ଚାହା ପିଇବା ର କୁପ୍ରଭାବ, ଚାହା ପିଇଲେ ହୋଇଥାଏ ଏହି ସବୁ ରୋଗ | Side effects of tea

ବନ୍ଧୁମାନେ ଆମ ଭାରତରେ ପ୍ରତ୍ୟେକ ଘରେ ଘରେ ଚାହା ପିଇବା ସମସ୍ତଙ୍କ ର ଅଭ୍ୟାସ ।ଘରକୁ କେହି ବନ୍ଧୁବାନ୍ଧବ ଆସିଲେ ବି ତାଙ୍କୁ ପ୍ରଥମେ ଚାହା ପିଇବାକୁ ଦିଆଯାଏ ।ଆଉ ଅନେକ ଲୋକ ଅଛନ୍ତି ଯେଉଁମାନେ ଦିନକୁ 4 ରୁ 5 କପ ଚାହା ନପିଇଲେ ରହିପାରନ୍ତି ନାହିଁ ।ହେଲେ ଜାଣିଛନ୍ତି ଏହି ଚାହା ଆପଣଙ୍କ ପାଇଁ କେତେ ହାନି କାରକ ଯେଉଁଥି ପାଇଁ ଆପଣଂକୁ ଅନେକ ରୋଗର ଶିକାର ହେବାକୁ ପଡିଥାଏ ।ତେବେ ଆଜି ଆମେ ଆପଣଂକୁ ବତାଇବୁ ଚାହା ପିଇବା ଯୋଗୁ କଣ କଣ ସମସ୍ୟା ଦେଖାଯାଏ ଶରୀରରେ ।ଆଉ ଏସବୁ ଜାଣିଲେ ଆପଣ ଚାହା ପିଇବା ଭୁଲି ଯିବେ ।

1.ଯଦି ଆପଣ ପ୍ରତ୍ୟେକ ଦିନ ସକାଳେ ଖାଲି ପେଟରେ ଚାହା ପିଉଛନ୍ତି ତାହେଲେ ତୁରନ୍ତ ପାକସ୍ଥଳୀ ରେ ଝରୁଥିବା ପାଚକ ରସ ଝରିବା ବନ୍ଦ କରିଦିଏ ।ଯେଉଁଥି ପାଇଁ ପାକସ୍ଥଳୀ ରେ ଗ୍ୟାସ ଫରମେଶନ ଆରମ୍ଭ ହେଇଯାଏ ଆଉ ପରେ ମଳକଣ୍ଟକ ରୋଗ ହେବାର ସମ୍ଭାବନା ରହିଥାଏ ।ଏହା ବ୍ୟତୀତ ଏସିଡିଟି ସମସ୍ୟା ର ଆରମ୍ଭ ହୁଏ ଓ ଭୋକ ମାରି ଦିଏ, ତେଣୁ ସକାଳେ ଖାଲି ପେଟ ରେ କେବେ ଚାହା ପିଅନ୍ତୁ ନାହିଁ ।

2.ଆପଣ ଯଦି ଦିନରେ 4 ରୁ 5 କପ ଚାହା ପିଉଛନ୍ତି ତାହେଲେ ଆପଣଙ୍କୁ ନିଦ ହେଇ ନଥାଏ ଆଉ ଏହା ଧୀରେ ଧୀରେ ଅନେକ ରୋଗ ଆଣିବାର ବଡ଼ କାରଣ ହେଇଥାଏ ।

3.ଖାଦ୍ୟ ଖାଇବା ପରେ ଚାହା ପିଉଥିଲେ ଶରୀର କୁ ଆଇରନ ଠିକରେ ମିଳି ନଥାଏ ।ତେବେ ଚାହାରେ ଥିବା ଟେନିକ ଏସିଡି ଖାଦ୍ୟରେ ଥିବା ଆଇରନ ସହିତ ମିଶିଯାଏ ଯେଉଁଥି ପାଇଁ ଶରୀରରେ ଆଇରନ ର ଅଭାବ ଦେଖା ଯାଇଥାଏ ।ପରେ ଶରୀରରେ ଲୋହିତ ରକ୍ତ କଣିକା ଅଭାବରେ ହିମୋଗ୍ଲୋବିନ କମିଯାଏ ।

4.ଚାହାରେ କଫି ଠାରୁ ଅଧିକା କ୍ୟାଫେନ ରହିଛି ତେଣୁ ସେହି କ୍ୟାଫେନ ରକ୍ତରେ ମିଶିଥାଏ ଆଉ ଧିରେ କିଡନୀ ସମସ୍ୟା ଆରମ୍ଭ କରିଥାଏ ।ଯେଉଁ ମାନଙ୍କୁ ଉଚରକ୍ତଚାପ ସମସ୍ୟା ରହିଚଗୀ ସେମାନେ ବିଲକୁଲ ଚାହା ନପିଇବା ଉଚିତ ।

5.ଏସବୁ ବ୍ୟତୀତ ବାରମ୍ବାର ଗୋଟିଏ ଚାହା ପତି କୁ ବ୍ୟବହାର କରି ଚାହା ପିଇଲେ ତାହା ବହୁତ ଖରାପ ଅଟେ ।ଥୋର୍ମଫ୍ଲାକସ ରେ ଅଧିକ ସମୟ ଚାହା ରଖି ପିଇଲେ ବି ବହୁତ ଖରାପ ଅଟେ ।

6.କ୍ଷୀର ଚିନି ମିଶା ଚାହା ଦିନକୁ 4 ରୁ 5 କପ ପିଇବା ଯୋଗୁ ଶରୀରରେ ସୁଗାର ଲେବୁଲ ବଡ଼ିଥାଏ ଆଉ ମୋଟାପା ବି ଆସିଥାଏ ।ଏସବୁ ବ୍ୟତିତ ଅଧିକ ଚାହା ପିଉଥିବା ଲୋକଙ୍କୁ ଅଷ୍ଠିଅଫ୍ଲୋରସିସ ରୋଗ ହେବାର ସମ୍ଭାବନା ରହିଥାଏ ।ତେଣୁ ଆପଣ ଜଲଦି ଚାହା ଠାରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ ନହେଲେ ଏମିତି ଅନର୍କ ରୋଗର ଶିକାର ହେବାକୁ ପଡ଼ିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment