ବନ୍ଧୁଗଣ ଅନେକ କୁନି ପିଲା ମାନଙ୍କର ସଙ୍ଗୀତ ଆପଣ ଅନେକ ସମୟରେ ଶୁଣିବାକୁ ପାଉଥିବେ। ତେବେ ସଙ୍ଗୀତ ଆମ ଜୀବନର ଏକ ଏପରି ଅବଚ୍ଛେଦ୍ୟ ଅଙ୍ଗ ଅଟେ ଯାହା ବିନା ଜୀବନଟା ରସହୀନ ରଙ୍ଗ ହୀନ ଲାଗିଥାଏ। ତେବେ ଯେତେବେଳେ ବି ଆମେ ସଙ୍ଗୀତ ଶୁଣିବାକୁ ପାଉ ଆମ ମନ ଭିତରେ ଏକ ନୂତନ ଉନ୍ମାଦନା ସୃଷ୍ଟି ହୁଏ, ପୁଲକ ଖେଳି ଯାଇଥାଏ।ସଙ୍ଗୀତ ଆମ ଜୀବନରେ ରସ ଭରି ଦେଇଥାଏ।ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ। ଆମ ମନ ଭିତରେ ଏକ ନୂତନ ସଞ୍ଚାର ସୃଷ୍ଟି ହୁଏ ସଙ୍ଗୀତ ଶୁଣିବା ପରେ। ବିଭିନ୍ନ ପ୍ରକାର ହୃଦୟସ୍ପର୍ଶ ସଙ୍ଗୀତ ଆପଣ ତ ଶୁଣିଥିବେ।
ଏହା ଆମକୁ ଯେତିକି ଖୁସି ଦେଇଥାଏ ସେତିକି ମନୋରଂଜନ ର ସୁରାକ ଯୋଗାଇଥାଏ।କିନ୍ତୁ ଯେତେବେଳେ ଜଣେ କୁନି ପିଲାଟିଏ ଗୀତ ଗାଇଥାଏ। ତାର ସ୍ୱର ଅଧିକ ମଧୁର ଲାଗିଥାଏ ଶୁଣିବାକୁ ଏବଂ ଏହାକୁ ଶୁଣି ଆମେ ବହୁତ୍ ଖୁସି ହୋଇ ଯାଇଥାଉ।ବେଳେବେଳେ କିଛି ଏମିତି କୁନି ପ୍ରତିଭା ମାନଙ୍କୁ ଆମେ ଦେଖିବାକୁ ପାଇଥାଉ ଯାହା ଆମକୁ ବହୁତ୍ ଭଲ ଲାଗିଥାଏ। ଯାହାକୁ ଦେଖି, ଶୁଣି ଏବଂ ଅନୁଭବ କରି ଆମେ ବହୁତ୍ ଖୁସି ମଧ୍ୟ ହେଉ। ସେମାନଙ୍କ ଅନେକ ପ୍ରତିଭା କୁ ଆପଣ ଅନେକ ସମୟରେ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ଆଉ ସେସବୁ କୁ ଦେଖି ବହୁତ୍ ଖୁସି ମଧ୍ଯ ହେଉଥିବେ।
କାରଣ ଛୋଟ ଛୋଟ ପିଲା ମାନଙ୍କର କଣ୍ଠରେ ସଙ୍ଗୀତ ଶୁଣି ମନ ପୂରି ଉଠିଥାଏ ଏବଂ ସେଥିରେ ଏକ ଭିନ୍ନ ଧରଣର ଆନନ୍ଦ ବି ଭରି ରହିଥାଏ।ସେମାନଙ୍କ ଯେକୌଣସି ଗୀତ ଗାଉଥିବାର ଭିଡିଓ ହେଉ, ସେଥିରେ ଏକ ଭିନ୍ନ କୌତୁହଳ ଦେଖିବାକୁ ମିଳିଥାଏ। ତେଣୁ ଛୋଟ ପିଲା ମାନଙ୍କର ଗୀତ ଗାଇବା ର ଭିଡିଓ ଦେଖିବା ପାଇଁ ମନରେ ଏକ ଭିନ୍ନ ଆଗ୍ରହ ରହିଥାଏ। ଆମେ ସେମାନଙ୍କ କୁନି ପାଟିରେ ସେମାନଙ୍କ କଥାକୁ ଶୁଣି, ସ୍ଵରକୁ ଶୁଣି ବହୁତ୍ ଖୁସି ହୋଇ ଥାଉ। ସେହିପରି ଦୁଇ କୁନି ଝିଅଙ୍କ କଣ୍ଠରେ ଏକ ପୁରୁଣା ଭଜନ ସଙ୍ଗୀତ ଏବେ ରେକର୍ଡ କରା ଯାଇଛି। ଯେଉଁ ଭଜନ ଟି ହେଉଛି, ସେ ତ ନନ୍ଦ ରାଜାର ଟିକି ପିଲା। ସେମାନେ ତାଙ୍କର ସୁମଧୁର ସ୍ଵରରେ କିପରି ଭାବରେ ଏହି ଭଜନ ଗାଉଛନ୍ତି ଥରେ ଶୁଣନ୍ତୁ।
ଏହି ପିଲା ଦୁଇଟି ହେଉଛନ୍ତି ଆପଣଙ୍କ ସମସ୍ତଙ୍କ ପ୍ରିୟ ସୌମ୍ୟାଶ୍ରୀ ଆଚାର୍ଯ୍ୟ ଓ କରିଶ୍ମା ଜେନା। ସେମାନେ ଯେଉଁଭଳି ଭାବରେ ଏ ଗୀତକୁ ଗାଇଛନ୍ତି ତାହା ସମସ୍ତଙ୍କ ହୃଦୟକୁ ଛୁଇଁଛି।ଏହାକୁ ଶୁଣି ସମସ୍ତେ ବହୁତ୍ ଖୁସି ହେବା ସହିତ ସୁନ୍ଦର୍ ପ୍ରତିକ୍ରିୟା ସବୁ ଦେଉଛନ୍ତି। ଏହାର ଲିରିକ୍ସ ଦେଇଛନ୍ତି ନିର୍ମଳ ନାୟକ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।