ଘୁଙ୍ଗୁଡ଼ି ( Snoring ) ସମସ୍ୟାରୁ କେମିତି ପାଇବେ ମୁକ୍ତି ? | Dr Anu G

ବନ୍ଧୁଗଣ ବର୍ତମାନ ଛୋଟ ପିଲା ଠାରୁ ବୃଦ୍ଧ ବ୍ୟକ୍ତି ସମସ୍ତଙ୍କ ଠାରେ ଏକ ବହୁତ ବଡ଼ ସମସ୍ୟା ଅର୍ଥାତ ଘୁଙ୍ଗୁଡ଼ି ମରିବା ଭଳି ସମସ୍ୟା ଦେଖିବକୁ ମିଳିଥାଏ |ଘୁଙ୍ଗୁଡ଼ି ଜନିତ ସମସ୍ୟା ଥିଲେ ବ୍ୟକ୍ତି ସମସ୍ତ ପାଖରେ ପ୍ରଥମେ ସମାଲୋଚନର ପାତ୍ର ହୋଇଯାଏ, ଏହି ସମସ୍ୟା କାରଣରୁ ବ୍ୟକ୍ତି ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାଏ |ମୁଁ ଆଜି ଆପଣଙ୍କୁ ଏହି ଘୁଙ୍ଗୁଡ଼ି ଜନିତ ସମସ୍ୟା ଦେଖାଯିବାର ପ୍ରକୃତ କାରଣ କଣ ଏହା ଦ୍ଵାରା ବ୍ୟକ୍ତି କେଉଁ ସବୁ ଅସୁବିଧାର ସମୁଖୀନ ହୋଇଥାଏ ସେ ବିଷୟରେ ଜଣେଇବି ତାହା ସହିତ ଏହାର ପ୍ରକୃତ ଚିକିତ୍ସା ବିଷୟରେ ଆପଣକୁ କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଘୁଙ୍ଗୁଡ଼ି ଜନିତ ସମସ୍ୟା ବିଷୟରେ ସମ୍ପୂର୍ଣ କଥା ଜାଣିବା |

କାରଣ :-

ଏହିପରି ଘୁଙ୍ଗୁଡ଼ି ସମସ୍ୟା ଛୋଟ ପିଲାଠାରୁ ବୟସ୍କ ବ୍ୟକ୍ତି ସମସ୍ତଙ୍କ ଠାରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ, ଘୁଙ୍ଗୁଡ଼ି ହେବାର ମୁଖ୍ୟ କାରଣ ହେଉଛି ବ୍ୟକ୍ତି ରାତିରେ ସୁଇବା ସମୟରେ ଯେତେବେଳେ ନିଶ୍ୱାସ ନେବା ସମୟରେ ତାର ନିଶ୍ୱାସ ରନ୍ଧ୍ର ସରୁ ହୋଇଯାଏ ସେତେବେଳେ ନିଶ୍ୱାସ ନେବା ଫଳରେ ଏକ ଶବ୍ଦ ହୋଇଥାଏ |ଏହି ଅବାନର୍ମାଲ ସାଉଣ୍ଡକୁ ସମସ୍ତେ ଘୁଙ୍ଗୁଡ଼ି ବୋଲି କହିଥାନ୍ତି |

ସମସ୍ୟା :-

ଘଙ୍ଗୁଡ଼ି ଜନିତ ସମସ୍ୟା ଅଧିକ ମାତ୍ରାରେ ଦେଖାଯିବା ଫଳରେ ବ୍ୟକ୍ତିର ଅଧିକ ସମୟ ନିଶ୍ୱାସ ଅଟକି ଯିବାର ଭୟ ରହିଥାଏ, ଏହା ସହିତ ରାତି ସମୟରେ ଶାନ୍ତିରେ ସୁଇପାରେ ନାହିଁ |ଏହା ସହିତ ବ୍ୟକ୍ତି ଯଦି ରାତିରେ ପ୍ରତ୍ୟେକ ଦିନ ଘୁଙ୍ଗୁଡ଼ି ମରିଥାଏ ତେବେ ତାହା ଶରୀରରେ ଅକ୍ସଇଜେନ ଲେଭେଲ ମଧ୍ୟ କମ ହୋଇଯାଏ |ଏହା ସହିତ ରାତିରେ ଭଲରେ ନିଦ ନହେବା କାରଣରୁ ମଧ୍ୟ ମଧ୍ୟ ବ୍ୟକ୍ତି ଦିନରେ ହାଲିଆ ଅନୁଭବ କରିଥାଏ |ଛୋଟ ପିଲାମାନେ କ୍ଷେତ୍ରରେ ଚିଡ଼ିଚିଡା ସ୍ଵଭାଵ ମଧ୍ୟ ଦେଖାଦେଇ ଥାଏ |ଦିନ ବେଳା କୌଣସି କାର୍ଯ୍ୟ କରିବା ପାଇଁ ଭଲ ଲାଗିନାଥାଏ ଏହିପରି ଅନେକ ସମସ୍ୟା ଦେଖା ଯାଇଥାଏ |

ନିରାକରଣ :-

ଏହି ସମସ୍ୟାର ଦୂର କରିବା ପାଇଁ ପ୍ରଥମେ ଆପଣ ଠିକ ସମୟରେ ଖାଇବା ପାଇଁ ଏବଂ ଠିକ ସମୟରେ ସୁଇବା ପାଇଁ ଚେଷ୍ଟା କରନ୍ତୁ, ଏହା ସହିତ ଆପଣ କେବେ ରାତି ସମୟରେ ଚର୍ବି ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ |ସୁଇବା ସମୟରେ ଆପଣ କଡେଇ ଶୋଇବା ସହିତ ମୁଣ୍ଡ ଟେକି ସୁଇବା ପାଇଁ ଚେଷ୍ଟା କରନ୍ତୁ,ଆପଣଙ୍କ ଓଜନ ଯଦି ଅଧିକ ରହିଛି ତେବେ ତାହା କମାଇବା ସହିତ ଚର୍ବି ଜାତୀୟ ଖାଦ୍ୟ ଠାରୁ ସମ୍ପୂର୍ଣ ଦୁରେଇ ରୁହନ୍ତୁ |ଏହା ସହିତ ଆପଣ ଯଦି ଏହି ସମସ୍ୟରେ ଅଧିକରୁ ଅଧିକ ପୀଡିତ ହେଉଛନ୍ତି ତେବେ ଆପଣ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ |ରାତି ସମୟରେ ଆପଣ କେବେ ମାଦକ ଦ୍ରବ୍ୟର ସେବନ କରନ୍ତୁ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment