ଦର୍ଶକ ବନ୍ଧୁ ବର୍ତମାନ ଏଇ ବର୍ଷା ଋତୁ ରେ ମଶା ମାଛି ମାନଙ୍କ ବଂଶ ବୃଦ୍ଧି ଅଧିକ ହେବl ସୁନିଶ୍ଚିତ l ଏହି ମଶା ମାଛି ଦ୍ଵାରା ମନୁଷ୍ୟ ମାନେ ବହୁତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି l ମଶା କାମୁଡ଼ିବା ଦ୍ଵାରା ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗ ହେବା ସହ ମାଛି ମାନଙ୍କ ଦ୍ଵାରା ଝାଡା ବାନ୍ତି ଆଦିରେ ଲୋକେ ପୀଡିତ ହୁଅନ୍ତି l ତେଣୁ ଏହି ସମସ୍ତ ସମସ୍ୟା କୁ ରୋକିବା ପାଇଁ ମୁଁ ଆପଣମାନଙ୍କୁ ଏକ ଘରୋଇ ଉପଚାର ବିଷୟରେ କହିବି ଖାଲି ମଶା ମାଛି ନୁହେଁ ଯଦି ଆପଣଙ୍କଘରେ ମୂଷା,ପିମ୍ପୁଡି କିମ୍ବା ଅସରପା ଅଧିକ ହଇରାଣ କରୁଛନ୍ତି ତେବେ ଏମାନଂକୁ ମଧ୍ୟ ରୋକାଯାଇ ପାରିବ l
ତେବେ ଆସନ୍ତୁ ବନ୍ଧୁଗଣ ଏସବୁ ସମସ୍ୟା ର ସମାଧାନ ପାଇଁ ମୁଁ ଆପଣଙ୍କୁ 2ଟି ଘରୋଇ ଉପଚାର କହିବି ଯାହାଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇପାରିବ l ଏଥିପାଇଁ ଆପଣକୁ କିଛି ମୂଲ୍ୟବାନ ଜିନିଷ ର ଆବଶ୍ୟକତା ପଡିବ ନାହିଁ, ଏ ସମସ୍ତ ସାମଗ୍ରୀ ଆପଣଙ୍କ ରୋଷେଇ ଘରୁ ହିଁ ମିଳି ପାରିବ l ତେବେ ଆସନ୍ତୁ ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ ଜାଣିବା l
ଆବଶ୍ୟକ ସାମଗ୍ରୀ :-
1-ତେଜପତ୍ର, କର୍ପୁର, ନିମ୍ବତେଲ କିମ୍ବା ସୋରିଷ ତେଲ
ପ୍ରସ୍ତୁତି ପ୍ରଣାଳୀ –
no 1-ତେବେ ଦର୍ଶକ ବନ୍ଧୁ ଏହି ଘରୋଇ ଉପଚାର ପ୍ରସ୍ତୁତି ପାଇଁ ଆପଣଙ୍କୁ ଏକ ପାତ୍ରରେ ଅଳ୍ପ ନିମ୍ୱ ତେଲ ନେଇ ପୂଜା କର୍ପୁର କିଛି ଗୁଣ୍ଡ କରି ସେଥିରେ ମିଶାଇ ଦିଅନ୍ତୁ ଯଦି ଆପଣ ସୋରିଷ ତେଲ ନେଉଛନ୍ତି ତେବେ ସେଥିରେ 4ରଟି ନିମ୍ୱ ପତ୍ର ନିଅନ୍ତୁଏବଂ ଅନ୍ୟ ଏକ ଯେକୌଣସି ପlତ୍ରରେ 5ଟି ତେଜପତ୍ରକୁ ଛୋଟ ଛୋଟ କରି ରଖନ୍ତୁ ଏବଂ ତେଲର ଏହି ମିଶ୍ରଣ କୁ ଏଥିରେ ମିଶାଇ ନିଆଁ ଲଗାନ୍ତୁ l,ପ୍ରତ୍ୟେକ ସନ୍ଧ୍ୟା ରେ ଏପରି କରନ୍ତୁ ଦେଖିବେ ମଶା କିମ୍ବା ମାଛି ଘରକୁ ପ୍ରବେଶ କରିବନାହିଁ l
ବ୍ୟବହାର :-ଏହି ମିଶ୍ରିତ ପାତ୍ରରେ ନିଆଁ ଲଗାଇ କିଛି ସମୟ ପରେ ଲିଭାଇ ଦିଅନ୍ତୁ ଯେପରି ଏଥିରୁ ଧୂଆଁ ବାହାରିବ, ଏହି ପାତ୍ର କୁ ନେଇ ରୋଷେଇ ଘରେ କିମ୍ବା ଶୁଇବା ଘରେ ରଖି କବାଟ ବନ୍ଦ କରିଦିଅନ୍ତୁ ଏହିପରି କିଛି ଦିନ କଲେ ଆପଣ ମଶା କି ମାଛି ଦେଖିବାକୁ ଆଉ ପାଇବେ ନାହିଁ l
କିନ୍ତୁ ହଁ ବନ୍ଧୁଗଣ ଆପଣ ପ୍ରଥମେ ରୋଷେଇ ଘରକୁ ପରିଷ୍କାର ରଖନ୍ତୁ lଖାଦ୍ୟ ସାମଗ୍ରୀ ଆଣେ ତେଣେ ଫିଙ୍ଗାନ୍ତୁ ନାହିଁ କି ଏହାକୁ ଖୋଲା ରଖନ୍ତୁ ନାହିଁ l
ଆବଶ୍ୟକ ସାମଗ୍ରୀ- no 2 :-
କର୍ପୁର, ଲୁଣ, ଭିନେଗାର, ଡେଟଲ ଓ ପାଣି
ପ୍ରସ୍ତୁତି ପ୍ରଣାଳୀ -no 2:-
ଏହା ପ୍ରସ୍ତୁତ କରିବାପାଇଁ ଆପଣ ଏକ ସ୍ପ୍ରେ ବୋତଲ କିମ୍ବା ନରମାଲ ବୋତଲ ନିଅନ୍ତୁ, ଏଥିରେ ଅଧା ଗ୍ଲାସ ପାଣି ନିଅନ୍ତୁ ସେଥିରେ ଏକ ଛୋଟ ଚାମଚ ଲୁଣ ମିଶାନ୍ତୁ ଓ ଅଳ୍ପ କର୍ପୁର ଗୁଣ୍ଡ ମିଶାନ୍ତୁ ସେଥିରେ ମଧ୍ୟ ଦୁଇରୁ ଚାରିଚାମୋଚ ଭିନେଗାର ଏବଂ ଡେଟଲ 2/3ଚାମଚ ଭଲରେ ମିଶାନ୍ତୁ l ଏଥିରୁ ଡେଟଲ କୁ ଜମାରୁ ସ୍କିପ କରିବେ ନାହଁ କାରଣ ଡେଟଲ ରୁ ଅଧିକ ସ୍ମେଲ ଆସିଥାଏ l ଏହି ମିଶ୍ରଣରେ ଥିବା ଡେଟଲ ଗନ୍ଧରେ ଅସରପା, ପିମ୍ପୁଡି, ଓ ମୂଷା ଘରକୁ ଆସନ୍ତିନାହଁ, ଏଥିରେ ଥିବା ଲୁଣ ଜୀବାଣୁ ମାରିବାରେ ମଧ୍ୟ ସାହାଯ୍ୟ କରିଥାଏ l
ବ୍ୟବହାର :-
ପ୍ରଥମେ କିଛି ତୁଳା ନେଇ ଏହିପଣିରେ ଭିଜାନ୍ତୁ ଏବଂ ଏହି ତୁଳାକୁ ମୂଷା ଆପଣଙ୍କ ଘରେ ଯଉଁ ସ୍ଥାନରେ ବାହାରୁଚି ସେହି ସ୍ଥାନରେ ରଖନ୍ତୁ,ଏହାର ଦୁର୍ଗନ୍ଧରେ ମୂଷା ବାହାରକୁ ବାହାରିପାରିବନାହଁ l ପିମ୍ପୁଡି, ଅସରପା ବାହାରୁ ଥିବା ଜାଗାରେ ମଧ୍ୟ୍ୟ ଏପରି ଦୁଇ ତିନି ଦିନ କରନ୍ତୁ ଦେଖିବେ ସେମାନେ ଘରକୁ ଆସିବା ବନ୍ଦ କରିଦେବେ l
ଏହି ଦୁଇ ଉପାୟ କିଛି ଦିନ ବ୍ୟବହାର କରି ଦେଖନ୍ତୁ ଦେଖିବେ ଆପଣଙ୍କର ଏସବୁ ସମସ୍ୟାର ସମାଧାନ ନିଶ୍ଚିତ ହୋଇଯିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।