ଟେଷ୍ଟ ଟ୍ୟୁବ ବେବି ? ଗର୍ଭ ରହୁ ନଥିଲେ କରନ୍ତୁ ଏହି ଉପାୟ | IVF Pregnancy Tips

ବନ୍ଧୁଗଣ ଜଣେ ବାହାଘର ପରେ ସେ କିପରି ମା ହେବାର ସୌଭାଗ୍ୟ ପ୍ରାପ୍ତ କରିବ ସେ ବିଷୟରେ ଭାବୁଥାଏ, କେତେକ ମହିଳା ଶୀଘ୍ର ଗର୍ଭବତୀ ହେବା ସହିତ ଆଉ କେତେକଙ୍କ କ୍ଷେତ୍ରରେ ବହୁତ ସମସ୍ୟା ଦେଖା ଦେଇଥାଏ |କେତେକଙ୍କ କ୍ଷେତ୍ରରେ ମହିଳାମାନଙ୍କ ଠାରେ ବେଳ ବେଳ ଗର୍ଭଧାରଣ କଲେ ମଧ୍ୟ କିଛି ଦିନପରେ ଗର୍ଭପାତ ହୋଇଯାଏ |ତେଣୁ ନିଃସନ୍ତାନ ଦମ୍ପତି ସନ୍ତାନ ପ୍ରାପ୍ତକରିବା ପାଇଁ IVF ପଦ୍ଧତି କିମ୍ବା ଟେଷ୍ଟଟୁଇବ ବେବି ପାଇଁ ପ୍ରସ୍ତୁତ ହୁଅନ୍ତି |ମୁଁ ଆଜି ଆପଣକୁ ଟେଷ୍ଟ୍ୟୁବ ବେବି କିପରି ରଖାଯାଏ, ତାହା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ଏବଂ ସେହି ସମୟ କଣ କରିବା ଉଚିତ |ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ କଥା ବିଷୟରେ ଜାଣିବା |

ଟେଷ୍ଟ୍ୟୁବ ବେବି ରଖିବା ପାଇଁ କଣ କରାଯାଏ :-

ଏଥିପାଇଁ ପ୍ରଥମେ ମହିଳାଙ୍କ ଗର୍ଭାଶୟରୁ ଅଣ୍ଡା ବାହାର କରି ପୁରୁଷଙ୍କ ଠାରୁ ସ୍ପର୍ମ ସଂଗ୍ରହ କରି ଏହାକୁ ଏକ ଟ୍ୟୁବରେ ବୈଞ୍ଜାୟନିକ ପଦ୍ଧତିରେ ଫର୍ଟିଲାଇଜ କରଯାଏ |ଏହି ଫର୍ଟିଲାଇଜ ହୋଇଥିବା ଅଣ୍ଡାକୁ ପୁଣି ମହିଳାର ଗର୍ଭାଶୟରେ ରଖାଯାଏ, ଯେଉଁଠାରେ ବେବି ପ୍ରାକୃତିକ ଉପାୟରେ ବଢ଼ିପାରେ |ଏହି ଉପାୟରେ ଗର୍ଭବତୀ ହବାପାଇଁ ହେଲେ ଉଭୟ ପୁରୁଷ ଓ ମହିଳା ଦୁଇଜଣ ଯାକ ଡାକ୍ତର ପରାମର୍ଶ ଅନୁଯାଇ କାର୍ଯ୍ୟ କରିବା ଉଚିତ |

ଟେଷ୍ଟ୍ୟୁବ ବେବି କେତେ ମାତ୍ରାରେ ସଫଳ ହୋଇଥାଏ :-

ଆପଣ ଏହି ଉପାୟ ଯେଉଁ କ୍ଲିନିକରେ କରୁଛନ୍ତି ସେହି କ୍ଲିନିକ ରେକର୍ଡ ନିଶ୍ଚିତ ଦେଖିବ ଯେ ଏହା କେତେ ସଫଳତା ପାଇଛି, ଏହା ସହିତ ମହିଳାର ଭୃଣ ଓ ପୁରୁଷ ସ୍ପର୍ମ କେତେ ଉପଯୁକ୍ତ ହେଉଛି ଫର୍ତିଳାଇଯେସନ ପାଇଁ |ଏହି ଉପାୟରେ ବେବି କନସିଭ କରିବା ପାଇଁ ହେଲେ ଆମକୁ ମହିଳାର ବୟସ 35ରୁ କମ ହେବା ଆବଶ୍ୟକ ଯାହା ଫଳରେ ଏଥିରେ ସଫଳ ହେବାର ଚାନ୍ସ ରହିଛି |ଆପଣ ଯେଉଁ କ୍ଲିନିକରେ ଟେଷ୍ଟଟୁବ କରିବେ ପ୍ରଥମେ ତାହାର ପରିଭିୟାସ ରେକର୍ଡ ବିଷୟରେ ନିଶ୍ଚିତ ଜାଣିବା ଉଚିତ,ଅଧିକ ପଇସା ଖର୍ଚ୍ଚ ହେଲେ ମଧ୍ୟ ସବୁଠାରୁ ଭଲ କ୍ଲିନିକରେ କରିବା ପାଇଁ ଚେଷ୍ଟା କରିବେ |

IVF ଉପାୟ ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥାଏ :-

ଏହି ଉପାୟ ପାଇଁ ସମସ୍ତ କ୍ଲିନିକରେ ଖର୍ଚ୍ଚ ଅଲଗା ଅଲଗା ହୋଇଥାଏ, ଆମ ଓଡିଶାରେ ଏଥିପାଇଁ ଏକ ଲକ୍ଷ ରୁ ଆରମ୍ଭ କରି ତିନି ଲକ୍ଷ ପ୍ରଯ୍ୟନ୍ତ ହୋଇଥାଏ |ଏହି ଉପାୟରେ ପିଲା ଜନ୍ମ କରିବ ଲିଗାଲ ହୋଇଥାଏ, ଏଥିପାଇଁ କୌଣସି ସମସ୍ୟାର ସମ୍ମୁଖୀନ ହେବାପାଇଁ ପଡ଼ି ନଥାଏ |

ଏହାର ପାର୍ଶ୍ଵ ପ୍ରତିକ୍ରିୟା କଣ ରହିଛି :-

ଏଥିପାଇଁ ପ୍ରଥମେ ଯେଉଁ ଔଷଧ ଆପଣ ଖାଇଥାନ୍ତି ତାହା ଆପଣଙ୍କ ଶରୀରରେ ଅକୁଆଟେଣ୍ଟ ହେବା ପାଇଁ ସମୟ ଲାଗିଥାଏ ତେଣୁ ଆପଣକୁ ଏହି ଔଷଧ ଖାଇବା ଦ୍ଵାରା ଚିଡି ଚିଡ଼ା ଲାଗିବା ସହିତ ମୁଣ୍ଡ ବିନ୍ଧା ମଧ୍ୟ ହୋଇଥାଏ |ଏଥିପାଇଁ ବେଳେ ବେଳେ ଯଦି ଏକଟୋପିକ ପ୍ରେଗନାସି ହୋଇଯାଏ ତେବେ ପେଟରେ ଯନ୍ତ୍ରଣା ହେବା ସହିତ ବିଲିଡିଙ୍ଗ ମଧ୍ୟ ହୋଇଥାଏ, ଏଥିପାଇଁ ଆପଣ ବ୍ୟସ୍ତ ନହୋଇ ଡାକ୍ତରଙ୍କ ପରାମର୍ଶ ନେବା ନିହାତି ଆବଶ୍ୟକ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment