ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ପେଟ ଜନିତ ଅନେକ ସମସ୍ୟାରେ ସମୁଖୀନ ହେଉଛନ୍ତି, ଅର୍ଥାତ ପେଟ ଯନ୍ତ୍ରଣା ହେବା ଅଧିକ ସମୟ ପେଟରେ ଗ୍ୟାସ ହେବା ଏହା ସହିତ ଶୀଘ୍ର ଖାଦ୍ୟ ହଜମ ନହେବା ପରି ଅନେକ ସମସ୍ୟା ଦେଖିବାକୁ ମିଳୁଛି |ଏହି ପେଟ ଜନିତ ସମସ୍ୟା ଯଦି ଲାଗିରହିଥାଏ ତେବେ ବବ୍ୟକ୍ତିର ମୁଣ୍ଡ ବିନ୍ଧିବା, ବାନ୍ତି ହେବା ଏହା ସହିତ ଲିଭର ଭଳି ସମସ୍ୟା ମଧ୍ୟ ଅଧିକ ପରିମାଣରେ ଦେଖିବାକୁ ମିଳିଥାଏ |ଯଦି ଆପଣଙ୍କ ପେଟ ଖରାପ ରହିଛଅ ତେବେ ଆପଣକୁ କୌଣସି କାର୍ଯ୍ୟ କରିବା ପାଇଁ ଭଲ ଲାଗିନାଥାଏ |
ମୁଁ ଆଜି ଆପଣକୁ ଏହି ପେଟ ଜନିତ ଗ୍ୟାସ ଏସିଡିଟି ଭଳି ସମସ୍ୟାକୁ ଦୂର କରିବା ପାଇଁ ଆପଣଙ୍କୁ ଏକ ସୁନ୍ଦର ଘରୋଇ ଉପଚାର ବିଷୟରେ କହିବି ଯାହା ଅପଣଂକ ଏହିପରି ପେଟ ଜନିତ ସମସ୍ୟାକି ସମ୍ପୂର୍ଣ ଦୂର କରିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏଥିପାଇଁ ପ୍ରସ୍ତୁତ ହୋମ ରିମିଡ଼ି ବିଷୟରେ ସମ୍ପୂର୍ଣ କଥା ଜାଣିବା |
ଆବଶ୍ୟକ ସାମଗ୍ରୀ :-
ଲେମ୍ବୁ, ପୋଦିନା ଏବଂ ଅଦା
ପ୍ରସ୍ତୁତ :-
ଆପଣ ଆପଣଙ୍କ ପେଟ ଜନିତ ସମସ୍ୟାକୁ ଦୂର କରିବା ପାଇଁ ପ୍ରଥମେ ଏକ ଲେମ୍ବୁ ନେଇ ତାହାକୁ ଛୋଟ ପିସରେ କାଟି ଦିଅନ୍ତୁ ପରେ ଆପଣ ଏକ ଇଞ୍ଚର ଅଦା ନେଇ ତାହାକୁ ଛୋଟ ପିସ କରି କଟିବା ସହିତ ଆପଣ ଆଠରୁ ଦଶଟି ପୋଦିନା ପତ୍ର ନେଇ ତାହାକୁ ଭଲ ଭାବରେ ଧୋଇ ଦିଅନ୍ତୁ |ପରେ ଆପଣ ଏକ କାଚ ଗ୍ଲାସରେ ପାଣି ନେଇ ସେଥିରେ ଦୁଇ ପିସ ଲେମ୍ବୁ ନିଅନ୍ତୁ ଯେପରି ସେଥିରେ ମଞ୍ଜି ନରହେ,ପରେ ଆପଣ ସେଥିରେ ଦୁଇ ପିସ ଅଦା ପକାଇବା ସହିତ ସେହି ଧୋଇ ରଖିଥିବା ପୋଦିନା ପତ୍ର ପକାଇ ତାହାକୁ ଭଲରେ ଢାଙ୍କୁଣୀ ମାରି ରଖନ୍ତୁ |ଏହି ପରି ଆପଣ ଏହାକୁ ଚାରିରୁ ପାଞ୍ଚ ଘଣ୍ଟା ରଖନ୍ତୁ ଯେପରି ଏହି ସମସ୍ତ ସାମଗ୍ରୀର ପୋଷାକ ତତ୍ୱ ଏହି ପାଣିରେ ମିଶିଯିବ |
ବ୍ୟବହାର :-
ଆପଣ ପ୍ରସ୍ତୁତ କରି ରଖିଥିବା ଏହି ପାଣିକୁ ଭଲରେ ଛାଣି ତାହାର ବ୍ୟବହାର କରିବା ନିହାତି ଆବଶ୍ୟକ, ଏହି ପାଣି ଆପଣ ଦିନ ବେଳା ବ୍ୟବହାର କରିବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁଵ୍ୟ ଭଲ ହୋଇଥାଏ |ଏହି ଡ୍ରିଙ୍କ ଆପଣ ସକାଳ ପ୍ରସ୍ତୁତ କରି ତାହାକୁ ସେହି ଦିନ ବେଳେ ହି ସେବନ କରନ୍ତୁ ଏହାକୁ ଆପଣ ରାତିରେ ବ୍ୟବହାର କରନ୍ତୁ ନାହିଁ |ଏହିପରି ଆପଣ ଏହି ଡ୍ରିଙ୍କକୁ ପ୍ରତ୍ୟେକ ଦିନ ସେବନ କରିବା ଦ୍ଵାରା ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ୟା ସମ୍ପୂର୍ଣ ଦୂର ହେବା ସହିତ ଆପଣଙ୍କ ଶରୀର ଯେଉଁ ଦୁର୍ବଳ ଲାଗୁଥିଲା ତାହା ମଧ୍ୟ ଦୂର ହେବ |ଏହା ସହିତ ଆପଣଙ୍କ ଲିଭର ଜନିତ ଯେଉଁ ସମସ୍ୟା ରହିଥିଲା ତାହା ମଧ୍ୟ ଧୀରେ ଧୀରେ ସମ୍ପୂର୍ଣ ଠିକ ହୋଇଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।