Beauty Tips – ନଡ଼ିଆ ତେଲରେ ଏହି ଦୁଇଟି ଜିନିଷ ମିଶେଇ ଲଗାନ୍ତୁ skin soft glowing ହେଇଯିବ

ବର୍ତ୍ତମାନ ର ଏହି ଫେସନେବୁଲ ଜମାନା ରେ କିଏ ବା ନଚାହେଁ ଟିକୁ ସୁନ୍ଦର ଦେଖା ଯିବା ପାଇଁ। କଲେଜ ରୁ ଆରମ୍ଭ କରି ପାର୍ଟି ପର୍ଯ୍ୟନ୍ତ ଯୁଆଡେ କୁ ଆପଣ ବହରୁଛନ୍ତି ମନ ରେ କେବଳ ଗୋଟିଏ କଥା ଥାଏ କି ମୁଁ ଆଜି ସୁନ୍ଦର ଲାଗୁଛି ତ। କିନ୍ତୁ ଆପଣଙ୍କ ର ସୁନ୍ଦରତା ଉପରେ ବାଧା ପ୍ରାପ୍ତ କରିଥାଏ ମୁଁହ ରେ ବାହାରି ଥିବା ପିମ୍ପୁଲସ।ତେବେ ଏହି ପିମ୍ପୁଲସ କୁ ରିମୁଭ କରିବା ପାଇଁ ଲୋକ ମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି ମାତ୍ର ଏଥିରେ ଫଳ ଓଲଟା ହେଉଛି, ମୁଁହରେ ଆହୁରି ଅଧିକ ପିମ୍ପୁଲସ ବାହାରୁଚି।

ତେବେ ଆମେ ଆପଣ ଙ୍କୁ କହିରଖୁଚୁ କି, ଆମର ଚର୍ମ ଅତ୍ୟଧିକ ଶୁଷ୍କ କିମ୍ବା ଅଧିକ ତେଲିଆ ହୋଇଥିଲେ ପିମ୍ପୁଲସ ବାହାରିବାର ସମ୍ଭାବନା ଅଧିକ ରହିଥାଏ। ତେବେ ଏହାକୁ ଆପଣ ଦୁରେଇବା କୁ ଚଂହୁଥିଲେ ତଥା ବହୁର କମ ସମୟ ରେ ମୁଁହ ର ଦାଗ ତଥା ବ୍ରଣ କୁ ହଟାଇ ସୁନ୍ଦର ଦେଖିବାକୁ ଚଂହୁଥିଲେ ଆମର ଏହି ଉପାୟ ଟିକୁ ଥରେ ନିଶ୍ଚିତ କରନ୍ତୁ।ଦେଖିବେ ଏହି ରିମେଡି ବହୁତ କମ ସମୟ ମଧ୍ୟରେ ଆପଣଙ୍କ ର ମୁଁହ ର ପିମ୍ପୁଲସ କୁ କୁଆଡେ ଗାଏବ କରିଦେବ। ତେବେ ଏହି ଉପାୟ ଟି ବିଷୟ ରେ ଆସନ୍ତୁ ଜାଣିବା।

ଆବଶ୍ୟକ ସାମଗ୍ରୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ଲାଗି ଅଵଶ୍ୟକ ସାମଗ୍ରୀ ଗୁଡିକ ହେଉଛି:-
୧.ନଡିଆ ତେଲ
୨.ଅଲିଭ ତେଲ
୩.ଗଲିସରିନ
୪.ଲେମ୍ବୁ

ରିମେଡି ପ୍ରସ୍ତୁତ ପ୍ରଣାଳୀ:-

ଏହି ରିମେଡି ଟିକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ଆପଣ ଗୋଟିଏ କାଚ ବାଉଲ ନିଅନ୍ତୁ ଛୋଟ ଆକାର ରେ ।ଏବଂ ଏଥିରେ ଦୁଇ ଚାମଚ ନଡ଼ିଆ ତେଲେ ଯାହା ଆପଣ ବ୍ୟବହାର କରନ୍ତି ନିଅନ୍ତୁ ।ତେବେ ସେହି ନଡ଼ିଆ ତେଲ ରେ ହାଫ ଚାମଚ ଅଲିଭ ତେଲ (ଏହାକୁ ନପକେଇଲେ ମଧ୍ୟ ସମସ୍ୟା ନାହିଁ), ହାଫ ଚାମଚ ଗଲିସରିନ ଏବଂ ହାଫ ଚାମଚ ଲେମ୍ବୁ ରସ ମିଶାଇ ନିଅନ୍ତୁ। ତେବେ ଏହାକୁ ବର୍ତ୍ତମାନ ଭଲ ଭାବରେ ମିକ୍ସ କରି କିଛି ସମୟ ରଖି ନିଅନ୍ତୁ। ବର୍ତ୍ତମାନ ଆମର ରିମେଡି ଟି ପ୍ରସ୍ତୁତ ହୋଇଗଲା।

ବ୍ୟବହାର କରିବେ କିପରି:-

ରିମେଡି ଟିକୁ ରାତି ରେ ବ୍ୟବହାର କରିବା ଭଲ , ଆପଣ ଶୋଇବା ପୂର୍ବରୁ ମୁଁହ କୁ ଭଲ ଭାବରେ ଧୋଇନିଅନ୍ତୁ ଏବଂ ଏହାକୁ ଦୁଇ ହାତରେ ନେଇ ଭଲ ଭାବରେ ଟିକେ ଗରମ କରି ଦିଅନ୍ତୁ ଏବଂ ତା ପରେ ମୁଁହ ରେ ଚାରିଆଡେ ତଥା ଦାଗ ଥିବା ସ୍ଥାନ ରେ ଲଗାଇ ନିଅନ୍ତୁ। ଏବଂ କିଛି ସମୟ ପର୍ଯ୍ୟନ୍ତ ଏହାକୁ ମାସାଜ କରନ୍ତୁ।

ଏହିପରି ଭାବରେ ମାତ୍ର ଗୋଟିଏ ସପ୍ତାହ ଆପଣ କରି ଦେଖନ୍ତୁ , ଆପଣ ଙ୍କ ମୁଁହ ରେ ଥିବା ପୁରୁଣା ଦାଗ, ବ୍ରଣ ସବୁକିଛି ଦୂର ହୋଇଯିବ ଏବଂ ଆପଣ ଙ୍କ ମୁଁହ ଗ୍ଲ କରିବା ସହ ବେଶ ସୁନ୍ଦର ମଧ୍ୟ ଲାଗିବ। ତେବେ ଏହି ରିମେଡି ଟିକୁ ଥରେ ନିଶ୍ଚିତ ପ୍ରୟୋଗ କରି ଦେଖନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment