Swastik Tv News Odisha

Special – ମୃତ୍ୟୁ ପରେ ଆତ୍ମା କେତେଦିନ ନିଜ ଘରେ ରହେ ? ସମସ୍ତେ ନିହାତି ଜାଣି ରଖିବା ଉଚିତ

0

ଆପଣ ମାନେ ସମସ୍ତେ ଜାଣିଛନ୍ତି ଏହି ଦୁନିଆରେ ଯିଏ ବି ଜନ୍ମ ହେଇଛି ସେ ଦିନେ ନା ଦିନେ ନିଶ୍ଚିତ ମୃତ୍ୟୁ ବରଣ କରିଛି ।ତେବେ ମୃତ୍ୟୁ ତ ହୁଏ ସମସ୍ତଙ୍କ ର ଆମେ ଜାଣିଛୁ କିନ୍ତୁ ଜାଣିଛନ୍ତି ମୃତ୍ୟୁ ପରେ ସେହି ଆତ୍ମା କଣ କରିଥାଏ, କୋଉଠି ରହିଥାଏ ସେସବୁ ବିଷୟରେ ଜାଣିବା ସମସ୍ତ ଙ୍କ ମନରେ ଆଶା ଥାଏ କିନ୍ତୁ ଏହି ବିଷୟରେ ଆମେ କେବେ କିଛି ଜାଣି ପାରୁ ନାହିଁ ।କିନ୍ତୁ ଏହି ବିଷ୍ୟୟରେ ଗୁରୁଡ଼ ପୁରାଣରେ ବିସ୍ତାର ଭାବରେ ରଚନା କରାଯାଇଛି ।ତେବେ ଆସନ୍ତୁ ଜାଣିବା ମୃତ୍ୟୁ ପରେ ଆତ୍ମା ର ସ୍ଥିତି ବିଷୟରେ ଏହି ପୁରାଣରୁ ।

ତେବେ ଗରୁଡ଼ ପୁରାଣ ଅନୁସାରେ ମଣିଷର ମୃତ୍ୟୁ ପରେ ଆତ୍ମା କୁ ଯମ ଦୂତ ଆସି ନେଇ ଯାଆନ୍ତି ଓ ମୃତ୍ୟୁର 24 ଘଣ୍ଟା ପରେ ଆତ୍ମା ଫେରି ଆସେ ଏହି ସଂସାର କୁ ଆଉ ସେତେବେଳେ ସେ ନିଜ ପ୍ରିୟ ଜନଙ୍କ ଭିତରେ ଘୁରି ବୁଲୁଥାଏ ଆଉ ସମସ୍ତଙ୍କୁ ଚିତ୍କାର କରି ଡାକୁ ଥାଏ କିନ୍ତୁ ତାର କଥା କେହି ଶୁଣି ପାରନ୍ତି ନାହିଁ ।ତେବେ ଯେତେବେଳେ ସେ ନିଜ ମୃତ ଶରୀର ଦେଖେ ତା ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥାଏ କିନ୍ତୁ ଯମ ଫାଶରେ ବନ୍ଧା ହେଇଥିବା ଯୋଗୁ ତାହା କରି ପାରେ ନାହିଁ ।ଆଉ ଯେତେବେଳେ ନିଜ ପ୍ରିୟ ଜଣଙ୍କୁ ନିଜ ଶବ ପାଖରେ କାନ୍ଦୁ ଥିବାର ଦେଖିବାକୁ ପାଏ ସେତେବେଳେ ଆତ୍ମା ବି ନିଜର ପଛ କଥା ମନେ ପକେଇ କାନ୍ଦିଥାଏ ।

ଗରୁଡ଼ ପୁରାଣ ଅନୁସାରେ ମୃତ୍ୟୁ ପରେ ଆତ୍ମା ପାଖରେ ସେତିକି ଶକ୍ତି ନଥାଏ କି ସେ ଯମ ଲୋକକୁ ଫେରି ପାରିବ ।ତେଣୁ ଦଶ ଦିନ ଧରି ଘରେ ଯେଉଁ ଖାଦ୍ୟ ଆତ୍ମାକୁ ଯେଉଁ ପିଣ୍ଡଦାନ ଦିଆଯାଏ ସେହି ଅନୁସାରେ ଆତ୍ମା ର ବିଭିନ୍ନ ଅଙ୍ଗ ଗଠନ ହେଇଥାଏ ।ଆଉ ଏଗାର ଓ ବାରଦିନ ପିଣ୍ଡରୁ ଆତ୍ମା ରୂପରି ଶରୀରର ମାଂସ ଓ ଚମଡା ତିଆରି ହେଇଥାଏ ଓ ତେରଦିନର ପିଣ୍ଡରୁ ଆତ୍ମା କୁ ଯମଲୋକ ଯିବାକୁ ବଳ ମିଳିଥାଏ ।ଆଉ ସେ ଯମଲୋକକୁ ଯାତ୍ରା କରିଥାଏ ଯେଉଁ ଯାତ୍ରା ଗୋଟିଏ ବର୍ଷର ଅଟେ ଆଉ ଏହି 13 ଦିନର ପିଣ୍ଡ ତାଙ୍କ ପାଇଁ ବର୍ଷକର ଖାଦ୍ୟ ଅଟେ ।

ତେବେ ଯେଉଁ ମାନଙ୍କ ମୃତ୍ୟୁ ପରେ ପିଣ୍ଡଦାନ ହେଇ ନଥାଏ ତାଙ୍କୁ ଯମଦୂତ ଜୋର କରି ନେଇ ଯାଆନ୍ତି ଯାହା ତାଙ୍କୁ ବହୁତ କଷ୍ଟ ଦେଇଥାଏ ।ତେବେ ଯଦି ଏହି ତେର ଦିନର ଦାନ ଧାର କରି କରାଯାଏ ତାହେଲେ ମୃତକଙ୍କ ଆତ୍ମା କୁ ଶାନ୍ତି ମିଳି ନଥାଏ ।ତେବେ ଯେଉଁ ମାନେ ଭଲ କର୍ମ କରିଥାଆନ୍ତି ସେମାନଙ୍କୁ ଯମରାଜ ନିଜେ ନେବାକୁ ଆସନ୍ତି ଆଉ ତାଙ୍କୁ ରାସ୍ତାରେ କିଛି ବି ଅସୁବିଧା ହୁଏ ନାହିଁ ଓ ସେମାନେ ସ୍ୱର୍ଗକୁ ଯାଇଥାନ୍ତି ।କିନ୍ତୁ ଯେଉଁମାନେ ଖରାପ କର୍ମ କରିଥାନ୍ତି ତାଙ୍କୁ ତାଙ୍କୁ ଯମଦୂତ ରାସ୍ତା ସାରା ଘୋଷାରି ନେଇ ଯାଆନ୍ତି ଓ ତାଙ୍କୁ ବହୁତ ଦଣ୍ଡ ଦିଆଯାଏ ଶେଷରେ ତାଙ୍କ କର୍ମଫଳ ବଗ କରିବା ପାଇଁ ନର୍କକୁ ପଠାଯାଏ ।ଆଉ ଶେଷରେ ତାଙ୍କୁ ନିମ୍ନ ଯୋଉନି ରେ ଜନ୍ମ ହେବାକୁ ପଡେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave A Reply

Your email address will not be published.