Study Tips – କଣ ଖାଇଲେ ପାଠ ଶୀଘ୍ର ମାନେ ରହିବ, ପାଠ ମନେ ରଖିବାର ମେଡ଼ିସିନ 100% ଗ୍ୟାରେଣ୍ଟି

ବନ୍ଧୁମାନେ ଭଗବାନ ସମସ୍ତଙ୍କୁ ଭିନ୍ନ ଭିନ୍ନ ପ୍ରକାରରେ ଗଠନ କରିଛନ୍ତି, କିଏ ଟିକିଏ ଅଳ୍ପ ବୁଦ୍ଧିଯୁକ୍ତ ବ୍ୟକ୍ତି ହେଇଥିବା ବେଳେ କାହାର ବି ସ୍ମରଣଶକ୍ତି ଖୁବ ପ୍ରଖର ।ତେବେ ବହୁତ ସମୟରେ ଛାତ୍ରଛାତ୍ରୀ ମାନଙ୍କ କ୍ଷେତ୍ରରେ କମ ସ୍ମରଣଶକ୍ତି ପାଇଁ ଅସୁବିଧା ଦେଖିବାକୁ ମିଳିଥାଏ ।ଯେଉଁ ପିଲା ଟିଏ ଜଳଦି ପାଠ ମନେ ରଖିପାରେ ନାହିଁ ସେ ପ୍ରାୟତଃ ପଛରେ ରହିଯାଏ ।କେଵଳ ଏତିକି ନୁହେଁ ଏମିତି ପିଲା ମାନଙ୍କୁ ପରିବାର ସାଙ୍ଗସାଥି ଓ ଅନ୍ୟ ମାନଙ୍କ ପାଖରୁ ଖୁବ କଟୁ କଥା ଶୁଣିବାକୁ ମିଳିଥାଏ ।ହେଲେ ଏଥିରେ ସେହି ପିଲାର କିଛି ନଥାଏ କାରଣ ସେହି ପିଲାଟି ସ୍ମରଣ ଶକ୍ତି ସେତିକି ପ୍ରଖର ନୁହେଁ ।

ତେବେ ପିଲା ମାନଙ୍କର ସ୍ମରଣଶକ୍ତି ବଡାଇବା ପାଇଁ ବାପମାଆ ମାନେ ବହୁତ ଚିନ୍ତାରେ ରହିଥାନ୍ତି ।ବହୁତ ପିଲା ବି ଭାବିଥାନ୍ତି ଏମିତି କିଛି ଜିନିଷ ନାହିଁ କି ଯାହାକୁ ବ୍ୟବହାର କରି ସ୍ମରଣଶକ୍ତି କୁ ତୁରନ୍ତ ବଡାଇ ହେବ ।ତେବେ ଏମିତି କିଛି ଉପାୟ ଅଛି କି ନାହିଁ ତାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଅସୁବିଧା ର ସମାଧାନ ପାଇଁ ଏକ ସୁନ୍ଦର ଉପାୟ ରହିଛି ।ଯେକୌଣସି ପିଲା ବା ବ୍ୟକ୍ତି ଏହି ଉପାୟ କୁ କରିପାରିବେ ଓ ଏହି ଉପାୟ ର ବ୍ୟବହାର କରିବା ଦ୍ୱାରା ନିଜର ସ୍ମରଣଶକ୍ତି କୁ ବଡେଇ ପାରିବେ,ତେବେ ସେହି ଉପାୟ ଟି କଣ ଆସନ୍ତୁ ଜାଣିବା ।

ଆଜିର ଏହି ଉପାୟ କୁ ମାନିବାକୁ ହେଲେ ପ୍ରଥମେ କିଛି ବାଦାମ, କିଛି ମିଶ୍ରୀ ଓ କିଛି ପାନ ମଧୁରୀ ନେବେ ।ଆଉ ଏସବୁକୁ ମିଶାଇ ଏକ ଗୁଣ୍ଡ ତିଆରି କରିବେ, ଏହାପରେ ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ ଉଷୁମ ପାଣି ନେବେ ।ସେହି ପାଣି ରେ ପୂର୍ବରୁ ତିଆରି କରିଥିବା ଗୁଣ୍ଡରୁ ଗୋଟିଏ ଚାମୁଚ ପକାଇ ଭଲ ଭାବରେ ଗୋଳେଇ ନେବେ ଆଉ ତାହାକୁ ପିଇ ଦେବେ ।ଏମିତି କରିବା ଦ୍ୱାରା ଆପଣ ଧୀରେ ଧୀରେ ଦେଖି ପାରିବେ ବି ଆପଣଙ୍କ ସ୍ମରଣଶକ୍ତି ନିଶ୍ଚୟ ବଡିବାରେ ଲାଗୁଚି । ତେବେ ଏହି ଉପାୟ କୁ ଆପଣ ଗୋଟିଏ ମାସ ବ୍ୟବହାର କରି ରେଜଲ୍ଟ ଦେଖିପାରିବେ ।

ଏହି ଉପାୟ ବ୍ୟତୀତ ଆପଣ ଚେଷ୍ଟା କରିବେ କି ସାତ୍ୱିକ ଭୋଜନ ବା ସାକାହାରି ଭୋଜନ କରିବାକୁ ।ପୂର୍ବରୁ ମୁନି ଋଷିମାନେ ସାତ୍ୱିକ ଭୋଜନ କରୁଥିବା ହେତୁ ତାଙ୍କ ମନ ଶାନ୍ତ ରହିବା ସହିତ ତାଙ୍କର ସ୍ମରଣଶକ୍ତି ର ବୃଦ୍ଧି ହେଉଥିଲା ।ଆଉ ତାମସିକ ଭୋଜନ ଅର୍ଥାତ ମାଛ ମାଂସ ଓ ଜଙ୍ଗ ଫୁଡ଼ ଆଦି ଖାଇଲେ ପିଲାର ବ୍ରେନ ଗ୍ରୋଥ କରି ନଥାଏ ।ତେବେ ପ୍ରତ୍ୟେକ ବାପମାଆ ପିଲାର ସ୍ମରଣଶକ୍ତି କୁ ବୃଦ୍ଧି ପାଇ ଚେଷ୍ଟା କରିଥିଲେ ତାଙ୍କ ଖାଦ୍ୟ ରେ ନିଶ୍ଚିତ ସବୁଜ ପନିପରିବା ଓ ଫଳମୂଳ କୁ ଅଧିକ ମାତ୍ରାରେ ସାମିଲ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment