Swastik Tv News Odisha

Special Hair Tips – ନୂଆଁ ଚୁଟି ଆସିବା ସାଙ୍ଗରେ ଗୋଟେ ମାସରେ 1 ରୁ 4 ଇଞ୍ଚ୍ ଯାଏଁ ଚୁଟି ଲମ୍ବା କରନ୍ତୁ ଗ୍ୟାରେଣ୍ଟି

0

ନାରୀକୁ ତାର କେଶ ହିଁ ଅଧିକ ସୁନ୍ଦର କରିଥାଏ , କିନ୍ତୁ ବର୍ତ୍ତମାନ ସମୟରେ କେଶ ସମସ୍ୟା ଅଧିକ ଦେଖାଯାଉଛି । ପ୍ରତ୍ୟେକ ମହିଳା ମାନେ ସୁନ୍ଦର , ଘନ , ଲମ୍ୱା ଓ କଳା କେଶ ପାଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ କତେ ଗୁଡିଏ ସମସ୍ୟା ଯୋଗୁଁ କେଶ ଝଡିବା ଆରମ୍ଭ ହୋଇଥାଏ । ଅନେକ ସମୟରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ଯେ , କେଶର ଲେନ୍ଥ ବଢି ନଥାଏ , ଯେମିତି ସେମିତି ହୋଇ ରହିଥାଏ । ତେବେ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ଆଜି ଆମେ ଆପଣ ମାନଙ୍କୁ ଏକ ସହଜ ସରଳ ଘରୋଇ ଉପାୟ ବିଷୟରେ ଜଣେଇବୁ । ଯାହାକୁ ଗୋଟିଏ ମାସ ବ୍ୟବହାର କରିବା ଦ୍ୱାରା ଚୁଟିକୁ 4 ଇଞ୍ଚ ବଢାଇ ପାରିବେ । ତେବେ ଆସନ୍ତୁ ଜାଣିବା ସେହି ତେଲର ପ୍ରସ୍ତୁତି ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ନଡିଆ ତେଲ
2. ମନ୍ଦାରଫୁଲ
3. ଭୁସୁଙ୍ଗା ପତ୍ର
4. ମେଥି
5. କଳାଜିରା
6. ଜଡାତେଲ

ପ୍ରସ୍ତୁତି ପ୍ରାଣାଳୀ :-

ପ୍ରଥମେ ଆପଣ ମାନେ ମେଥି ଓ କଳାଜିରାକୁ ସାମାନ୍ୟ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ ଏବଂ ଏହାପରେ ସେଥିରେ ମନ୍ଦାର ଫୁଲ ଓ ଭୁସୁଙ୍ଗା ପତ୍ରୁ ଦେଇ ତାକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏହାପରେ ଏକ କଢେଇରେ ଦେଢଶହ ଗ୍ରାମର ନଡିଆ ତେଲ ପକାନ୍ତୁ ଏବଂ ପୂର୍ବରୁ ପ୍ରସ୍ତୁିତ କରିରଖିଥିବା ପେଷ୍ଟକୁ ସେହି ତେଲରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ସେହି କଢେଇକୁ ଗ୍ୟାସ ଉପରେ ବସାଇ ଲୋ ଫ୍ଲେମରେ ଛାଡି ଦିଅନ୍ତୁ । ଏହି ତେଲର ପ୍ରସ୍ତୁତି ପାଇଁ ପାଖା ପାଖି 20 ମିନିଟ ର ଆବଶ୍ୟକତା ରହିଛି , ତେଲଟି ସମ୍ପୂର୍ଣ୍ଣ ଭାବରେ ଫୁଟି ଆସିବା ପରେ , ତେଲର ରଙ୍ଗରେ ପରିବର୍ତ୍ତନ ଆସିଯିବ ।

ଏହାପରେ କଢେଇକୁ ଓହ୍ଲାଇଆଣି ତେଲକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ , ତେଲ ଥଣ୍ଡା ହୋଇ।ଯିବା ପରେ ଅନ୍ୟ ଏକ ପାତ୍ରକୁ ଛାଣି ନିଅନ୍ତୁ । ଏହାପରେ ସେଥିରେ 2 ଚାମଚ ଜଡା ତେଲ ପକାଇ ଦିଅନ୍ତୁ ଏବଂ ଏହାକୁ ଭଲ ଭାବରେ ମିକ୍ସ କରି ନିଅନ୍ତୁ । ଏହାପରେ ସେହି ତେଲକୁ ଏକ ପ୍ଲାଷ୍ଟିକ ଡବାରେ ଭର୍ତ୍ତି କରି ରଖନ୍ତୁ , ଏହି ତେଲକୁ ଉଭୟ ପୁରୁଷ ଓ ମହିଳା ମାନେ ୟୁଜ କରିପାରିବେ ।

ବ୍ୟବହାର ପ୍ରଣାଳୀ :-

ଏହି ତେଲକୁ ଆଙ୍ଗୁଳି ସାହାର୍ଯ୍ୟରେ ବା ହାତରେ ସମ୍ପୂର୍ଣ୍ଣ ଚୁଟିରେ ଲଗେଇବେ ଏବଂ ଲଗାଇ ସାରିବା ପରେ ଧୀରେ ଧୀରେ ମସାଜ ମଧ୍ୟ କରିନେବେ । ଏହି ତେଲକୁ ଏକ ସପ୍ତାହ ପର୍ଯ୍ୟନ୍ତ ମୁଣ୍ଡରେ ଲଗାଇ ରଖିପାରିବେ । ହେୟାର ଗ୍ରୋଥ ଚାହୁଁଥିଲେ ଏହି ତେଲକୁ ଚୁଟିର ମୂଳରେ ଲଗାଇ ମସାଜ କରନ୍ତୁ । ଏହି ତେଲ ଆପଣଙ୍କ କେଶ କୁ ଲମ୍ୱା , ଘନ, ଏବଂ କଳା କରିବା ରେ ସାହାର୍ଯ୍ୟ କରିଥାଏ । ତା ସହିତ କେଶ ଝଡିବା ସମସ୍ୟା କୁ ମଧ୍ୟ ଦୂର କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.