଣଙ୍କ ର ଦୋଷ ଟଳି ଯାଏ ।

2-ଘରେ ଯଦି ଶାନ୍ତିର ବାତାବରଣ ପାଇଁ ପ୍ରତ୍ୟେକ ଦିନ ସକାଳେ ଓ ସନ୍ଧ୍ୟାରେ କର୍ପୂର କୁ ଘିଅରେ ଭିଜେଇ ଜାଳନ୍ତୁ ।ଆଉ ସେହି ସୁଗନ୍ଧ କୁ ଘରର ସବୁ ଦିଗକୁ ବିସ୍ତାର ହେବାକୁ ଦିଅନ୍ତୁ, ଏମିତି କଲେ ଘରେ ଥିବା ନକରାତ୍ମକତା ଦୁର ହୁଏ ।

3-ଯଡି ବିବାହରେ ବାଧା ଦୂର କରିବା ପାଇଁ 36 ଟି ଲବଙ୍ଗ ଓ 6 ଟି ଲବଙ୍ଗ ନେଇ ସେଥିରେ ହଳଦୀ ଓ ଅରୁଆ ଚାଉଳ ଲଗାଇ ମାଆ ଦୁର୍ଗା ଙ୍କୁ ଆହୁତି ଦିଅନ୍ତୁ ।

4-ଭାଗ୍ୟ ଚମକାଇବା ପାଇଁ ଓ ଭାଗ୍ୟ ବଦଳାଇବାକୁ ଚାହୁଁଥିଲେ ଆପଣ ନିଜ ଗାଧୁଆ ପାଣିରେ ଦୁଇ ଟୋପା କର୍ପୂର ତେଲ ପକାଇ ସେହି ପାଣିରେ ଗାଧାନ୍ତୁ ।

5-ରାତିରେ ଆପଣ ହନୁମାନ ଚାଲିଶା ପାଠ କରିବା ପରେ ଦୁଇଟି କର୍ପୂର ଜଳାନ୍ତୁ, ଏମିତି କଲେ ଆକସ୍ମିକ ଦୁର୍ଘଟଣା ଟଳିଯାଏ ଓ କ୍ରୋଧ ଶାନ୍ତ ହୁଏ ।

6-ଘରେ ଯଦି କୋଉଠି ବାସ୍ତୁ ଦୋଷ ରହୁଛି ତେବେ ସେହି ଜାଗାରେ ଦୁଇଟି କର୍ପୂର ରଖିଦିଅନ୍ତୁ ଆଉ ସେହି କର୍ପୂର ମିଳେଇ ଗଲେ ପୁଣି ଦୁଇଟି କର୍ପୂର ରଖିଦେବେ, ଏମିତି କଲେ ବାସ୍ତୁ ଦୋଷ ଦୂର ହୁଏ ।

7-ପତି ପତ୍ନୀ ଭିତରେ ତିକ୍ତତା ଦୂର କରିବା ପାଇଁ ଶୋଇବା ଘରର କୋଣରେ ଦୁଇଟି କର୍ପୂର ରଖିଦିଅନ୍ତୁ ଆଉ ସେହି କର୍ପୂର ମିଳେଇ ଗଲେ ପୁଣି ଦୁଇଟି କର୍ପୂର ରଖିଦେବେ ।ଏମିତି ସେତେବେଳ ଯାଏ କରିବେ ଯେତେ ପର୍ଯ୍ୟନ୍ତ ତିକ୍ତତା ନକମିଛି ।

8-ଧନର ଅଭାବ ଦୂର କରିବା ପାଇଁ ରାତିରେ ସବୁ ବାସନ ଧୋଇ ସାରିବା ପରେ ଚାନ୍ଦିର ଏକ ବାସନରେ ଦୁଇଟି କର୍ପୂର ଓ ଦୁଇଟି ଲବଙ୍ଗ ଜଳାଇ ଦିଅନ୍ତୁ ।ଏମିତି ସବୁଦିନ କଲେ ଆର୍ଥିକ ଅଭାବ ଦୂର ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment