Swastik Tv News Odisha

” Samapajira Raghu ” ସୁପର ହିଟ ଓଡ଼ିଆ ଫିଲ୍ମ ରିଲିଜ ହେବାକୁ ଯାଉଛି , ଏହି ରୋମାଣ୍ଟିକ ଟ୍ରେଲର ଦେଖିଲେ ନିଜକୁ ସମ୍ଭାଳି ପାରିବେନି… ଦେଖନ୍ତୁ ଭିଡ଼ିଓ

0

ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରତିବର୍ଷ ଅନେକ ଫିଲ୍ମ ତିଆରି କରା ଯାଇଥାଏ। କିନ୍ତୁ ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ କରୋନା ମହାମାରୀ ଯୋଗୁ ଓଡ଼ିଆ ଫିଲ୍ମ ଆଉ ତିଆରି ହୋଇ ପାରୁ ନାହିଁ। କରୋନା ମହାମାରୀ ଯୋଗୁ ସବୁ ସିନେମା ହଲ ବନ୍ଦ ରହିଛି, ଯାହା ଫଳରେ କି ଫିଲ୍ମ ହଲରେ ମୁକ୍ତିଲାଭ କରି ପାରୁ ନାହିଁ। ସେଥିପାଇଁ ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକ ମାନଙ୍କ ଠାରୁ ଦର୍ଶକ ମାନଙ୍କ ପର୍ଯ୍ୟନ୍ତ ସମସ୍ତେ ଦୁଃଖିତ ଅଛନ୍ତି। ଏହାରି ଭିତରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ଭଲ ଭଲ କଳାକାର ମାନେ ମଧ୍ୟ ମୃତ୍ୟୁ ବରଣ କରି ସାରିଲେଣି। କିନ୍ତୁ କରୋନା ସାମାନ୍ୟ ମାତ୍ରାରେ କମି ଥିବାରୁ ତରଙ୍ଗ ସିନେ ପ୍ରଡକ୍ସନ ଏକ ନୂଆ ଫିଲ୍ମ ପ୍ରସ୍ତୁତ କରିଛି। ଯାହାକୁ ନେଇ ସମସ୍ତେ ବେଶ ଖୁସି ଅଛନ୍ତି। ତେବେ ବନ୍ଧୁଗଣ ଫିଲ୍ମର ନାଁ ‘ସମାପାଜୁର ରଘୁ’ ରହିଛି। ତେବେ ଆସନ୍ତୁ କଣ ରହିଛି ଫ ସମ୍ପୂର୍ଣ୍ଣ ଫିଲ୍ମ ବିଷୟରେ ଜାଣିବା;

ସୂଚନା ଅନୁସାରେ, କରୋନା ମହାମାରୀ କାରଣରୁ ଫିଲ୍ମ ସୁଟିଙ୍ଗ ସବୁ ବନ୍ଦ ରହିଥିଲା। କିନ୍ତୁ କରୋନାର ପ୍ରଭାବ ଅଳ୍ପ ମାତ୍ରାରେ କମି ଯାଇ ଥିବାରୁ ତରଙ୍ଗ ପ୍ରଡକ୍ସନ ଏକ ନୂଆ ସିନେମା ଆଣିଛି। ଯାହାର ନାଁ ‘ସମାପାଜୁର ରଘୁ’ ରହିଛି। ଏହି ସିନେମାରେ ଅଭିନେତା ମନୋଜ ମିଶ୍ର ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ପ୍ରଥମ ଥର ପାଇଁ ଏହି ସିନେମାରେ ଅଭିନୟ କରିଛନ୍ତି। ଅଭିନେତା ମନୋଜ ମିଶ୍ର ଅନେକ ଗୁଡିଏ ସିନେମାରେ ସୁନ୍ଦର ଅଭିନୟ କରିଛନ୍ତି ଓ ଅଭିନେତ୍ରୀ ସୂର୍ଯ୍ୟମୟୀ ମଧ୍ୟ ବହୁତ ଗୁଡିଏ ସିନେମାରେ ଅଭିନୟ କରିଛନ୍ତି। ଏହି ସିନେମାଟି ସ୍ୱାମୀ ଓ ସ୍ତ୍ରୀ ର ସମ୍ପର୍କକୁ ନେଇ ତିଆରି କରାଯାଇଛି।

ଏହି ସିନେମାଟି ନିଛକ ଗାଁ ର କାହାଣୀ, ଗାଁ ର ମଣିଷ ଓ ଗାଁ ର ବେଶ ପୋଷାକ ମଧ୍ୟ ସେହି ଭଳି ଭାବରେ ରହିଛି। ତେବେ ଏହି ସିନେମାରେ ଗୋଟିଏ ଗୀତ ରହିଛି, ଜଣେ ଦେହ ହେଲେ ଆଉ ଜଣେ ତାର ଜୀବନ ଓ ଜଣେ ନିଶ୍ୱାସ ହେଲେ ଆଉ ଜଣେ ତାର ପବନ ଏହି ସୁନ୍ଦର ଗୀତଟି ରହିଛି। ସିନେମାର ଟ୍ରାକ ସମ୍ପୂର୍ଣ୍ଣ ଭାବରେ ୟୁନିକ ହୋଇଛି ଓ ଏହାର ଲିରିକ୍ସ ମଧ୍ୟ ସେହିଭଳି ଭାବରେ ହୋଇଛି। ଏହାର ଲିରିକ୍ସ ସତ୍ୟ ରଞ୍ଜନ ବଳ ଲେଖିଛନ୍ତି ଓ ସରୋଜ ପୁରୋହିତ ଏହାର ମ୍ୟୁଜିକ କମ୍ପୋଜ କରିଛନ୍ତି।

ଏହି ସୁନ୍ଦର ଗୀତଟିକୁ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ ଓ ଅନନ୍ୟା ଶ୍ରିତମ ନନ୍ଦ ବହୁତ ସୁନ୍ଦର ଭାବରେ ଗାଇଛନ୍ତି। କାହାଣୀ ଓ ଚିତ୍ରନାଟ୍ୟ ଅଭିନେତା ମନୋଜ ମିଶ୍ର ଏହାର ଭାରସାମ୍ୟ ସମ୍ଭାଳିଛନ୍ତି। ଏହି ସିନେମାର ନିର୍ଦେଶନା ଓ କୋରିଓ ଗ୍ରାଫ ଚିନ୍ମୟ ମିଶ୍ର କରିଛନ୍ତି। ଏହି ସିନେମାଟି ନିକଟରେ ମୁକ୍ତିଲାଭ କରିବା ପାଇଁ ଯାଉଛି। ଏହି ଫିଲ୍ମଟି ଦର୍ଶକ ମାନଙ୍କୁ ବହୁ ମାତ୍ରାରେ ପସନ୍ଦ ଆସିବ ବୋଲି ବିଶ୍ୱାସ ଓ ଭରସା ରହିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.