ମାର୍କେଟକୁ ଆସିଲା Season 2ର Top contestant ତନିଶା ପଣ୍ଡା ” Tanisha Panda ” ସୁନ୍ଦର ଭଜନ ଗୀତ Hatia Thakura Aau Kete Naata Dekhiba…ମାତ୍ର 4 ଘଣ୍ଟାରେ 4826k ରୁ ଅଧିକ ଲୋକ ଦେଖି ସାରିଲେଣି…

ବନ୍ଧୁଗଣ ଆପଣ ଅନେକ ବଡ଼ ବଡ଼ କଣ୍ଠ ଶିଳ୍ପୀ ମାନଙ୍କୁ ତ ଜାଣିଥିବ, ଏହି ଅନେକ ସୁନ୍ଦର ସୁନ୍ଦର ଗୀତ ଅନେକ କଣ୍ଠ ଶିଳ୍ପୀମାନଙ୍କ କଣ୍ଠରୁ ଶୁଣିଥିବେ ହେଲେ ମୁଁ ଆଜି ଆପଣକୁ ଏମିତି ଏକ କୁନି କଣ୍ଠଶିଳ୍ପୀଙ୍କ ବିଷୟରେ କହିବି ଯାହାଙ୍କ କଣ୍ଠରୁ ସୁନ୍ଦର ଗୀତ ଶୁଣି ଆପଣ ଖୁସି ହେବା ସହିତ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯିବେ |ଏତେ ଛୋଟ ବୟସରୁ ଯେ ପିଲାଙ୍କ ଭିତରେ ଏତେ ଭଲ ପ୍ରତିଭା ଲୁଚି ରହିଛି ତାହା ଅବିଶ୍ୱାସ ଜନକ |ଏହି କୁନି କୁନି ପିଲାମାନଙ୍କ ଓଠର ଗୀତ ଏତେ ସୁମଧୁର ଯେ ଯିଏବି ଶୁଣିବ ସେ ବାଃ ବାଃ କହିବ |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି କୁନି କଣ୍ଠ ଶିଳ୍ପୀ ଜଣଙ୍କ ଗୀତ ବିଷୟରେ ଜାଣିବା |
ସଙ୍ଗୀତ ଏପରି ଏକ ଜିନିଷ ଯେ ଏହା ମନରେ ଯେତେ କଷ୍ଟ ଥିଲେ ତାହା ଦୂର ହୋଇଯାଏ, ସଙ୍ଗୀତ ଶୁଣିଲେ ମନ ପ୍ରଫୁଲ ମଧ୍ୟ ହୋଇଯାଏ |ଜଣେ ବ୍ୟକ୍ତି ମନରେ ଯେତେ କଷ୍ଟ ଥିଲେ ଯଦି ସେ କିଛି ସମୟ ଗୀତ ଶୁଣେ ତେବେ ତା ମନର କଷ୍ଟ କିଛି ତାକୁ ହାଲକା ଲାଗିଥାଏ |ଏହି ସଙ୍ଗୀତ ଗାଇବା ପାଇଁ କଣ୍ଠ ସ୍ୱର ଭଗବାନ ସମସ୍ତଙ୍କୁ ଦେଇନଥାନ୍ତି,ସଙ୍ଗୀତ ଗାଇବାର ତାଳ ଲୟ ଓ ଭାବ ରହିବା ନିହାତି ଆବଶ୍ୟକ |ଆଜିକାଲି ଅନେକ ପ୍ରତିଭା କେବଳ ଯେ ବଡ଼ ଲୋକଙ୍କ ପାଖରେ ଦେଖିବା ପାଇଁ ମିଳୁଛି ତାହା ନୁହଁ, କେତେକ ପ୍ରତିଭା ବହୁତ ଛୋଟ ଛୋଟ ପିଲାମାନଙ୍କ ପାଖରେ ମଧ୍ୟ୍ୟ ଦେଖିବାକୁ ମିଳୁଛି |

ବହୁତ କମ ବୟସରୁ ସେମାନେ ଅନେକ କିଛି ଜାଣିଗଲେଣି, ଏହା ଭଗବାନଙ୍କ ଆଶୀର୍ବାଦରୁ ହୋଇଛି |ଏହି ଛୋଟ ପିଲାମାନଙ୍କ ପ୍ରତିଭା ଜାଣିବା ପାଇଁ ଟିଭିରେ ଅନେକ ଅଡିସନ ହେଉଛି ଏବଂ ସେଥିରେ ବାଛି ବାଛି ପିଲା ମାନଙ୍କୁ ସେଲେକ୍ଟ କରାଯାଉଛି |ଏଇ କିଛି ଦିନ ହେବ “ମୁଁ ବି ନାମିତା ଅଗ୍ରୱାଲ ହେବି ସିଜିନ 2″ଅଡିସନ ଚାଲିଥିଲା,ସେଥିରେ ଏକ କୁନି ଝିଅ ତନିଶା ପଣ୍ଡା ସେ ଏତେ ସୁନ୍ଦର ଭାବରେ ଗୀତ ଗାଉଥିଲେ ଯେ ତାହା ଜର୍ଜମାନଙ୍କ ମନକୁ ବେଶ ଛୁଇଥିଲା |ତନିଶା କୁନି ଝିଅ ହେଲେ ମଧ୍ୟ ତାଙ୍କ ଭିତରେ ଅନେକ ପ୍ରତିଭା ଲୁଚି ରହିଥିଲା ସେ କେବଳ ଭଲ ଗୀତ ଗାଆନ୍ତି ତାହା ନୁହଁ ସେ ଜଣେ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି |

ତନିଶା କଣ୍ଠରୁ ଅନେକ ସୁନ୍ଦର ସୁନ୍ଦର ଗୀତ ବର୍ତମାନ ଶୁଣିବାକୁ ମିଳୁଛି, ତାନିଶାଙ୍କ ଏକ ସୁନ୍ଦର ଗୀତ “ହଟିଆ ଠାକୁର ଆଉ “ଏବେ ଖୁବ ପସନ୍ଦ ଆସିଛି |ସେ ଏହି ଗୀତକୁ ତାଙ୍କ ସୁନ୍ଦର କଣ୍ଠରେ ତାଳ ଓ ଭାବ ଦେଇ ଗାଇଛନ୍ତି ଯେ ସେ ଗୀତ ଯିଏ ଶୁଣିଛି ସେ ଖୁସି ହୋଇଛି |ତନିଶା ପଣ୍ଡାଙ୍କ ଏହି ସୁନ୍ଦର ଗୀତ ଏବେ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment