ଖରାଦିନେ ତ୍ୱଚାର ଯତ୍ନ କିପରି ନେବେ ? । Summer Skincare Tips

ବନ୍ଧୁମାନେ ଋତୁ ପରିବର୍ତ୍ତନ ର ଖୁବ ପ୍ରଭାବ ଆମ ଶରୀର ଉପରେ ପକାଇଥାଏ, ଠିକ ସେହିପରି ଯେତେବେଳେ ଗ୍ରୀଷ୍ମ ଋତୁ ଆସେ ସେତେବେଳେ ତ୍ୱଚା କୁ ସୁରକ୍ଷିତ ରଖିବା ମୁସ୍କିଲ ହେଇ ପଡେ ।ଖରାଦିନେ ଅଧିକ ଖରା ଯୋଗୁ ଘିମିରି,ସନଟ୍ୟାନ ଓ ତ୍ୱଚା କୁଣ୍ଡାଇ କୁଣ୍ଡାଇ ବିଭିନ୍ନ ଯାଦୁ ଆଦି ବାହାରି ଯାଏ ।ବହୁତ ସମୟରେ ଅତ୍ୟଧିକ ଝାଳ ବୋହିବା କାରଣ ରୁ ଦିନ କାଟିବା ମୁସ୍କିଲ ହେଇ ପରେ ।ଆଉ ଏହି ସମୟରେ ଆପଣ ଯଦି ତ୍ୱଚାର ଯତ୍ନ ଠିକରେ ନନେବେ ତାହେଲେ ତ୍ୱଚା ଖୁବ ଜଳଦି ଖରାପ ହେବାକୁ ଲାଗିଥାଏ ।ତେବେ ଖରାଦିନେ ନିଜ ତ୍ୱଚାର ଯତ୍ନ କେମିତି ନେବେ ସେ ବିଷୟରେ ଆସନ୍ତୁ ଜାଣିବା ।

ଖରାଦିନେ ଦେଖା ଯାଉଥିବା ତ୍ୱଚାର ସମସ୍ୟା:-

-ତେବେ ବିଶେଷ କରି ଖରାଦିନେ ତ୍ୱଚାର ପରସନ ଖୋଲି ରହିଥାଏ ଆଉ ସେତେବେଳେ ଆପଣଙ୍କ ର ଅସନା ହାତ ତ୍ୱଚାରେ ଲାଗିଗଲେ ସେହି ଯାଗା ଈନଫେକ୍ଟ ହେଇଯାଏ ।ଯେଉଁ କାରଣ ପାଇଁ ପିମ୍ପଲ ଆସିଥାଏ,ବହୁତ ସମୟରେ ଘିମିରି, ସନଟ୍ୟାନ ଆଦି ଅସୁବିଧା ଗୁଡିକ ଦେଖିବାକୁ ମିଳିଥାଏ ।

ଖରାଦିନେ ତ୍ୱଚାର ଚିକିତ୍ସା:-

-ଖରାଦିନେ ତ୍ୱଚାର ଚିକିତ୍ସା ପାଇଁ ଆପଣ ଦିନ କୁ ଦୁଇ ଥର କୌଣସି ଏକ ଅଏଲ କୋନ୍ତ୍ରଲ ଫେସଊଆସ ରେ ମୁହଁ ଧୋଇବା ଉଚିତ ।ବାହାରକୁ ଗଲା ବେଳେ ତ୍ୱଚାରେ ସନ ସ୍କ୍ରୀନ ଲୋସଁ ବ୍ୟବହାର କରନ୍ତୁ ।ଘିମିରି ପାଇଁ ଢିଲା ସୁତା କପଡା ର ଡ୍ରେସ ପିନ୍ଧିବା ଉଚିତ ।ଏହା ବ୍ୟତୀତ ଆପଣ ବାରମ୍ବାର ହାତ ମୁହଁରେ ଲଗାନ୍ତୁ ନାହିଁ, ଯେତେବେଳେ ବି tawel ମୁହଁ ପୋଚୁଛନ୍ତି ସେତେବେଳେ ଜୋର ରେ ମୁହଁ ଘଷିବେ ନାହିଁ ।ଏସବୁ ବ୍ୟତୀତ ଏଲୋଭେରା ଜେଲ କୁ ଆପଣ ଘିମିରି ରେ ବ୍ୟବହାର କରିପାରିବେ ତାହେଲେ ବଡ଼ି ଥଣ୍ଡା ରହିବ ।

ଖରାଦିନେ ତ୍ୱଚାର ଯତ୍ନ:-

-ଖରାଦିନେ ତାପମାତ୍ରା ଗରମ ଥିବା ଯୋଗୁଁ ଗରମ ପାଣିରେ ଗାଧେଇବେ ନାହିଁ ଓ ନର୍ମାଲ ପାଣିରେ ସବୁବେଳେ ମୁହଁ ଧୋଇବେ ।ଏହା ବ୍ୟତୀତ ସ୍କିନ ଅନୁସାରେ ଫେସୁଓଆସ କୁ ବ୍ୟବହାର କରିବା ଉଚିତ ।ଫେସଓଆସ ପରେ ଫେସ କୁ କ୍ଲିଞ୍ଜିନ ଟୋନିଂ କରିବାକୁ ପଡିଥାଏ ।ଏହାପରେ କିଛି ମୟୁଶ୍ଚୁରାଇଜର ଲଗାଇବାକୁ ପଡ଼ିଥାଏ, ବାହାରକୁ ଗଲାବେଳେ ସନ ସ୍କ୍ରିନ ପ୍ରୋଟେକ୍ଟସନ ଲୋସନ ବ୍ୟବହାର କରିବା ଉଚିତ ।ଆଉ ବାହାରୁ ଆସିବା ପରେ ବି ଅଏଲ ବାହାର କରିବା ପାଇଁ ଫେସଉଆସ ବ୍ୟବହାର କରିବା ଉଚିତ ।

-ଏହା ବ୍ୟତୀତ ଖାଦ୍ୟପେୟ ପ୍ରତି ବି ଧ୍ୟାନ ଦେବା ଉଚିତ, ଏମିତି ଖାଦ୍ୟ ଖାଆନ୍ତୁ ଯାହା ଆପଣଙ୍କୁ ହାଇଡ୍ରେଟ କରି ରଖିବ ।ଆପଣ ତରଭୁଜ,ପଇଡ଼ ପାଣି,ଆଖୁ ରସ ପିଇ ପାରିବେ ।ତେବେ ମନେ ରଖିବେ ଖରାଦିନେ ତ୍ୱଚାରେ ଯୋଉ ବି ଜିନିଷ ବ୍ୟବହାର କରିବେ ନିଜ ସ୍କିନ ଅନୁସାରେ ହେବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment