Swastik Tv News Odisha

Special Tips – ଇ-ରେଗୁଲାର ପରିୟଡ୍ସ କୁ ରେଗୁଲାର କରିବାର ଜବରଦସ୍ତ ଘରୋଇ ଉପଚାର…

0

ସମାଜରେ ପ୍ରତ୍ୟେକ ମହିଳା ମାନଙ୍କ ଠାରେ ମାସିକ ଧର୍ମ ହୋଇଥାଏ , ତାହା ମହିଳାର ପ୍ରଜନନ କ୍ଷମତାକୁ ଦର୍ଶାଇଥାଏ । କିନ୍ତୁ ଏମିତି କିଛି ମହିଳା ରହିଛନ୍ତି , ଯେଉଁ ମାନଙ୍କର ପିରିୟଡ୍ସ ରେ ଇରେଗୁରାଲ ହୋଇଥାଏ ଅର୍ଥାତ୍ ଅନୀନୟମିତା ଦେଖାଯାଇଥାଏ । ଯେଉଁଥି ପାଇଁ ସେମାନଙ୍କୁ ଅନେକ ଚିନ୍ତା କରିବା ପାଇଁ ପଡିଥାଏ , କାରଣ ପରିୟଡ୍ସରେ ଅନିୟମିତତା ଦେଖାଗଲେ ଶରୀରରେ ବିଭିନ୍ନ ପ୍ରକାର ରୋଗ ମଧ୍ୟ ସୃଷ୍ଟି କରିଥାଏ । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ସହଜ ଘରୋଇ ଉପାୟ ବିଷୟରେ ଜଣେଇବୁ , ତାହାର ସେବନ କରି ମାସିକ ଧର୍ମ କୁ ରେଗୁଲାର କରିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ ।

ଆବଶ୍ୟକ ସାମଗ୍ରୀ :-

1. ଜିରା
2. ଧନିଆ

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମ ଡ୍ରିଙ୍କ :

ପ୍ରଥମେ ଆପଣ ମାନେ ଗୋଟିଏ ବାଉଲରେ 2 କପ ପାଣି ନିିଅନ୍ତୁ , ଏହାପରେ ସେଥିରେ ଏକ ବଡ ଚାମଚରେ ଜିରା ଏଡ୍ କରନ୍ତୁ । ଏହାପରେ ସେହି ପାଣିକୁ ଫୁଟାଇ ନିଅନ୍ତୁ , ଏହି ପାଣିକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ , ଯଉଁ ପର୍ଯ୍ୟନ୍ତ 2 କପ ପାଣି ଗୋଟେ କପ ହୋଇ ନଯାଇଚି । ଯେତେବେଳେ ଏହି ପାଣି ଫୁଟିକି ଅଧା ହୋଇଯିବ , ସେଥିରେ ଏକ ଚାମଚ ଗୁଡ ଏଡ୍ କରିନେବେ । ଗୁ଼ଡ ଯେତେ ପୁରୁଣା ହେବ , ତାହା ଆମ ଶରୀର ପାଇଁ ବହୁତ ଲାଭକାରୀ ହେବ , ଗୁଡ ଭଲ ଭାବରେ ମିକ୍ସ ହୋଇଯିବା ପରେ ତାହାକୁ ଥଣ୍ଡା ହେବା ପାଇଁ ଛାଡିଦିଅନ୍ତୁ । ବର୍ତ୍ତମାନ ଏକ ଛାଣା ସାହାର୍ଯ୍ୟରେ ତାକୁ ଛାଣି ନିଅନ୍ତୁ ।

ଦ୍ୱିତୀୟ ଡ୍ରିଙ୍କ ପ୍ରସ୍ତୁତି :-

ସେକେଣ୍ଡ ଡ୍ରିଙ୍କ ପାଇଁ ପୁଣିଥରେ ବାଉଲରେ 2 କପ ପାଣି ନିଅନ୍ତୁ , ତାପରେ ସେଥିରେ 2 ଚାମଚ ଧନିଆ ଏଡ୍ କରନ୍ତୁ । ଏହାକୁ ମଧ୍ୟ ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ , ଯେତେବେଳେ ଏହା ଭଲ ଭାବରେ ଫୁଟି ଅଧା ହୋଇଯିବ , ସେତେବେଳେ ଗ୍ୟାସକୁ ଅଫ୍ କରିଦେବେ । ଏହାକୁ ଉଷମ ଥିବା ଅବସ୍ଥାରେ ଏକ ଛାଣା ସାହାର୍ଯ୍ୟରେ ଛାଣି ନିଅନ୍ତୁ । ବର୍ତ୍ତମାନ ଏଠାରେ ଦୁଇଟି ଯାକ ଡ୍ରିଙ୍କ ପ୍ରସ୍ତୁତ ହୋଇ ସାରିଛି ।

ସେବନ ପ୍ରଣାଳୀ :-

ଏହି 2 ଟି ଡ୍ରିଙ୍କରୁ ଆପଣ ମାନେ ଯେକୌଣସି ଗୋଟିଏ ଡ୍ରିଙ୍କ ସେବନ କରିବେ , ଏହାକୁ ଯେତେବେଳେ ପିଇବେ ଉଷମ ଉଷମ କରି ସେବନ କରିବେ । ଏହି ଡ୍ରିଙ୍କକୁ ଆପଣ ମାନେ ଦିନକୁ 2 ଥର ପିଅନ୍ତୁ ସକାଳେ ଏବଂ ସନ୍ଧ୍ୟାରେ । ଏହି ପାଣିକୁ ପିରିୟଡ୍ସ ହେବାର 7 ଦିନ ପୂର୍ବରୁ ପିଅନ୍ତୁ । ଏହାର କୌଣସି ସାଇଟ୍ ଇଫେକ୍ଟ ନାହିଁ , ଏହି ଡ୍ରିଙ୍କ କୁ ପିଇବା ଦ୍ୱାରା ପିରିୟଡ୍ସ ପେନ ମଧ୍ୟ ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave A Reply

Your email address will not be published.