ଦର୍ଶକ ବନ୍ଧୁ ଆପଣଙ୍କ ବିଗତ 25 ଅକ୍ଟବୋରର 2022 ମଙ୍ଗଳ ବାର ଦିନ ସୂର୍ଯ୍ୟ ପରାଗ ସମାପ୍ତ ହେଇସାରିଛି | ଠିକ ଅମାବାସ୍ୟା ର 15 ଦିନ ପରେ ଅର୍ଥାତ 8 ନଭେମ୍ବର 2022 ସେହି ମଙ୍ଗଳ ବାର ଦିନ | ପବିତ୍ର କାର୍ତ୍ତିକ ମାସ ପୂର୍ଣ୍ଣ କାର୍ତ୍ତିକ ମାସ ପୂର୍ଣ୍ଣମୀ ତିଥିରେ ଚନ୍ଦ୍ର ଗ୍ରହଣ ଅନୁଷ୍ଠିତ ହେଉଛି | ସାଧାରଣ ଭାବରେ ଦେଖା ଦିଏ ଚନ୍ଦ୍ର ଗ୍ରହଣ ବା ସୂର୍ଯ୍ୟ ପରାଗ ର ଅବଧି ପ୍ରାୟ ଗୋଟିଏ ମାସ ଦୁଇ ମାସରେ ଏହାର ଅବଧି ଦେଖାଦିଏ | କିନ୍ତୁ ଏ ବର୍ଷ ଶେଷ ରେ ପରାଗ ଅମାବାସ୍ୟା ଅନୁଷ୍ଠିତ ହେଇଥିବା ବେଳେ ଠିକ 15 ଦିନ ପୂର୍ଣ୍ଣମୀ ବେଳକୁ ଚନ୍ଦ୍ର ଗ୍ରହଣ ଲାଗୁଛି | ତେଣୁ ଏଥି ପାଇଁ କିଛି ବ୍ୟକ୍ତିଙ୍କ ମନରେ ଭୟ ଏହାର ପ୍ରଭାବ କିଛି ଖରାପ ପଡିବ ବା ଏହି ଚନ୍ଦ୍ର ଗ୍ରହଣ ଆମ ଜୀବନ ରେ କିଛି କ୍ଷତି ଆଣିବ କି ଆମ ପାଇଁ ଏହା କେତେ ଭଲ ରହିବ କେତେ ଖରାପ ରହିବ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |
ତେବେ ଚନ୍ଦ୍ରଗ୍ରହଣ ଆମର ତା -8/11/22 ମଙ୍ଗଳବାର ସ୍ପର୍ଶ ସମୟ ଅପରାହ୍ନ ଘ.2/38/14 ସେକେଣ୍ଡ | ଆଉ ଚନ୍ଦ୍ର ଗ୍ରହଣ ର ମଧ୍ୟ କାଳ ଅପରାହ୍ନ ଘ.4/28/17 ସେକେଣ୍ଡ | ତାହା ସହିତ ଗ୍ରହଣ ଦୃଶ୍ୟମାନ ସନ୍ଧ୍ୟା ଘ.5/11/32 ସେକେଣ୍ଡ ଓ ଗ୍ରହଣ ର ସର୍ବମୋକ୍ଷ ସନ୍ଧ୍ୟା ଘ.6/18/47 ସେକେଣ୍ଡ ବୋଲି କୁହାଯାଉଛି | ତେବେ ଗ୍ରହଣ ର ଆରମ୍ଭ ହେବା ଓ ଶେଷ ହେବାକୁ ଆଦ୍ୟନ୍ତ କାଳ କୁହାଯାଏ | ଏହା 3 ଘଣ୍ଟା 40 ମିନଟ 33 ସେକେଣ୍ଡ ରହିବ | ଗ୍ରହଣ ର ଦୃଶ୍ୟ କାଳ ଅବଧି 1 ଘଣ୍ଟା 12 ମିନଟ 48 ସେକେଣ୍ଡ ରହିବ | ତେବେ ଚନ୍ଦ୍ର ଗ୍ରହଣ 9 ଘଣ୍ଟା ପୂର୍ବରୁ ପାକ ତ୍ୟାଗ କରାଯାଏ |
ଆଉ ଜ୍ୟୋତିଷ ଶାସ୍ତ୍ର ର ସୂଚନା ଅନୁସାରେ ପାକ ତ୍ୟାଗ ବା ଦେବ ନୀତି ନିଷେଧ ର ସମୟ ଗୁଡିକ ମଧ୍ୟ ରହିଛି ତାହା ହେଉଛି ତା 8/11/22 ମଙ୍ଗଳବାର ପାକତ୍ୟାଗ ଓ ଦେବ ନିତି ନିଷେଧ ଦିବା ଘ.8/29 ମିନଟ ଠାରୁ ଘ. ସନ୍ଧ୍ୟା 6/19 ମିନିଟ ପର୍ଯ୍ୟନ୍ତ |ସର୍ବମୋକ୍ଷ :-ତା – 8/11/22 ମଙ୍ଗଳବାର ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ଘ.6/18/47 ସେକେଣ୍ଡ ବୋଲି କୁହାଯାଉଛି ଆଉ ଯାହା କୁ ମାନିକି ଚଳିଲେ ଆପଣ ଙ୍କ ଜୀବନରେ କୌଣସି ବି ଅସୁବିଧା ଉପୁଜିବ ନାହିଁ ବୋଲି କୁହାଯାଇଛି |
ତେବେ ଗ୍ରହଣର ଦୃଶ୍ୟମାନ ହେବାକୁ ଥିବା ସ୍ଥାନ ଗୁଡିକର ନାମ ହେଉଛି ଭାରତ ସମତେ ତାହାର ପୋଡ଼ଶୀ ଦେଶ ପାକିସ୍ତାନ, ମିଆଁମାର, ଭୁଟାନ, ୟୁରୋପ, ବାଂଲାଦେଶ, ଚାଇନା, ଅଷ୍ଟ୍ରେଲିଆ, ଦକ୍ଷିଣ ଆମେରିକା ଆଦି ସ୍ଥାନରେ ଏହି ଚନ୍ଦ୍ର ଗ୍ରହଣ ଦେଖାଯିବ | ଆଉ ଯାହା ମାଧ୍ୟମରେ ଆମେ ଚନ୍ଦ୍ରଗ୍ରହଣ ର ସମ୍ପୂର୍ଣ୍ଣ ସୂଚନା ପାଇପାରିବା ବୋଲି ମଧ୍ୟ କୁହାଯାଉଛି | ତେବେ ଏହା ବ୍ୟତୀତ ଏହି ଚନ୍ଦ୍ରଗ୍ରହଣ କେତେକ ରାଶି ପାଇଁ ଭଲ ହୋଇଥିବା ବେଳେ କେତେକ ରାଶି ପାଇଁ ଖରାପ ମଧ ହୋଇଥାଏ | ତେବେ
ମେଷ, ବୃଷ, କର୍କଟ, ସିଂହ, କନ୍ୟା ତୁଳା ଏ ରାଶି ର ବ୍ୟକ୍ତି ମାନେ ଚନ୍ଦ୍ର ଗ୍ରହଣ ଦେଖିବା ଅନୁଚିତ ହୋଇଥିବା ବେଳେ ବୃଷ ରାଶି, କର୍କଟ, ସିଂହ, ତୁଳା, ଧନୁ, ମୀନ ପାଇଁ ଏହା ଭଲ ଫଳ ଦେଇଥାଏ |ମିଥୁନ, ରାଶି, ବିଛା, କୁମ୍ଭ ରାଶି ଚନ୍ଦ୍ରଗ୍ରହଣ ଦେଖିବା ଉଚିତ ହୋଇଥାଏ |
ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ଚନ୍ଦ୍ରଗ୍ରହଣ ର ସମସ୍ତ ସୂଚନା ଯାହା ବିଷୟରେ ଜାଣି ରଖିଲେ ଆମର ଲାଭ ହୋଇଥାଏ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।