ଓଃ କି ଡ୍ୟାନ୍ସ ! School festival ରେ ଗାଉଁଲି ସ୍କୁଲ ଝିଅ ସହ ଶିକ୍ଷକ କଲେ ଜବରଦସ୍ତ ଡ୍ୟାନ୍ସ…. ଦେଖିଲେ ନିଜକୁ ସମ୍ଭାଳି ପାରିବେନି

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଏଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଛି ଯାହା ଇମୋସନାଲ କରି ଦେଉଥିବା ବେଳେ ଆଉ କିଛି ଏମିତି ଭିଡିଓ ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଝୁମି ଉଠନ୍ତି ୟୁଜର। ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ମାନେ ଖୁବ୍ ମଧ୍ୟ ଝୁମି ଉଠିବେ।

ଭିଡ଼ିଓରେ ଦେଖିବାକୁ ମିଳୁଛି ସ୍କୁଲ୍ ପିଲାଙ୍କ ଖୁବ୍ ସୁନ୍ଦର୍ ନୃତ୍ୟ ପରିବେଷଣ।ପିଲା ମାନେ ନାରୀ ସଶକ୍ତି କରଣ ଉପରେ ଏହି ଆକ୍ଟଟି କରି ଦେଖାଉଛନ୍ତି ଆଉ ସେମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଡାନ୍ସ ଗୁରୁ ବିବେକ ବାଗ୍।ପିଲା ମାନେ ଏତେ ସୁନ୍ଦର ଭାବେ ନୃତ୍ୟ ପରିବେଷଣ କରୁଛନ୍ତି ଯାହା ଦେଖିଲେ ଆପଣ ମଧ୍ୟ ପ୍ରଶଂସା କରିବେ। କେବଳ ନୃତ୍ୟ କରୁଛନ୍ତି ତାହା ନୁହେଁ ମଝିରେ ମଝିରେ ଖୁବ୍ ସୁନ୍ଦର୍ ଆକ୍ଟ ମଧ୍ୟ କରି ଦେଖାଉଛନ୍ତି। ପିଲାଙ୍କ ମୁହଁର ଭାବଭଙ୍ଗୀ ଓ ସେମାନଙ୍କ ଅଙ୍ଗଭଙ୍ଗୀ ଖୁବ୍ ସୁନ୍ଦର୍ ହୋଇଛି।

ତେବେ ଝିଅ ପ୍ରତି ଘରର ସମ୍ମାନ ଅଟେ, ପ୍ରତି ଘରର ଗର୍ବ ହେଉଛି ଝିଅ ସେ କେବଳ ସକ୍ଷମ ନୁହେଁ, ସଫଳ ଖାଲି ପ୍ରେରଣା ନୁହେଁ, ପ୍ରଗତି ମଧ୍ୟ।ସବୁ ବାଧା ବନ୍ଧନକୁ ଡେଇଁ ନାରୀ ଆଜି କିଭଳି ସମାଜକୁ ଆଗକୁ ବଢିବାର ବାଟ ଦେଖାଇ ଚାଲିଛି ତାହା କାହାକୁ ବି ଅଛପା ନାହିଁ। କିନ୍ତୁ ଆଜିବି ଝିଅଟିଏ ଅବହେଳିତ ଆଜିବି ନାରୀ ଏ ପୁରୁଷକୈନ୍ଦ୍ରିକ ସମାଜରେ ହେଉଛି ଅତ୍ୟାଚାରିତ।

ଯେତେବେଳେ ନାରୀଟି ଗର୍ଭବତୀ ଥାଏ ସେତେବେଳେ ତା’ ପେଟରେ ଥିବା ଭ୍ରୁଣଟି ଶିଶୁ କନ୍ୟା ବୋଲି ଜାଣି ତା’ର ହତ୍ୟା କରା ଯାଉଛି। ଆଉ ଯଦି ବି ଝିଅଟି ଜନ୍ମ ନେଉଛି ତାକୁ ନେଇ କିଏ ଅଳିଆ ଗଦାରେ ଫିଙ୍ଗି ହେଉଛି ତ କିଏ ପାଣିରେ ଭସାଇ ଦେଉଚି। ଆଉ ଯିଏ ରହି ଯାଉଛି ତାକୁ ବି ତାର ଅଧିକାର ମିଳି ପାରୁଛି ନା ସ୍ଵାଧୀନତା।

ତେବେ ଝିଅକୁ ତା ଜନ୍ମ ହେବାର ଅଧିକାର ତାଠାରୁ ଛଡାଇ ନିଅନ୍ତୁ ନାହିଁ। ତାକୁ ତାର ଅଧିକାର ଦିଆଯାଉ କାରଣ ପୁଅ ଓ ଝିଅ ମଧ୍ୟରେ କିଛି ବି ପାର୍ଥକ୍ୟ ନାହିଁ। ନାରୀ ଓ ପୁରୁଷ ଉଭୟ ସମକକ୍ଷ। ଯାହାକୁ ଏହି ଆକ୍ଟ ମାଧ୍ୟମରେ ଅତି ସୁନ୍ଦର ଭାବରେ ଦେଖାଇଛନ୍ତି ଏହି ପିଲାମାନେ। ଆଉ ଏହି ସୁନ୍ଦର୍ ଡାନ୍ସର ତାଳେ ତାଳେ ଝୁମି ଉଠିଛନ୍ତି ଦର୍ଶକ ମାନେ। ପିଲାଙ୍କ ଏହି ସୁନ୍ଦର୍ ଆକ୍ଟ ଦର୍ଶକ ମାନଙ୍କୁ ବେଶ୍ ପସନ୍ଦ ଆସିଛି। ଏହା ସହିତ ସୁନ୍ଦର୍ ସୁନ୍ଦର୍ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି। ପିଲାମାନଙ୍କ ଏହି ନୃତ୍ୟ ପରିବେଷଣ ଏତେ ସୁନ୍ଦର ହୋଇଛି ଯେ ଯାହା ଆପଣ ଭିଡିଓ ଦେଖିଲା ପରେ ଜାଣି ପାରିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment