Surya Paraga 2022 – ସୂର୍ଯ୍ୟପରାଗରେ କେଉଁ ରାଶି ପ୍ରତି ରହିଛି କଣ ପ୍ରଭାବ | Dr. Bhabani Shankar Mohapatra

ଆମ ପୃଥିବୀରେ ଅନେକ ସମୟରେ ପ୍ରାକୃତିକ ପରିବର୍ତ୍ତନ ଗୁଡିକ ଦେଖିବାକୁ ମିଳିଥାଏ ଯାହାର ପ୍ରଭାବ ପୃଥିବୀରେ ବସବାସ କରୁଥିବା ସମସ୍ତ ଜୀବଜଗତ ଉପରେ ପଡିଥାଏ ।ତେବେ ଏମତି ଏକ ପ୍ରାକୃତିକ ପରିବର୍ତ୍ତନ ଆସିବାକୁ ଯାଉଛି ଅକ୍ଟୋବର ୨୫ ତାରିଖରେ ଯେଉଁ ଦିନ ହେବାକୁ ଯାଉଛି ସୂର୍ଯ୍ୟପରାଗ ।ତେବେ ଏହି ସୂର୍ଯ୍ୟ ପରାଗ ରେ ୪ ଟି ରାଶି ରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ରହିଛି ବଡ଼ ଚୁନତି। ତେବେ ଆସନ୍ତୁ ଜାଣିବା ଏହି ସୂର୍ଯ୍ୟ ପରାଗ ଉପରେ ସମ୍ପୂର୍ଣ୍ଣ ସୂଚନା।

ତେବେ ଏହି ସୂର୍ଯ୍ୟ ପରାଗ ର ସମୟ ରହିଛି ଦିନ ୯.୩୭ ମିନିଟରୁ ଆରମ୍ଭ ହେଇ ସନ୍ଧ୍ୟା ୬.୨୯ ମିନିଟରେ ଶେଷ ହେବ ।ଆଉ ଏହି ସୂର୍ଯ୍ୟ ପରାଗ ର ପ୍ରଭାବ ଭାରତ,ଏସିଆ,ଆମେରିକାରେ ଦକ୍ଷିଣ ପଶ୍ଚିମ ଭାଗରେ,ଅଷ୍ଟ୍ରେଲିଆ ଓ ୟୁରୋପରେ ଦେଖିବାକୁ ମିଳିବ ।ତେବେ ଏହି ସୂର୍ଯ୍ୟ ପରାଗ ସମୟରେ କିଛି ବିଶେଷ ନିୟମ ପ୍ରତି ଧ୍ୟାନ ଦେବା ଉଚିତ ଯେପରି…

୧ -ଚନ୍ଦ୍ରଗ୍ରହଣ ହେବା ସମୟରେ ଗର୍ଭବତୀ ସମୟରେ ଶୋଇବା ଉଚିତ ନୁହେଁ କିମ୍ବା ଏହି ସୂର୍ଯ୍ୟ ପରାଗ କୁ ଦେଖିବା ଉଚିତ ନୁହେଁ। ଏହି ସମୟ ରେ ଗର୍ଭବତୀ ମହିଳା ମାନେ ହାତ ରେ ଏକ ନଡ଼ିଆ ଧରି ଭଗବାନ ଙ୍କୁ ସ୍ମରଣ କରିବା ତଥା ଭଗବାନ ଙ୍କ ର କୌଣସି ମନ୍ତ୍ର ଜପ କରିବା ଶୁଭ ହୋଇଥାଏ।

୨-ଏହି ସମୟରେ କୌଣସି ରୋଗୀ,ଗର୍ଭବତୀ ମହିଳା ଓ ଛୋଟ ପିଲା ଛଡା ଆଉ କେହି ଭୋଜନ କରିବା ଉଚିତ ନୁହେଁ କିମ୍ବା ଏହି ସମୟ ରେ କୌଣସି ରୋଷେଇ କରନ୍ତୁ ନାହିଁ ।ଏହି ସମୟରେ ରୋଷେଇ ହୋଇଥିବା ଖାଦ୍ୟ ଆମ ଶରୀର ଉପରେ ବହୁତ ଖରାପ ପ୍ରଭାବ ପକେଇଥାଏ।

୩-ସୂର୍ଯ୍ୟ ପରାଗ ସମୟ ରେ କୌଣସି ଧାରୁଆ ଜିନିଷ ଯେମିତି ଛୁରୀ ଓ ଛୁଞ୍ଚି ବ୍ୟବହାର କରିବା ଉଚିତ ନୁହେଁ । ଏବଂ ଏହି ସମୟରେ କିଛି ବି ଶୁଭ କାର୍ଯ୍ୟ ଯେପରି ପୂଜାର୍ଚ୍ଚନା କରିବା ଉଚିତ ନୁହେଁ ।

ବନ୍ଧୁଗଣ ଶାସ୍ତ୍ର ଅନୁସାରେ ଏହି ସୂର୍ଯ୍ୟ ପରାଗ ରେ ୪ ଟି ରାଶି ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ଆଉ ତାଙ୍କର ବହୁତ ଶୁଭ ହେବା କୁ ଯାଉଛି। ତେବେ ସେହି ୪ ଟି ରାଶି ହେଉଛି , ବୃଷ, ସିଂହ, ଧନୁ ଓ ମକର ରାଶି। ଏହି ରାଶି ମାନଙ୍କ ପାଇଁ ଏହି ପରାଗ ଟି ଅତ୍ୟନ୍ତ ଶୁଭ ରହିବ ଏବଂ ତାଙ୍କୁ ଶୁଭ ଫଳ ଦେବ। ଠିକ ସେହିପରି ୪ ଟି ରାଶି ତଥା ମିଥୁନ , କର୍କଟ , କୁମ୍ଭ ଏବଂ କନ୍ୟା ରାଶି ପ୍ରତି ଏହାର କୌଣସି ପ୍ରଭାବ ପଡିବ ନାହିଁ। ଅର୍ଥାତ କୌଣସି ଅଶୁଭ କିମ୍ବା ଶୁଭ ହେବ ନାହିଁ।

ତେବେ କିନ୍ତୁ ଏହି ସୂର୍ଯ୍ୟ ପରାଗ ରେ ୪ ଟି ରାଶି ପ୍ରତି ଟିକିଏ ଅଶୁଭ ରହିଛି ସେହି ରାଶି ଗୁଡିକ ହେଉଛି , ତୁଳା, ମୀନ,ମେଷ ଏବଂ ବିଛା ରାଶି ପ୍ରତି ରହିବ। ମାତ୍ର କୌଣସି ଚିନ୍ତା କରିବା ର ନାହଁ ଆପଣ ମାନେ ଏହି ସମୟ ରେ ବାହାର କୁ ବାହାର ନ୍ତୁ ନାହିଁ ଏବଂ ସୂର୍ଯ୍ୟ ପରାଗ କୁ ଦେଖନ୍ତୁ ଦେଖନ୍ତୁ ନାହିଁ। ତଥା ଭଗବାନ ଙ୍କ ନାମ କୁ ଜପ କରନ୍ତୁ ଆପଣ ଙ୍କ ଉପରେ କୌଣସି କ୍ଷତି ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment