Swastik Tv News Odisha

Special Health Tips – କେବଳ ୫ ମିନିଟରେ ଗମ୍ଭୀର ରୁ ଗମ୍ଭୀର ମୁଣ୍ଡବିନ୍ଧା ଗାଏବ ହୋଇଯିବ

0

ମୁଣ଼୍ଡବିନ୍ଧା ର ସମସ୍ୟା ଏବେ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି, କିନ୍ତୁ ଅଧିକାଂଶ ମୁଣ୍ଡ ବିନ୍ଧା ଏକ ଗୁରୁତର ରୋଗର କାରଣ ହୋଇ ନଥାଏ । କିନ୍ତୁ କେତେକ କ୍ଷେତ୍ରରେ ଏହା ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ । ଆଜି ଆମେ ଆପଣ ମାନଙ୍କୁ ଏମିତି 2ଟି ଘରୋଇ ଉପଚାର ବିଷୟରେ ଜଣେଇବୁ , ଯାହା ଆପଣଙ୍କ ମୁଣ୍ଡ ବିନ୍ଧାକୁ 5 ମିନିଟ ରେ କମ ହୋଇଯିବ । ତେବେ ଆସନ୍ତୁ ଜାଣିବା ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ସାମଗ୍ରୀ ଗୁଡିକ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଅଦା
2. ଲବଙ୍ଗ
3. ମହୁ
4. ଡାଲଚିନିଗୁଣ୍ଡ

ପ୍ରସ୍ତୁତ ପ୍ରଣାଳୀ :-

ପ୍ରଥମ ଉପଚାରଟିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଦୁଇଟି ଛୋଟ ଛୋଟ ଆଦା ଖଣ୍ଡ ଆଣି ତାକୁ ଗ୍ରାଇଣ୍ଡିଙ୍ଗ କରି ତାର ରସ ବାହାର କରନ୍ତୁ । ସେହି ଅଦାର ରସକୁ ଭଲ ଭାବରେ ଛାଣି ନିଅନ୍ତୁ । ଅନ୍ୟ ଏକ ପାତ୍ରରେ 2 ଚାମଚ ଅଦା ରସ ଓ 2ଟି ଲବଙ୍ଗ ପକାନ୍ତୁ ତୃତୀୟ ସାମଗ୍ରୀ ସେଥିରେ ଏକ ଚାମଚ ମହୁର ପ୍ରୟୋଗ କରନ୍ତୁ । ବର୍ତ୍ତମାନ ଏହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ ।

ଦ୍ୱିତୀୟ ଉପଚାର ଟି ପ୍ରସ୍ତୁତ କରିବା ପାଇଁ ମାତ୍ର 2 ଟି ସାମଗ୍ରୀର ଆବଶ୍ୟକତା ରହିଛି , ପ୍ରଥମତଃ ଅଦା ରସ ଏବଂ ଦ୍ୱିତୀୟରେ ଆବଶ୍ୟକ ପଡିବ ଡାଲଚିନି ଗୁଣ୍ଡ । ଏହି ସବୁ ସାମଗ୍ରୀ ଆମକୁ ଆମ ରୋଷେଇ ଘରେ ଅତି ସହଜରେ ମିଳିଯିବ ଏବଂ ଡାଲଚିନି ଗିଣ୍ଡ ଆମ ମୁଣ୍ଡ ବିନ୍ଧା କମ କରିବାରେ ବହୁତ ସାହାର୍ଯ୍ୟ କରିଥାଏ ।

ତେବେ ଏହାକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ଏକ ପାତ୍ର ନିଅନ୍ତୁ ଏବଂ ସେଥିରେ 2 ଚାମଚ ଅଦା ରସ ନିଅନ୍ତୁ । ତାପରେ ସେଥିରେ ଅଧା ଚାମଚ ବା ଏକ ଚାମଚ ଡାଲଚିନିଗୁଣ୍ଡ ମିଶାନ୍ତୁ , ବର୍ତ୍ତମାନ ଏହାକୁ ଭଲ ଭାବରେ ମିକ୍ସ କରି ଦିଅନ୍ତୁ ।

ପ୍ରୟୋଗ ପ୍ରଣାଳୀ :-

ଯେତେବେଳେ ଆପଣଙ୍କର ମୁଣ୍ଡ ବନ୍ଧା ହେଉଥାଏ , ସେତେବେଳେ ଆପଣ ଅଦା ରସରେ ଭଲ ଭାବରେ ଡାଲଚିନି ଘୋରି ମୁଣ୍ଡରେ ଲଗାଇଲେ ମୁଣ୍ଡବ୍ୟଥା ଦୂର ହୋଇଥାଏ । ପ୍ରଥମେ ପ୍ରସ୍ତୁତ କରିଥିବା ଉପଚାରକୁ ସେବନ କରନ୍ତୁ ଓ ଅନ୍ୟଟିକୁ ଆପଣ ଆପଣଙ୍କ ମୁଣ୍ଡରେ ଲଗାନ୍ତୁ । ଏହି ଉପଚାରର ପ୍ରୟୋଗ ଦ୍ୱାରା ଆପଣଙ୍କ ମୁଣ୍ଡବିନ୍ଧା କେବଳ 5 ମିନିଟ ରେ ଦୂର ହୋଇଯିବ ।

ଏହି ଉପଚାରକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ଅର୍ଥର ଆବଶ୍ୟକତା ପଡିବ ନାହିଁ । ଏହିସବୁ ସାମଗ୍ରୀ ଆପଣଙ୍କୁ ଅତି ସହଜରେ ଆପଣଙ୍କ ରୋଷେଇ ଘରେ ମିଳିଯିବ ଏବଂ ଏହା ଅତ୍ୟନ୍ତ ପ୍ରାକୃତିକ ଉପଚାର ଅଟେ । ଏହାର ପ୍ରୟୋଗ ଓ ସେବନ କରିବା ଦ୍ୱାରା 5 ମିନିଟ ରେ ମୁଣ୍ଡବିନ୍ଧା ଗାଏଫ୍ ହୋଇଯିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.