ବର୍ତ୍ତମାନ ର ଏହି ପୋଷ୍ଟ ମର୍ଡନ ସମାଜରେ ସମସ୍ତେ ନିଜର ସୁନ୍ଦରତା କୁ ନେଇ ବେଶ ଚିନ୍ତାରେ ରହିଥାନ୍ତି।ଯଦିଓ ଭଗବାନ ଆମକୁ ଏକ ପ୍ରକୃତିକ ରୂପ ଦେଇଛନ୍ତି କିନ୍ତୁ କେତେକ ବାହ୍ୟ ଉପାଦାନ ର ଫଳାଫଳ ଯୋଗୁଁ ଆମ୍ଭର ଏହି ସୁନ୍ଦରତା ଉପରେ ପ୍ରଶ୍ନବାଚୀ ଆସିଥାଏ। ଯେପରି କି ମୁହଁ ଏବଂ ଦେହ ହାତରେ କେଶ ଆସିବା , ବେକ ପଛରେ କଳା ଦାଗ ଆସିବା, ମୁହଁରେ ଦାଗ ହେବା ,ଅଳ୍ପ ବୟସରେ ତ୍ୱଚା କିଞ୍ଚିତ ହେବା ଇତ୍ୟାଦି। ତେବେ ଏହି ସବୁ କାରଣରୁ ଆମର ସୁନ୍ଦରତା ଉପରେ ବାଧାପ୍ରାପ୍ତ ହୋଇଥାଏ। ତେବେ ଏହିସବୁ ମଧ୍ୟରୁ ମୁହଁରେ ଭିନ୍ନ ଭିନ୍ନ ଦାଗ ରହିବା ଏବଂ ପିମ୍ପୁଲସ ଆସିବା ଆମର ସୁନ୍ଦରତା କୁ ବହୁତ ବାଧାପ୍ରାପ୍ତ କରିଥାଏ।
ତେବେ ଶୀତ ଦିନ ରେ କିନ୍ତୁ ଏହି ସମସ୍ୟା ଅଧିକ ହୋଇଯାଇ ଥାଏ କାରଣ ଅନେକ ପ୍ରକାରର ସମସ୍ୟା ସବୁ ଦେଖା ଯାଏ। ଆଉ ଏହା ମଧ୍ୟରେ ଗୋଇଠି ଫାଟିବା ଏକ ବଡ଼ ସମସ୍ୟା ହୋଇଥାଏ। ତେବେ ଆମେ କିନ୍ତୁ ଆପଣ ଙ୍କୁ ଏହି ଶୀତ ଦିନରେ କିଭଳି ଭାବରେ ନିଜର ତ୍ୱଚା ର ଯତ୍ନ ନେବେ ଏବଂ ଗୋଇଁଠି ଫାଟୁ ଥିଲେ କଣ କରିବେ ତାହା ବିଷୟ ରେ ଆମେ ଆପଣ ଙ୍କୁ ଜଣେଇବା କୁ ଯାଉଛୁ। ତେବେ ବନ୍ଧୁଗଣ ଶୀତ ଦିନ ରେ ଆମ ପରିବେଶ ଶୁକ୍ଳ ରହିଥାଏ ତେଣୁ ଏହାର ପ୍ରଭାବ ରେ ଆମର ତ୍ୱଚା କୁଚା ହୋଇଯାଏ , ଗୋଇଁଠି ଫାଟିବା ସମସ୍ୟା ବହୁତ ଅଧିକ ହୋଇଥାଏ।
ତେବେ ବନ୍ଧୁଗଣ ଯଦି ଆପଣ ଙ୍କ ର ଗୋଇଁଠି ଫାଟୁଥାଏ ତେବେ ଆପଣ ଶୋଇବା ପୂର୍ବରୁ ଏହି ସରଳ ଉପାୟ ଟିଏ କରି ପାରିବେ ଯାହା ଫଳରେ ଆପଣ ଙ୍କ ଗୋଇଁଠି କେବେ ଫାଟିବା ନାହିଁ ଏବଂ ଆପଣ ଙ୍କୁ ଏକ ସୁନ୍ଦର ପାଦ ଟିକେ ମଧ୍ୟ ମିଳିବ। ତେବେ ଏହା ପାଇଁ ଆପଣ ଟିକେ ଉଷୁମ ପାଣି କରି ନିଅନ୍ତୁ , ମନେ ରଖିବେ କି ପାଣି ଟି ଅଧିକ ଗରମ କିମ୍ବା ଅଧିକ ଥଣ୍ଡା ହେବ ନାହିଁ ଏହା ଉଷୁମ ହିଁ ରହିବ। ତେବେ ଏହି ପାଣି ରେ ଅଳ୍ପ ସାମ୍ପୁ ମିଶାଇ ନିଅନ୍ତୁ। ଆଉ ଏହି ପାଣି ରେ ଆପଣ ପୁରା ପାଦ କୁ ବୁଡ଼େଇ ରଖନ୍ତୁ। ଏହିପରି ଭାବ ରେ ୧୦ ମିନିଟ ପର୍ଯ୍ୟନ୍ତ ପାଦ କୁ ଉଷୁମ ପାଣି ରେ ବୁଡ଼େଇ ରଖନ୍ତୁ।
ଏହା ପରେ ଆପଣ ପାଦ କୁ ଭଲ ଭାବରେ ରଗଡେଇ ଧୋଇନିଅନ୍ତୁ ଏବଂ ଭଲ ଭାବରେ ଧୋଇନେବା ପରେ ଆପଣ ପାଦ ରେ ନଡ଼ିଆ ତେଲେ ବା ବ୍ୟବହାର କରୁଥିବା ତେଲ କୁ ଲଗେଇ ନିଅନ୍ତୁ। ଏହା ପରେ ଦେଖିବେ ଆପଣ ଙ୍କ ପାଦ କୁ ଆରାମ ଲାଗିବ ଏବଂ ଏହିପରି କିଛି ଦିନ ପର୍ଯ୍ୟନ୍ତ ଆପଣ ନିୟମିତ ଭାବରେ କରନ୍ତୁ। ଆପଣ ଦେଖିବେ କି ଗୋଇଁଠି ଫାଟିବା ପୁରା ଭଲ ହୋଇଯିବ ଏବଂ ଆପଣ ଏକ ସୁନ୍ଦର ପାଦ ଟିଏ ପାଇ ପାରିବେ। ତେବେ ଏହି ଉପାୟ ଟିକୁ ଥରେ ପ୍ରୟୋଗ କରି ନିଶ୍ଚିତ ଭାବରେ ଦେଖନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।