ଶିରରେ କଷ୍ଟ +ଦୁର୍ବଳତା, ଦବି ଯାଇଥିବା ଶିର, ଆଣ୍ଠୁଗଣ୍ଠି ବିନ୍ଧା 100% ଠିକ ହେବ ଗ୍ୟାରେଣ୍ଟି – Health Tips

ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ବିଭିନ୍ନ ପ୍ରକାର ରୋଗରେ ପୀଡିତ ହେଉଛନ୍ତି, ଅନେକ ବ୍ୟକ୍ତି ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେବା, ମାଂସ ପେଶୀ ଯନ୍ତ୍ରଣା ହେବା କୌଣସି ସ୍ଥାନରେ ଶିର ଦବିଯିବ ଭଳି ଶାରୀରିକ ପୀଡ଼ା ଅନୁଭବ କରୁଛନ୍ତି |ଏଥିପାଇଁ ତାଙ୍କର ଏହି ସମସ୍ୟା ଦୂର କରିବା ପାଇଁ ସେ ଅନେକ ପ୍ରକାର ଔଷଧ ସେବନ କଲେ ମଧ୍ୟ ତାହା ସମ୍ପୂର୍ଣ ଦୂର ହେଉନାହିଁ, ମୁଁ ଆଜି ଆପଣଙ୍କୁ ଆପଣଙ୍କ ଏହିପରି ସମସ୍ୟାକୁ ସମ୍ପୂର୍ଣ ଦୂର କରିବା ପାଇଁ ଏକ ସୁନ୍ଦର ହୋମ ରିମିଡ଼ି ବିଷୟରେ କହିବି |ଯାହାକୁ ଆପଣ କିଛି ଦିନ ଯଦି ଲଗାତାର ଭାବରେ ସେବନ କରନ୍ତି ତେବେ ଆପଣଙ୍କ ଏହି ପରି ଶରୀରକ ସମସ୍ୟା ସମ୍ପୂର୍ଣ ଦୂର ହୋଇଯିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ହୋମ ରିମିଡିର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ସମ୍ପୂର୍ଣ କଥା ଜାଣିବା |

ଆବଶ୍ୟକ ସାମଗ୍ରୀ :-

ସୋରିଷ ତେଲ,ମେଥି, କଳାଜିରା, ପାନମହୁରୀ, ଜୁଆଣି, ସୋରିଷ, ଅଦା ଏବଂ ରସୁଣ

ପ୍ରସ୍ତୁତି :-

ଏହି ହୋମ ରିମିଡ଼ ପ୍ରସ୍ତୁତ କରିବା ପାଇଁ ଆପଣ ଏକ ଚାମୋଚ କଳାଜିରା, ଏକ ଚାମୋଚ ମେଥି ତାହା ସହିତ ଏକ ଚାମୋଚ ପାନମାଧୁରୀ, ଏକ ଚାମୋଚ ଜୁଆଣି ଏବଂ ଏକ ଚାମୋଚ ସୋରିଷ ନେଇ ଏହି ସମସ୍ତ ସାମଗ୍ରୀକୁ ଏକାଠି କରି ଏହାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ |ପରେ ଆପଣ ଏକ ଛୋଟ ପିସ ଅଦା ସହିତ ଦୁଇରୁ ତିନୋଟି ରସୁଣ କୋଷ ନେଇ ତାହାକୁ ଛୋଟ ପିସରେ କାଟି ଦିଅନ୍ତୁ |ପରେ ଆପଣ ଏକ ଗ୍ୟାସରେ ପାତ୍ରରେ ଏକ କପ ସୋରିଷ ତେଲ ନିଅନ୍ତୁ ପରେ ଆପଣ ଏହି ତେଲ ଉଷମ ହେବା ପରେ ଆପଣ ଗୁଣ୍ଡ କରି ରଖିଥିବା ସାମଗ୍ରୀ ଗୁଡିକୁ ସେଥିରେ ପକାଇବା ସହିତ ଆପଣ ସେଥିରେ ଅଦା ରସୁଣର ପିସ ମଧ୍ୟ ପକାଇ ତେଲକୁ ଫୁଟାନ୍ତୁ |ପନ୍ଦର ମିନିଟ ଫୁଟିବା ପରେ ଆପଣ ଏହି ତେଲକୁ ବାହାର କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ |

ବ୍ୟବହାର :-

ଆପଣ ଏହି ତେଲକୁ ଏକ କାଚ ବୋତଲରେ ସାଇତି ରଖନ୍ତୁ ଏବଂ ପରେ ଆପଣ ଏହି ତେଲକୁ ଆପଣଙ୍କ ଯେଉଁ ଶରୀରରେ ଯେଉଁ ସ୍ଥାନରେ ଯନ୍ତ୍ରଣା ଅନୁଭବ ହେଉଥାଏ ସେହି ସ୍ଥାନରେ ଏହାକୁ ଲଗାନ୍ତୁ |ଏହି ତେଲ ଆପଣ ନିଜ ଆଣ୍ଠୁ ଗଣ୍ଠିରର ଲଗାଇ ହାଲକା ଭାବରେ ପାଞ୍ଚରୁ ଦଶ ମିନିଟ ମସାଜ କରନ୍ତୁ |

ଏହିପରି କରିବା ଦ୍ଵାରା ଆପଣଙ୍କ ମାଂସପେଶୀ ଯନ୍ତ୍ରଣା ସମ୍ପୂର୍ଣ ଠିକ ହୋଇଯିବ, ଏହା ସହିତ ଆପଣ ପ୍ରତ୍ୟେକ ଦିନ କିଛି ସମୟ ରେଗୁରାଲ ଭାବରେ ଏକ୍ସସାରସାଇଜ କରିବା ସହିତ କାଲସିୟମ ଜାତୀୟ ଖାଦ୍ୟ ଖାଆନ୍ତୁ ଏହା ସହିତ ଆପଣ ପ୍ରତ୍ୟେକ ଦିନ ସକାଳ ଖରାରେ କିଛି ଚଲାବୁଲା କରନ୍ତୁ |ଏହି ପରି କରିବା ଦ୍ଵାରା ଆପଣଙ୍କ ସମସ୍ତ ସମସ୍ତ ସମସ୍ୟା ଦୂର ହେବା ସହିତ ଆପଣ ସମ୍ପୂର୍ଣ ସୁସ୍ଥ ହୋଇଯିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment