Swastik Tv News Odisha

School Love Story – ସ୍କୁଲର କ୍ଲାସ ରୁମ ରେ ହୋଇଗଲା ପ୍ରେମ… ମାତ୍ର 6 ଘଣ୍ଟାରେ 60 ଲକ୍ଷ ରୁ ଅଧିକ ଲୋକ ଦେଖି ସାରିଲେଣି…

0

ସ୍କୁଲ୍ ବେଳର ପ୍ରେମ ଏକ ନିଆରା ଅନୁଭବ ଦେଇଥାଏ। ମନ ଭିତରେ ଏକ ନୂତନ ରୋମାଞ୍ଚକ ଭାବନା ଉଦ୍ରେକ ହୋଇଥାଏ। ତେଣୁ ଏହି ଅନୁଭଵ ପ୍ରେମ କରୁଥିବା ଲୋକେ ହିଁ ଜାଣି ପାରିବେ। ଏହି ଭଳି ଏକ ସୁନ୍ଦର୍ କାହାଣୀ ଉପରେ ପର୍ଯ୍ୟବେଶିତ ଏକ ଫିଲ୍ମ୍ ଯାହାର ନାମ ହେଉଛି ଗପ ହେଲେ ବି ସତ। ଯାହା ଓଡ଼ିଶାର ଅଗଣିତ ଦର୍ଶକଙ୍କ ପସନ୍ଦର ଚଳଚ୍ଚିତ୍ର ଅଟେ।ଏହି ଫିଲ୍ମ୍ ର କାହାଣୀ ଅନେକଙ୍କ ବାସ୍ତବ ଜୀବନ ସହିତ ଜଡିତ ଅଟେ। ତେବେ ଆପଣ ଯଦି ଏହି ଲୋକପ୍ରିୟ ଓଡ଼ିଆ ଚଳଚିତ୍ର ଦେଖିଥିବେ ତେବେ ଜାଣିଥିବେ ଯେ ଏହା କେତେ ସୁନ୍ଦର୍ ନିର୍ଦ୍ଦେଶନା ର ଫିଲ୍ମ୍ ଅଟେ।ଏହି ଫିଲ୍ମ୍ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ସେହି ସମୟରେ।

ତେବେ ଏହି ଫିଲ୍ମ୍ ଟିର କାହାଣୀ ଏତେ ସୁନ୍ଦର୍ ଥିଲା ଯେ ଏହାକୁ ଦେଖି ଯେମିତି ପାଗଳ ପ୍ରାୟ ଏବଂ ଭାବ ବିହ୍ୱଳ ହୋଇ ଯାଇଥିଲେ ସବୁ ଦର୍ଶକ। ବହୁତ୍ ସୁନ୍ଦର୍ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ମଧ୍ଯ ଏହି ଫିଲ୍ମ ହିଟ୍ ହେବାର ଏକ ପ୍ରମୁଖ କାରଣ ଥିଲା। ତେବେ ଆପଣ ଜାଣିଥିବେ ଏହି ଫିଲ୍ମ୍ ର ପ୍ରତିଟି ଗୀତ ବେଶ୍ ମଧୁର ଏବଂ ସମସ୍ତଙ୍କୁ ଭଲ ଲାଗିବା ଭଳି ଥିଲା। ଏହାଛଡା କାହାଣୀ ସାଙ୍ଗକୁ ଅଭିନେତ୍ରୀ ଭୂମିକା, ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ଅନୁଭବ ମହାନ୍ତି ଙ୍କ ଅଭିନୟ ଏଠାରେ ଚିତ୍ତାକର୍ଷକ ରହିଥିଲା। ବହୁତ ଉଚ୍ଚ କୋଟିର ଅଭିନୟ ଏଠାରେ ଏମାନଙ୍କ ଦ୍ଵାରା ଦେଖିବାକୁ ମିଳିଥିଲା।

ପ୍ରଥମେ ସ୍କୁଲ୍ ଜୀବନରେ କିପରି ଭାବରେ ଶିକ୍ଷକଙ୍କ ସହିତ ଆକାଶର ସଂପର୍କ ରହିଥିଲା। ପାଠ ପଢିବା ରେ ସେ କିପରି ମଜାଦାର ଦଣ୍ଡ ସବୁ ପାଉଥିଲା। କ୍ଲାସ୍ ରୁମ ଭିତରେ ସେ ଅନ୍ୟ ପିଲା ମାନଙ୍କୁ ମନୋରଂଜନ ର ସୁରାକ ଦେଉଥିଲା। ପ୍ରଥମେ ପଢ଼ାରେ ସାମାନ୍ଯ ଦୁର୍ବଳ ଥିବା ଆକାଶ ତାପରେ ବଦଳି ଗଲା ତାର ପ୍ରେମ ପାଇଁ। ନିଜର ପ୍ରେମକୁ ପାଇବା ପାଇଁ ସେ ଯେମିତି ଭାବରେ ପଢାରେ ମନୋନିବେଶ କଲା ତାହା ସମସ୍ତଙ୍କୁ ଚକିତ କରିଥିଲା। ତେବେ ଆକାଶ ପରେ ଜଣେ ଭଲ ଛାତ୍ର ହେଲା ଏବଂ ସେମାନଙ୍କ ସ୍କୁଲ୍ ବେଳର ପ୍ରେମ ମଧ୍ୟ ବେଶ ଗାଢ଼ ହୋଇ ହୋଇ ଆଗକୁ ଚାଲିଲା।

ପରେ ଆକାଶ ପାଠ ପଢ଼ି ଏକ ବଡ଼ ଚାକିରି ବି କଲା ଏବଂ ତାକୁ ଦୂରକୁ ଯିବାକୁ ପଡିଲା। ଆଉ ସେହି ସମୟରେ ତାର ଆଉ ତାର ପ୍ରେମିକା ଭିତରେ ବି ଯଦିଓ ଦିରତା ବଢିଲା କିନ୍ତୁ ପ୍ରେମ ସ୍କୁଲ୍ ସମୟର ପ୍ରେମ ଭଳି ସତେଜ ରହିଥିଲା। କିଛି ବର୍ଷ ପରେ ଯେତେବେଳେ ସେ ତାର ପ୍ରେମିକା ପାଖକୁ ଦେଖା କରିବାକୁ ଅସିଲା ସେତେବେଳେ ତାର ପ୍ରେମିକା ସହିତ ଏକ ବଡ଼ ଦୁର୍ଘଟଣା ଘଟି ଯାଇ ଥିବାର ସେ ଜାଣିବାକୁ ପାଇଲା। ସେହି ସମୟରେ ଉଭୟଙ୍କ ଭିତରେ ଏକ ଭାବ ବିହ୍ୱଳ ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପରେ ଆକାଶ ତାର ପ୍ରେମିକା କୁ ବିବାହ ବି କଲା। ଏହିଭଳି ଏକ ସୁନ୍ଦର୍ ବିଷୟବସ୍ତୁ ଆପଣ ଏହି ଫିଲ୍ମର ଦେଖିବାକୁ ପାଇବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.